Israel: ଇସ୍ରାଏଲରେ ଆଜି ମତଦାନ: ନେତାନ୍ୟାହୁଙ୍କ ପାଇଁ ବଡ଼ ଚାଲେଞ୍ଜ

Oct 27, 2026 - 01:03
Israel: ଇସ୍ରାଏଲରେ ଆଜି ମତଦାନ: ନେତାନ୍ୟାହୁଙ୍କ ପାଇଁ ବଡ଼ ଚାଲେଞ୍ଜ

ତେଲ ଅଭିଭ୍‌: ଇସ୍ରାଏଲରେ ମଙ୍ଗଳବାର ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପାଇଁ ବଡ଼ ଚାଲେଞ୍ଜ ଭାବେ ଦେଖାଯାଉଛି।

୭ ଅକ୍ଟୋବର, ୨୦୨୩ରେ ହମାସ ଆକ୍ରମଣ ଯେଉଁଥିରେ ପାଖାପାଖି ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା, ପରବର୍ତ୍ତୀ ଗାଜା ଯୁଦ୍ଧ ଓ ଇସ୍ରାଏଲର ଆଭ୍ୟନ୍ତରୀଣ ଓ ବୈଦେଶିକ ନୀତିକୁ ନେଇ ତୀବ୍ର ବିତର୍କ ମଧ୍ୟରେ ନେତାନ୍ୟାହୁ କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରିବେ।

ପୂର୍ବତନ ସାମରିକ ମୁଖ୍ୟ ଗାଦି ଆଇଜେନ୍‌କୋଟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍ ସମେତ ବିରୋଧୀ ନେତାମାନେ ତାଙ୍କ ଦକ୍ଷିଣପନ୍ଥୀ ମେଣ୍ଟକୁ କଡ଼ା ଚ୍ୟାଲେଞ୍ଜ ଦେଉଛନ୍ତି।

ଏହି ନିର୍ବାଚନକୁ ନେତାନ୍ୟାହୁଙ୍କ ନେତୃତ୍ୱର ଏକ ପରୀକ୍ଷା ଭାବରେ ଦେଖାଯାଉଛି।

Advertisment ଆହୁରି ପଢନ୍ତୁ : father mortgages land ଚେନ୍ନାଇରୁ ଚିତ୍ତରଞ୍ଜନଙ୍କ ଶବ ଫେରାଇ ଆଣିବାକୁ ଜମି ବନ୍ଧକ ରଖିଲେ ବୃଦ୍ଧ ବାପା ଜନମତ ସର୍ଭେ ସୂଚାଇଛି ଯେ, ସରକାର ଗଠନ ପାଇଁ ଆବଶ୍ୟକ ସଂସଦୀୟ ବହୁମତ କୌଣସି ଗୋଷ୍ଠୀ ପାଖରେ ନାହିଁ।

ଇସ୍ରାଏଲର ସଂସଦ ନେସେଟର ୧୨୦ ଜଣ ସଦସ୍ୟଙ୍କୁ ନିର୍ବାଚିତ କରିବା ପାଇଁ ସମଗ୍ର ଦେଶ ଏକକ ନିର୍ବାଚନ ମଣ୍ଡଳୀ ଭାବରେ କାର୍ଯ୍ୟ କରିଥାଏ।

ଭୋଟରମାନେ ସଂସଦର ବ୍ୟକ୍ତିଗତ ସଦସ୍ୟଙ୍କୁ ନିର୍ବାଚିତ କରନ୍ତି ନାହିଁ।

ସର୍ବାଧିକ ଆସନ ଜିତିଥିବା ଦଳ ସ୍ୱୟଂଚାଳିତ ଭାବରେ ସରକାର ଗଠନ କରେ ନାହିଁ।

ନିର୍ବାଚନ ପରେ ରାଷ୍ଟ୍ରପତି ରାଜନୈତିକ ଗୋଷ୍ଠୀ ସହିତ ପରାମର୍ଶ କରନ୍ତି ଓ ସରକାର ଗଠନ କରିବା ପାଇଁ ଜଣେ ଆଇନ ପ୍ରଣୟନକାରୀଙ୍କୁ ନିଯୁକ୍ତ କରନ୍ତି।

ସରକାର ଗଠନ କରିବା ପାଇଁ ପ୍ରାର୍ଥୀଙ୍କୁ ଅତି କମରେ ୬୧ ଜଣ ସାଂସଦଙ୍କ ସମର୍ଥନ ହାସଲ କରିବାକୁ ପଡିବ।

ଆହୁରି ପଢନ୍ତୁ : Public welfare: ଜନକଲ୍ୟାଣମୂଳକ ବିକାଶ ପାଇଁ ସଂସଦଗୁଡ଼ିକୁ ସଶକ୍ତ କରିବାକୁ ଓମ୍‌ ବିର୍ଲାଙ୍କ ଆହ୍ୱାନ ସୂଚନାଯୋଗ୍ୟ, ଦକ୍ଷିଣପନ୍ଥୀ ଲିକୁଡ୍ ପାର୍ଟିର ନେତା ନେତାନ୍ୟାହୁ ୧୯୯୬ ମସିହାରୁ ତିନୋଟି ପୃଥକ୍‌ ସମୟରେ ପ୍ରାୟ ୧୯ ବର୍ଷ ଧରି ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେତାନ୍ୟାହୁ ଙ୍କୁ ପୁନଃ ନିର୍ବାଚିତ କରିବା ପାଇଁ ଇସ୍ରାଏଲ ଲୋକଙ୍କୁ ନିବେଦନ କରିଛନ୍ତି।

ଟ୍ରମ୍ପ 'ଟ୍ରୁଥ ସୋସିଆଲ'ରେ ଏକ ଦୀର୍ଘ ପୋଷ୍ଟ କରି ଇସ୍ରାଏଲ ଲୋକମାନଙ୍କୁ ସମ୍ବୋଧନ କରି ନେତାନ୍ୟାହୁଙ୍କୁ ପୁନଃନିର୍ବାଚିତ କରିବା ପାଇଁ ନିବେଦନ କରିବା ସହିତ ସେ ଆପଣଙ୍କୁ କେବେ ନିରାଶ କରିବେ ନାହିଁ ବୋଲି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)