National Lawn Bowls: ଜାତୀୟ ଲନ୍‌ବଲ୍‌ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ

Oct 27, 2026 - 01:34
National Lawn Bowls: ଜାତୀୟ ଲନ୍‌ବଲ୍‌ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ

ଭୁବନେଶ୍ବର: ବଲାଙ୍ଗୀରର ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ପୋର୍ଟସ୍‌ କଂପ୍ଲେକ୍ସସ୍ଥିତ 'ବୋଲିଂ ଗ୍ରିନ୍ସ' କୋର୍ଟରେ ଚାଲିଥିବା ପ୍ରଥମ ଜାତୀୟ ୧୮ବର୍ଷରୁ କମ୍‌ ଏବଂ ଷଷ୍ଠ ଜାତୀୟ ୨୫ ବର୍ଷରୁ କମ୍‌ ଲନ୍‌ବଲ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୩ଟି ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୫ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

Advertisment ସୋମବାର ୨୫ବର୍ଷରୁ କମ୍‌ ବାଳିକା ଏକକରେ ଝାଡ଼ଖଣ୍ଡର ସୋନି କୁମାରୀ ଗୁପ୍ତାଙ୍କୁ ୨୧-୮ରେ ହରାଇ ଓଡ଼ିଶାର ରାଜେଶ୍ବରୀ ସେଠ୍‌ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ।

ଏହି ବର୍ଗର ଦୁଇଟି କାଂସ୍ୟ ପଦକ ଉତ୍ତରାଖଣ୍ଡର ଚନ୍ଦ୍ର ଯୋଗିତା‌ ଏବଂ ପଶ୍ଚିମବଙ୍ଗର ଅମୃତା କୁମାରୀଙ୍କ ଖାତାକୁ ଯାଇଥିଲା।

ସେହିଭଳି ୨୫ ବର୍ଷରୁ କମ୍‌ ମିଶ୍ରିତ ଯୁଗଳରେ ସିଦ୍ଧାର୍ଥ ଆର୍ଯ୍ୟନ ସାହୁ ଓ ପଦ୍ମସିନୀ ପୁଟେଲ ରାଜ୍ୟ ପାଇଁ ଦ୍ବିତୀୟ ସ୍ବର୍ଣ୍ଣ ଜିିତିଥିଲେ।

ସେମାନେ ରାଜସ୍ଥାନର ଦୀନେଶ ଓ ମୋନିକା ସୋମରା ଯୋଡ଼ିଙ୍କୁ ୨୧-୧୧ରେ ପରାସ୍ତ କରିଥିଲେ।

ଏହି ବର୍ଗର କାଂସ୍ୟ ପଦକ ଝାଡ଼ଖଣ୍ଡର କରଣ କୁମାର-ଖୁସ୍‌ବୁ ବଡ଼ାଇକ ଏବଂ ହରିୟାଣାର ନିଶାନ୍ତ ଶର୍ମା-ମଞ୍ଜୁ ଜିତିଥିଲେ।

୨୫ବର୍ଷରୁ କମ୍‌ ବାଳକ ଏକକରେ ଆୟୋଜକ ଓଡ଼ିଶାର ଶୁଭ୍ରାଂଶୁ ଡାଙ୍ଗ ସେମିଫାଇନାଲ୍‌ରେ ହାରି କାଂସ୍ୟ ପଦକ ବିଜୟୀ ହୋଇଥିଲେ।

ଏହି ବର୍ଗର ସ୍ବର୍ଣ୍ଣ ପଦକ ଝାଡ଼ଖଣ୍ଡର ସୁରଜ କୁମାର କେଶରୀ ଓ ରୌପ୍ୟ ଉତ୍ତରାଖଣ୍ଡର ଉକୃଷ୍ଟ ଦ୍ବିବେଦୀ ପାଇଥିଲେ।

ଅନ୍ୟ କାଂସ୍ୟ ପଦକଟି ପଶ୍ଚିବଙ୍ଗର ଦିବ୍ୟାଙ୍ଗ ସାୱଲକା ଜିତି ନେଇଥିଲେ।

ଅନ୍ୟପକ୍ଷରେ ୧୮ବର୍ଷରୁ କମ୍‌ ବାଳିକାରେ ଓଡ଼ିଶା ପାଇଁ ସ୍ବର୍ଣ୍ଣିମ ସଫଳତା ଲାଭ କରିଥିଲେ ରୋଶ୍‌ନୀ ସାହୁ।

ରୋମାଞ୍ଚକ ଫାଇନାଲ୍‌ରେ ସେ ନିଜ ଝାଡ଼ଖଣ୍ଡ ପ୍ରତିପକ୍ଷ ପିହୁ କୁମାରୀଙ୍କୁ ୨୧-୬ରେ ହରାଇ ଏହି ସଫଳତା ଅର୍ଜନ କରିଥିଲେ।

ଏହି ବର୍ଗର କାଂସ୍ୟ ପଦକ ଦିଲ୍ଲୀର କାବ୍ୟାଞ୍ଜଳି ଓ ଆସାମର ଦେବାଙ୍ଗନା ସାଇକିଆ ଜିତିଥିଲେ।

୧୮ବର୍ଷରୁ କମ୍‌ ବାଳକରେ ଓଡ଼ିଶାର ସୁଜ୍ଞାନେନ୍ଦ୍ର ଷଡ଼ଙ୍ଗୀ, ଆସାମର ପ୍ରଣୀତଙ୍କଠାରୁ ୨୦-୨୧ରେ ହାରି ଅଳ୍ପକେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ।

ଏହି ବର୍ଗର କାଂସ୍ୟ ପଦକ ଦିଲ୍ଲୀର ନିଶାନ୍ତ ଓ ମେଘାଳୟର ନିକଜାରିଙ୍ଗ ଚନ୍ଦ୍ର ମାରକ ହାସଲ କରି ନେଇଥିଲେ।

ବ୍ୟକ୍ତିଗତ ବର୍ଗରେ ରାଜେଶ୍ବରୀ ଓଭରଅଲ୍‌ ବିଜେତା ହୋଇଥିଲା ବେଳେ ୧୮ବର୍ଷରୁ କମ୍‌ରେ ଓଡ଼ିଶା ଏବଂ ୨୫ବର୍ଷରୁ କମ୍‌ରେ ଝାଡ଼ଖଣ୍ଡ ବିଜେତା ଆଖ୍ୟା ଅର୍ଜନ କରିଥିଲେ।

ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ, ବଲାଙ୍ଗୀର ମହାନଗର ନିଗମର ଅଧ୍ୟକ୍ଷା ଲିକା ସାହୁ, ଭାରତୀୟ ଲନ୍‌ବଲ୍‌ ମହାସଂଘର ସାଧାରଣ ସଂପାଦକ ଲୋକେନ୍ଦର ସିଂହ, କୋଷାଧ୍ୟକ୍ଷ କେଭିଏସ୍‌ ରାଠି ଏବଂ ଓଡ଼ିଶା ରାଜ୍ୟ ଲନ୍‌ବଲ୍‌ ସଂଘର ସଂପାଦକ ସୁମିତ ରଞନ ପୁରୋହିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ସମୀକ୍ଷା ପଟ୍ଟନାୟକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)