FIFA World Cup: ଫିଫା ବିଶ୍ବକପ୍କୁ ନେଇ ଚାରିଆଡ଼େ ଉତ୍ସାହ: ବଲ୍ ନାଁ ଟ୍ରାୟୋଣ୍ଡା, ଲାଗିଛି ଏଆଇ ସେନ୍ସର୍
"ନ୍ୟୁୟର୍କ: ବିଶ୍ବ ଫୁଟ୍ବଲ୍ର ମହାକୁମ୍ଭ "ଫିଫା ବିଶ୍ବକପ୍-୨୦୨୬" ଗୁରୁବାରଠାରୁ ଆରମ୍ଭ ହେଉଛି।
ଆମେରିକା, ମେକ୍ସିକୋ ଓ କାନାଡା ମିଳିତ ଭାବେ ଆୟୋଜନ କରୁଥିବା ବିଶ୍ବକପ୍ର ଏହି ସଂସ୍କରଣ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଓ ସ୍ମରଣୀୟ ହେବାକୁ ଯାଉଛି।
ତେବେ ଏଥରର ବିଶ୍ବକପ୍ରେ ବ୍ୟବହାର ହେବାକୁ ଯାଉଥିବା ବଲ୍ ଉପରେ କ୍ରୀଡ଼ାପ୍ରେମୀଙ୍କ ସର୍ବାଧିକ ନଜର ରହିଛି।
ଆଡିଡାସ୍ ପ୍ରସ୍ତୁତ ଏହି ବଲ୍ ମଧ୍ୟ ଫୁଟ୍ବଲ୍ ଜଗତରେ ନୂଆ ଓ ଅଭୁଲା ଛାପ ଛାଡ଼ିବାକୁ ଯାଉଛି।
ଏହି ବହୁଚର୍ଚ୍ଚିତ ବଲ୍ର ନାଁ "ଟ୍ରାୟୋଣ୍ଡା" ରଖାଯାଇଛି।
ଯାହାର ଅର୍ଥ ହେଉଛି "ତିନିଟି ତରଙ୍ଗ"।
ବିଶ୍ବକପ୍ର ତିନି ଆୟୋଜକ ଦେଶକୁ ଆଖି ଆଗରେ ରଖି ଏଭଳି ମଜାଦାର ନାଁ ରଖାଯାଇଥିବା ଜଣାପଡ଼ିଛି।
ଫୁଟବଲ୍ ଇତିହାସରେ ପ୍ରଥମ ଥର ପାଇଁ ଏହି ବଲ୍ରେ ଅଭିନବ ଚାରି ପ୍ୟାନେଲ୍ ବିଶିଷ୍ଟ ଡିଜାଇନ୍ ରହିଛି।
ପୁଣି ଏଆଇ-ଆଧାରିତ ରେଫରିଂ ପାଇଁ ବିଶେଷ ପ୍ରଯୁକ୍ତିବିଦ୍ୟା ଖଞ୍ଜା ଯାଇଛି।
ଏହି ବଲ୍ର ଚାରିଟି ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା...Advertisment Congress: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ କର୍ଣ୍ଣାଟକ ସ୍ଥାନାନ୍ତର କଲା ମଧ୍ୟପ୍ରଦେଶ କଂଗ୍ରେସ ଅଭିନବ ଡିଜାଇନ୍: ପ୍ରଥମ ଥର ଲାଗି ଚାରିଟି ପ୍ୟାନେଲ୍କୁ ଯୋଡ଼ି ଏକ ସ୍ବତନ୍ତ୍ର ଡିଜାଇନ୍ରେ ବଲ୍ଟି ପ୍ରସ୍ତୁତ ହୋଇଛି।
ଏହି ଚାରିଟି ପ୍ୟାନେଲ୍ ଏକ ନିଆରା ଜ୍ୟାମିତିକ ଗଠନରେ ମିଳିତ ହୋଇ ତ୍ରିଭୁଜ ଆକୃତି ଗଠନ କରୁଛନ୍ତି।
ଯାହା ତିନି ଆୟୋଜକ ଦେଶର ଏକତାକୁ ଦର୍ଶାଉଛି।
ଥରେ ଚାର୍ଜ ହେଲେ ୬ଘଣ୍ଟା ଚାଲିବ: ଟ୍ରାୟୋଣ୍ଡା କେବଳ ଏକ ସାଧାରଣ ଚମଡ଼ା ବଲ୍ ନୁହେଁ, ଏହା ଏକ ଅତ୍ୟନ୍ତ ଉନ୍ନତ ସ୍ମାର୍ଟ ଗ୍ୟାଜେଟ୍।
ବଲ୍ଟି ଭିତରେ ଏକ ଅତ୍ୟାଧୁନିକ ମୋସନ୍ ସେନ୍ସର ରହିଛି।
ଏହା ଭିଡିଓ ଆସିଷ୍ଟାଣ୍ଟ୍ ରେଫରି (ଭାର୍) ସିଷ୍ଟମ୍କୁ ସିଧାସଳଖ ଓ ସଠିକ୍ ଡାଟା ପ୍ରଦାନ କରିବ, ଯାହା ଅଫସାଇଡ୍ ଓ ଗୋଲ୍-ଲାଇନ୍ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ।
ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏହାକୁ ଚାର୍ଜ କରାଯିବ।
ଥରେ ପୂର୍ଣ୍ଣ ଚାର୍ଜ ହେଲେ, ଏହା ପ୍ରାୟ ୬ଘଣ୍ଟା ପାଇଁ ସକ୍ରିୟ ରହିପାରିବ।ଦୃଶ୍ୟମାନ ଜାତୀୟ ପ୍ରତୀକ: ଏଥିରେ ଥିବା ନୀଳ, ନାଲି ଏବଂ ସବୁଜ ରଙ୍ଗର ତରଙ୍ଗ ଆୟୋଜକ ଦେଶଗୁଡ଼ିକୁ ପ୍ରତିନିଧିତ୍ୱ କରୁଛି।
ଏଥିସହ ଏଥିରେ ତାରକା (ଷ୍ଟାର୍), ମେପଲ୍ ଲିଫ୍ (ପତ୍ର) ଏବଂ ଚିଲ (ଇଗଲ୍) ଭଳି ଜାତୀୟ ପ୍ରତୀକ ସ୍ଥାନ ପାଇଛି।
ଏରୋଡାଇନାମିକ୍: ବଲ୍ର ଗତିକୁ ସ୍ଥିର ରଖିବା ଏବଂ ଓଦାଳିଆ ବା ଆର୍ଦ୍ର ପରିବେଶରେ ଖେଳାଳିମାନଙ୍କୁ ଭଲ ଗ୍ରିପ୍ ଯୋଗାଇବା ପାଇଁ ଏହାର ପୃଷ୍ଠଭାଗକୁ ସ୍ୱତନ୍ତ୍ର ଭାବେ ଟେକ୍ସଚର୍ସ ଓ ସାମାନ୍ୟ ଖଦଡ଼ିଆ କରାଯାଇଛି।
ଲାଗୁ ହେବ ୭ ନୂଆ ନିୟମ ଆସନ୍ତା ଫିଫା ବିଶ୍ବକପ୍ଠାରୁ ଫୁଟ୍ବଲ୍ର କେତେକ ନୂଆ ନିୟମ ଲାଗୁ ହେବ।
ଏସବୁ ନିୟମକୁ ଅନ୍ତର୍ଜାତୀୟ ଫୁଟ୍ବଲ୍ ସଂଘ ବୋର୍ଡ ପକ୍ଷରୁ ଅନୁମୋଦନ କରାଯାଇଛି।
ଖେଳାଳିଙ୍କ ବ୍ୟବହାରରେ ସ୍ବଚ୍ଛତା ଆଣିବା ସହ ଖେଳର ଗତି ବଢ଼ାଇବାକୁ ଏସବୁ ନୂଆ ନିୟମ ଅଣାଯାଇଛି।
ଏସବୁ ନିୟମ ୨୦୨୬-୨୭ ଘରୋଇ ଋତୁରେ ବି ଲାଗୁ ହେବ।
Accident: ମହେନ୍ଦ୍ରଗିରି ମେଳା: ୩ଦିନରେ ତିନି ଶ୍ରଦ୍ଧାଳୁ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ ୧.
ମୁହଁରେ ହାତ ରଖି କଥାବାର୍ତ୍ତା କରିବା ମନା: ଫୁଟ୍ବଲ୍ରେ ଦେଖାଯାଏ ଯେ ଖେଳାଳିମାନେ ମୁହଁରେ ହାତ ରଖି କଥାବାର୍ତ୍ତା କରିଥାନ୍ତି।
ବିପକ୍ଷ ଖେଳାଳିଙ୍କୁ ଗାଳି ଦେବା କିମ୍ବା ଆପତ୍ତିଜନକ ଆକ୍ଷେପ କରିବା ସମୟରେ ଯେପରି କ୍ୟାମେରା ତାହାକୁ ଧରି ନପାରେ ସେଥିପାଇଁ ଏପରି କରାଯାଇଥାଏ।
ବେଳେବେଳେ ପ୍ରବଳ କୋଳାହଳ କାରଣରୁ ବି ଖେଳାଳିମାନେ ଏପରି କରନ୍ତି ।
କିନ୍ତୁ ଏବେ ଏହାକୁ ବାରଣ କରାଯାଇଛି, ଏପରି କଲେ ଖେଳାଳିଙ୍କୁ ରେଡ୍କାର୍ଡ ଦେଖାଇ ପଡ଼ିଆରୁ ବାହାର କରିଦିଆଯିବ।୨.
ଯଦି କୌଣସି ଖେଳାଳିଙ୍କୁ ବଦଳ ଖେଳାଳିଭାବେ ଅଣାଯାଏ, ତେବେ ଏହି ପ୍ରକ୍ରିୟା ୧୦ ସେକେଣ୍ଡ ମଧ୍ୟରେ ହେବା ଉଚିତ।
୩.
ଯଦି କୌଣସି ଦଳ ରେଫରିଙ୍କ ନିଷ୍ପତ୍ତିର ପ୍ରତିବାଦ କରି ପଡ଼ିଆ ବାହାରକୁ ଚାଲିଯାଏ, ତେବେ ସମଗ୍ର ଦଳ, ଏପରିକି ସହାୟକ କର୍ମଚାରୀଙ୍କୁ ବି ରେଡ୍କାର୍ଡ ଦେଖାଯାଇପାରିବ ଏବଂ ମ୍ୟାଚ୍କୁ ରଦ୍ଦ କରାଯାଇପାରିବ।
୪. "ଥ୍ରୋ-ଇନ୍", ଗୋଲ୍ କିକ୍ ସମୟରେ ଖେଳାଳିମାନେ ଅତିରିକ୍ତ ସମୟ ନେଇଥାନ୍ତି।
କିନ୍ତୁ ଏଥିପାଇଁ ଏବେ ୫ ସେକେଣ୍ଡର କାଉଣ୍ଟ୍ଡାଉନ୍ ହେବ।
ଯଦି ବିଳମ୍ବ ହୁଏ, ତେବେ ବିପକ୍ଷ ଦଳକୁ ପେନାଲ୍ଟି, "ଥ୍ରୋ-ଇନ୍" ମିଳିବ।
୫.
ଭିଏଆର୍ (ସହାୟକ ଭିଡିଓ ରେଫରି)ର ପରିସର ବୃଦ୍ଧି କରାଯିବ।
କୌଣସି ଖେଳାଳିଙ୍କୁ ଦିଆଯାଇଥିବା ରେଡ୍କାର୍ଡ, କର୍ଣ୍ଣର କିକ୍ ପାଇଁ ଭିଏଆର୍ ଆବେଦନ କରାଯାଇପାରିବ।
ଯଦି ତ୍ରୁଟି ଥାଏ ତେବେ ନିଷ୍ପତ୍ତିକୁ ସଂଶୋଧନ କରାଯାଇପାରିବ।
ସେହିପରି ଖେଳ ପୁନଃଆରମ୍ଭ ପୂର୍ବରୁ ଫାଉଲ୍ କରାଗଲେ ଭିଏଆର୍ ହସ୍ତକ୍ଷେପ କରିପାରିବେ।
୬.
ମ୍ୟାଚ୍ର ପ୍ରତ୍ୟେକ ଅର୍ଦ୍ଧେକର ଗୋଟିଏ ୩ ମିନିଟ୍ର ଜଳପାନ ବିରତି ନିଆଯିବ।
ଏହା ସାଧାରଣତଃ ପ୍ରତ୍ୟେକ ଅର୍ଦ୍ଧେକର ୨୩ତମ ମିନିଟ୍ରେ ନିଆଯିବ।
ତେବେ ରେଫରି ଚାହିଁଲେ ଅନ୍ୟ ସମୟରେ ବି ଏହି ବିରତି ପ୍ରଦାନ କରିପାରିବେ।୭.
ପଡ଼ିଆରେ ଗୋଲ୍କିପର୍ ଆହତ ହୋଇ ଡାକ୍ତରୀ ସହାୟତା ନେଉଥିବାବେଳେ ଦୁଇ ଦଳର ଖେଳାଳିଙ୍କୁ ପଡ଼ିଆ ଛାଡ଼ିବାକୁ କିମ୍ବା ଟେକ୍ନିକାଲ୍ ଅଞ୍ଚଳକୁ ଯାଇ ପ୍ରଶିକ୍ଷକଙ୍କ ସହ ଆଲୋଚନା କରିବାକୁ ଅନୁମତି ମିଳିବ ନାହିଁ।"