Handwriting: ବିଶ୍ୱର ସବୁଠାରୁ ସୁନ୍ଦର ହାତଲେଖା ପାଇଁ ଚର୍ଚ୍ଚାରେ ଥିବା ନେପାଳୀ ଛାତ୍ରୀ ପ୍ରକୃତି

Oct 26, 2026 - 21:08
Handwriting: ବିଶ୍ୱର ସବୁଠାରୁ ସୁନ୍ଦର ହାତଲେଖା ପାଇଁ ଚର୍ଚ୍ଚାରେ ଥିବା ନେପାଳୀ ଛାତ୍ରୀ ପ୍ରକୃତି

କାଠମାଣ୍ଡୁ: ଆଜିର ଡିଜିଟାଲ୍ ଯୁଗରେ ପିଲାମାନେ କଲମ ଧରିବା ପୂର୍ବରୁ କମ୍ପ୍ୟୁଟର କିମ୍ବା ମୋବାଇଲ୍ ଟାଇପ୍ କରିବାରେ ଅଭ୍ୟସ୍ତ ହୋଇଗଲେଣି।

କିନ୍ତୁ ଏଭଳି ଏକ ସମୟରେ ନେପାଳର ଜଣେ ସ୍କୁଲ ଛାତ୍ରୀ ତାଙ୍କର ଅଦ୍ଭୁତ ଏବଂ ସୁନ୍ଦର ହାତଲେଖା ପାଇଁ ସମଗ୍ର ବିଶ୍ୱରେ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଯାଇଛନ୍ତି।

ତାଙ୍କ ହାତଲେଖାକୁ ବିଶ୍ୱର ସବୁଠାରୁ ସୁନ୍ଦର ହାତଲେଖା ଭାବରେ ଗ୍ରହଣ କରାଯାଏ।

Advertisment ଆହୁରି ପଢନ୍ତୁ : Uttar Pradesh: ନବବିବାହିତାଙ୍କ ମୃତ୍ୟୁ, ସାମ୍ନାକୁ ଆସିଲା ହୋଟେଲର ସିସିଟିଭି ଭିଡିଓ; ସ୍ୱାମୀଙ୍କ ଉପରେ ହତ୍ୟା ଅଭିଯୋଗ କମ୍ପ୍ୟୁଟର ପ୍ରିଣ୍ଟ୍ କି ହାତଲେଖା?

ଲୋକେ ହୋଇଯାଇଥିଲେ ଭ୍ରମିତ ନେପାଳର 'ବୀରେନ୍ଦ୍ର ସୈନିକ ଆବାସୀୟ ମହାବିଦ୍ୟାଳୟ'ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ମାତ୍ର ୧୪ ବର୍ଷ ବୟସ୍କା ପ୍ରକୃତି ମଲ୍ଲଙ୍କର ଏକ ସ୍କୁଲ୍ ଆସାଇନ୍‌ମେଣ୍ଟ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।

ସେ ଏକ ସାଧାରଣ ପେନ୍ ଓ କାଗଜରେ ଇଂରାଜୀରେ ଏକ ପ୍ରବନ୍ଧ ଲେଖିଥିଲେ।

ତାଙ୍କ ଅକ୍ଷରଗୁଡ଼ିକର ଆକାର, ମଧ୍ୟରେ ସମାନ ଦୂରତ୍ୱ ଏବଂ ଧାଡ଼ିଗୁଡ଼ିକର ସଠିକ୍ ସଜ୍ଜା ଦେଖି ପ୍ରଥମେ କେହି ବିଶ୍ୱାସ କରିପାରି ନଥିଲେ ଯେ ଏହା ହାତରେ ଲେଖାଯାଇଛି।

ଅନେକ ଲୋକ ଏହାକୁ କୌଣସି କମ୍ପ୍ୟୁଟରର ପ୍ରିଣ୍ଟ୍ ଆଉଟ୍ ବୋଲି ଭାବି ଭ୍ରମରେ ପଡ଼ିଥିଲେ।

ଆହୁରି ପଢନ୍ତୁ : FIFA U15 World Cup: ଫିଫା ୧୫ ବର୍ଷରୁ କମ୍‌ ବିଶ୍ବକପ୍: ଗ୍ରେନାଡା ସହ ପଏଣ୍ଟ ବାଣ୍ଟିଲା ଭାରତ କଠିନ ପରିଶ୍ରମ ଓ ଅଭ୍ୟାସର ଫଳ ସାଧାରଣତଃ ଲୋକମାନେ ଭାବନ୍ତି ଯେ ଏପରି ସୁନ୍ଦର ହାତଲେଖା କେବଳ ଏକ ଭଗବତ ପ୍ରଦତ୍ତ ପ୍ରତିଭା, କିନ୍ତୁ ପ୍ରକୃତିଙ୍କ ଏହି ସଫଳତା ପଛରେ ରହିଛି ଦୀର୍ଘ ଦିନର କଠିନ ପରିଶ୍ରମ ଓ ନିଷ୍ଠା।

ସେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅକ୍ଷରର ଗଠନ ଏବଂ ସୁନ୍ଦରତା ଉପରେ ଗଭୀର ଧ୍ୟାନ ଦେଇ ଅଭ୍ୟାସ କରୁଥିଲେ।

ତାଙ୍କର ଏହି ନିରନ୍ତର ଅଭ୍ୟାସ ଯୋଗୁଁ ତାଙ୍କର ଲେଖା କୌଣସି ସୁନ୍ଦର କ୍ୟାଲିଗ୍ରାଫି କଳାଠାରୁ କିଛି କମ୍ ନଜର ଆସେ ନାହିଁ।

ଆହୁରି ପଢନ୍ତୁ : Kavita Mahto: ହାଇଜମ୍ପରେ ହାରିଗଲେ କବିତା ଅଧାରେ ରହିଗଲା ହୋମ୍‌ଗାର୍ଡ ହେବାର ସ୍ବପ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ୱୀକୃତି ପ୍ରକୃତିଙ୍କ ଏହି ଅନନ୍ୟ ପ୍ରତିଭା ପାଇଁ ତାଙ୍କୁ ନେପାଳ ସରକାର ଏବଂ ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ମାନିତ କରାଯାଇଛି।

ଏହାପରେ ଡିସେମ୍ବର ୨୦୨୨ରେ ସେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ୫୧ତମ ଜାତୀୟ ଦିବସ ଅବସରରେ ଏକ ଅଭିନନ୍ଦନ ପତ୍ର ନିଜ ହାତରେ ଲେଖି ନେପାଳସ୍ଥିତ ୟୁଏଇ ଦୂତାବାସକୁ ପ୍ରଦାନ କରିଥିଲେ।

ୟୁଏଇ ଦୂତାବାସ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ହାତଲେଖିକା ଭାବରେ ପ୍ରଶଂସା କରିଥିଲା।

ଡିଜିଟାଲ୍ ଯୁଗରେ ମଧ୍ୟ ହାତଲେଖାର ମହତ୍ତ୍ୱ ଏବଂ ମାନବୀୟ କଳାର ସୌନ୍ଦର୍ଯ୍ୟ କିପରି ଜୀବନ୍ତ ରହିପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ପ୍ରକୃତି ମଲ୍ଲ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)