Death: କୋଟାରେ ଦୁଇ ଛାତ୍ରଙ୍କ ମୃତ୍ୟୁ: ଜଣେ ଛାତ୍ରଙ୍କ ଆତ୍ମହତ୍ୟା ସ୍ପଷ୍ଟ କଲା ପୁଲିସ

Oct 26, 2026 - 22:42
Death: କୋଟାରେ ଦୁଇ ଛାତ୍ରଙ୍କ ମୃତ୍ୟୁ: ଜଣେ ଛାତ୍ରଙ୍କ ଆତ୍ମହତ୍ୟା ସ୍ପଷ୍ଟ କଲା ପୁଲିସ

କୋଟା: ରାଜସ୍ଥାନର କୋଚିଂ ହବ୍‌ କୋଟାରେ ଗତକାଲି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି।

ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଛି।

ପୁଲିସର ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳର ୧୬ ବର୍ଷୀୟ ଅଜିତ ଧାକଡ ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ୬ ମାସ ତଳେ କୋଟା ଆସିଥିଲେ।

ରବିବାର ସେ ଆତ୍ମହତ୍ୟା କରିଛନ୍ତି।

Advertisment ଆହୁରି ପଢନ୍ତୁ : Handwriting: ବିଶ୍ୱର ସବୁଠାରୁ ସୁନ୍ଦର ହାତଲେଖା ପାଇଁ ଚର୍ଚ୍ଚାରେ ଥିବା ନେପାଳୀ ଛାତ୍ରୀ ପ୍ରକୃତି ମିଳିଥିବା ସୂଚନା ଅନୁଯାୟୀ, ରବିବାର ଅପରାହ୍ଣରେ ଅଜିତ ପଢୁଥିବା କୋଚିଂ ସେଣ୍ଟର୍‌ରେ ନିୟମିତ ମକ୍‌ ଟେଷ୍ଟ ଥିଲା।

ପରୀକ୍ଷା ଦେଇ ଘରକୁ ଫେରିବା ପରେ ସେ ଆଉ କାହାର ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।

ବାରମ୍ବାର କବାଟ ବାଡ଼େଇବା ସତ୍ତ୍ୱେ ଖୋଲି ନ ଥିଲେ।

ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ସେ ରହୁଥିବା ପିଜି ରୁମ୍‌ର କବାଟ ନ ଖୋଲିବାରୁ ଘର ମାଲିକ ପୁଲିସକୁ ଖବର ଦେଇଥିଲେ।

ପୁଲିସ ସେଠାରେ ପହଞ୍ଚି କବାଟ ଭାଙ୍ଗିବା ପରେ ଅଜିତଙ୍କୁ ଅଚେତ ଅବସ୍ଥାରେ ପାଇଥିଲା।

ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଜିତ ବିଷାଦରେ ଥିବା କୁହାଯାଉଛି।

ଅଜିତଙ୍କ କାକା ସତାରାମ ଧକଡ କହିଛନ୍ତି ଯେ, ପ୍ରଥମେ ସେ ଅନ୍ୟ ଛାତ୍ରଙ୍କ ସହ ଏକ ରୁମ୍‌ରେ ରହୁଥିଲେ।

ପରେ ସେ ଅଲଗା ରୁମ୍‌ ଚାହିବାରୁ ତାଙ୍କୁ ଅନ୍ୟ ଏକ ରୁମ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ଆହୁରି ପଢନ୍ତୁ : 'ଆମ କଳାକାର' ଅବ୍ୟବସ୍ଥାରେ ଚୟନ ଅନ୍ୟପକ୍ଷରେ, ଦ୍ୱିତୀୟ ଘଟଣାରେ ବିହାରର ଦରଭଙ୍ଗା ଅଞ୍ଚଳର ୧୯ ବର୍ଷୀୟ ନିଟ୍‌ ଆଶାୟୀ ଗୌତମ କୁମାରଙ୍କ ମୃତ୍ୟୁ ହୋଇଛି।

ସେ ରହୁଥିବା ହଷ୍ଟେଲ୍‌ର ବାଥରୁମ୍‌ରେ ଅଚେତ ଅବସ୍ଥାରେ ପଡ଼ିଥିଲେ।

ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

କୁହ୍ନାରୀ ଥାନା ଅଞ୍ଚଳରେ ରବିବାର ରାତିରେ ଏହି ଘଟଣା ଘଟିଛି।

ଗୌତମ ଗତ ଦୁଇ ବର୍ଷ ଧରି କୋଟାରେ ରହୁଥିଲେ ଏବଂ ଦୁଇ ଥର ନିଟ୍‌ ପରୀକ୍ଷା ଦେଇଥିଲେ।

ତାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)