National cyclist: ରାଜମିସ୍ତ୍ରିଙ୍କ ଝିଅ ଜାତୀୟ ସାଇକ୍ଲିଷ୍ଟ୍‌: ସଫଳତାକୁ ରୋକିପାରିଲାନି ଦାରିଦ୍ର୍ୟ

Jun 10, 2026 - 07:34
National cyclist: ରାଜମିସ୍ତ୍ରିଙ୍କ ଝିଅ ଜାତୀୟ ସାଇକ୍ଲିଷ୍ଟ୍‌: ସଫଳତାକୁ ରୋକିପାରିଲାନି ଦାରିଦ୍ର୍ୟ

"ଦେବବ୍ରତ ଗଡ଼ତିଆ ରାଉରକେଲା: ଘରେ ଆର୍ଥିକ ଅନଟନ ଲାଗିରହିଛି।

ବାପା ଜଣେ ରାଜମିସ୍ତ୍ରି, ମା" ଗୃହିଣୀ।

ବାପାଙ୍କ ଆୟରୁ ୫ ଜଣ ସଦସ୍ୟ ବିଶିଷ୍ଟ ପରିବାର କଷ୍ଟେମଷ୍ଟେ ଚଳିଥାଏ।

ଏଭଳି ସ୍ଥିତିରେ ୨/୩ ଲକ୍ଷ ଟଙ୍କାର ସାଇକଲ୍‌ କିଣି ଅଭ୍ୟାସ କରିବା ସମ୍ଭବ ନଥିଲା।

ତେବେ କୋଚ୍‌ ଏକ ସାଇକଲ୍‌ କିଣି ଦେବାପରେ ଜଣେ ସାଇକ୍ଲିଷ୍ଟ୍‌ ହେବାର ସ୍ବପ୍ନ ବଳ ପାଇଥିଲା।

ଏବେ ତିନି ତିନିଥର ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିସାରିଛନ୍ତି।

ସେ ହେଉଛନ୍ତି ୧୬ ବର୍ଷୀୟା ଉଦୀୟମାନ ସାଇକ୍ଲିଷ୍ଟ୍‌ ଆଞ୍ଚଳ ସାହୁ।Advertisment Congress: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ କର୍ଣ୍ଣାଟକ ସ୍ଥାନାନ୍ତର କଲା ମଧ୍ୟପ୍ରଦେଶ କଂଗ୍ରେସ ଆଞ୍ଚଳଙ୍କ ପରିବାର କହିଲେ ବାପା ଦେବୁ ସାହୁ, ମା" ଖୁସବୁ ସାହୁ, ଦୁଇ ଛୋଟ ଭାଇ ଅଙ୍କିତ ଓ ରାଜୁ।

ଆଞ୍ଚଳ ବର୍ତ୍ତମାନ ସେକ୍ଟର-୧୮ସ୍ଥ ଦୀପିକା ଇସ୍ପାତ ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ରୀ।

ସେକ୍ଟର-୬ ଏଚ୍‌ ବ୍ଲକରେ ରହୁଛି ପରିବାର।

ଆଞ୍ଚଳଙ୍କ ସାଇକ୍ଲିଂ ଯାତ୍ରା ୨୦୨୩ ମସିହାରୁ ଆରମ୍ଭ ହୋଇଥିଲା।

ପିଲାଟି ଦିନରୁ ସାଇକ୍ଲିଂ ପ୍ରତି ଆଗ୍ରହ ରହିଥିଲା।

ତେବେ ଏହାକୁ ନେଇ ଭବିଷ୍ୟତ ଗଢ଼ିବା ନେଇ ନିଶ୍ଚିତ ନଥିଲେ।

୨୦୨୩ରେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍‌ରେ ଚୟନ ଶିବିର ଚାଲୁଥିବା ନେଇ ସୂଚନା ପାଇବାପରେ ଏଥିରେ ଭାଗ ନେଇଥିଲେ।

ତାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଦିବଙ୍ଗତ ପ୍ରଶିକ୍ଷକ ସୁଶୀଲ ଦାଶଙ୍କୁ ଆକର୍ଷିତ କରିଥିଲା।

ଚୟନ ଶିବିର‌ରେ କୃତକାର୍ଯ୍ୟ ହୋଇ ରାଜ୍ୟସ୍ତରୀୟ ଚୟନ ଶିବିରରେ ପହଞ୍ଚିଥିଲେ।

ସେଠାରେ ୧୪ ବର୍ଷରୁ କମ୍‌ ବର୍ଗରେ ଦ୍ବିତୀୟ ସ୍ଥାନରେ ରହି ଚୟନକର୍ତ୍ତାଙ୍କୁ ଆକର୍ଷିତ କରିଥିଲେ।

ପରେ ଉକ୍ତ ବର୍ଷ, ରାଞ୍ଚିରେ ଜାତୀୟସ୍ତରୀୟ ଟ୍ରାକ୍‌ ରେସ୍‌ ଓ ତାମିଲନାଡ଼ୁରେ ରୋଡ୍‌ ରେସ୍‌ରେ ପଡ଼ିଆକୁ ଓହ୍ଲାଇଥିଲେ।

ଏହା ପରଠାରୁ ଆଉ ପଛକୁ ଫେରିଚାହିଁନାହାନ୍ତି ଆଞ୍ଚଳ।

୨୦୨୪ ମସିହାରେ ରାଞ୍ଚିରେ ଟ୍ରାକ୍‌ ଓ ରୋଡ୍‌ ରେସ୍‌ ଏବଂ ୨୦୨୫ରେ ସମ୍ବଲପୁରରେ ରୋଡ୍‌ ରେସ୍‌ ଓ ଚେନ୍ନାଇରେ ଟ୍ରାକ୍‌ ରେସ୍‌ରେ ପ୍ରତିନିଧିତ୍ବ କରିଥିଲେ।

ନିଜର ଅସୀମ ଧୈର୍ଯ୍ୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଜାତୀୟ ସାଇକ୍ଲିଂ ଚାମ୍ପିଅନସିପ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରି ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଅତି ଗରିବ ପରିବାରରୁ ଆସିଥିବା ଏହି ଖେଳାଳି ଆର୍ଥିକ ଅଭାବ ଅନଟନ ଦେଇ ଗତି କରୁଛନ୍ତି।

Horoscope 2026 June 10: ଜାଣନ୍ତୁ ଆଜିର ରାଶିଫଳ...

ଉପଯୁକ୍ତ ସାଇକଲ୍, ପୁଷ୍ଟିକର ଖାଦ୍ୟ ଓ ଆଧୁନିକ ଖେଳ ସରଞ୍ଜାମ କିଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ନାହିଁ।

ଏହିସବୁ ପ୍ରତିକୂଳ ପରିସ୍ଥିତି ଏବଂ ଅସୁବିଧା ସତ୍ତ୍ୱେ ସେ ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଟ୍ରାକ୍‌ରେ ଉଚ୍ଚକୋଟୀର ପ୍ରଦର୍ଶନ ଜାରି ରଖିଛନ୍ତି।

ଏମିତିକି ନିଜସ୍ବ ସାଇକଲ୍‌ ଖଣ୍ଡିଏ ନାହିଁ।

ଆଞ୍ଚଳଙ୍କ ମେଧାକୁ ଦେଖି ତାଙ୍କର କୋଚ୍‌ ସ୍ବର୍ଗତ ସୁଶୀଲ ଦାସ ପ୍ରାୟ ଦେଢ ଲକ୍ଷ ଟଙ୍କା ମୂଲ୍ୟର ଏକ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ସାଇକଲ୍‌ ଉପହାର ଦେଇଥିଲେ।

ଉକ୍ତ ସାଇକଲ୍‌ରେ ସେ ଜାତୀୟ ପ୍ରତିଯୋଗିତାରେ ପଡ଼ିଆକୁ ଓହ୍ଲାଇଥିଲେ।

ଗତ ବର୍ଷ ଡିସେମ୍ବର ପହିଲାରେ ସମ୍ବଲପୁରରେ ଅନୁଷ୍ଠିତ ୩୦ତମ ଜାତୀୟ ରୋଡ୍ ସାଇକ୍ଲିଂ ପ୍ରତିଯୋଗିତାରେ ଭାଗନେବା ସମୟରେ ପଡ଼ିଯାଇଥିଲେ, ଫଳରେ ତାଙ୍କର ସାଇକଲ୍‌ କ୍ଷତିଗ୍ରସ୍ତ ହୋଇଯାଇଥିଲା।

ତେବେ ଅର୍ଥାଭାବ ଯୋଗୁ ଉକ୍ତ ସାଇକଲ୍‌କୁ ଏଯାବତ୍‌ ମରାମତି କରିପାରିନାହାନ୍ତି।

ତେବେ, ଅର୍ଥାଭାବ ତାଙ୍କ ପ୍ରତିଭାର ପଥ ଓଗାଳିପାରିନି।

ଏବେବି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବାକୁ ନିଷ୍ଠାପର ଓ ଶୃଙ୍ଖଳିତ ପ୍ରୟାସ ଜାରି ରଖିଛନ୍ତି।"