Mild murder case: ସୌମ୍ୟ ହତ୍ୟା ମାମଲା: ଡିଜିପିଙ୍କୁ ଭେଟି ରିପୋର୍ଟ ଦେଲେ ବୋଥ୍ରା, ଗଙ୍ଗୱାରଙ୍କ ଲିଙ୍କ୍‌ ନେଇ ଖୋଳତାଡ଼

Jun 10, 2026 - 07:34
Mild murder case: ସୌମ୍ୟ ହତ୍ୟା ମାମଲା: ଡିଜିପିଙ୍କୁ ଭେଟି ରିପୋର୍ଟ ଦେଲେ ବୋଥ୍ରା, ଗଙ୍ଗୱାରଙ୍କ ଲିଙ୍କ୍‌ ନେଇ ଖୋଳତାଡ଼

"ଭୁବନେଶ୍ବର: ବାଲିଅନ୍ତାରେ ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାର ତଦନ୍ତ ଦାୟିତ୍ବ ନେଇଥିବା ଏଡିଜି ଅରୁଣ ବୋଥ୍ରା ଆଜି ପୁଲିସ ଡିଜି ୱାଇ.ବି.ଖୁରାନିଆଙ୍କୁ ଭୁବନେଶ୍ବର କ୍ୟାମ୍ପ୍‌ ଅଫିସରେ ଭେଟି ପ୍ରାଥମିକ ତଦନ୍ତ ରିପୋର୍ଟ ଦେଇଥିବା ସୂଚନା ମିଳିଛି।

ଏହାଛଡ଼ା ସୌମ୍ୟ ମାମଲାରେ ଛନ୍ଦି ହୋଇଥିବା ଏଡିଜି ଦୟାଲ୍‌ ଗଙ୍ଗୱାରଙ୍କ ଲିଙ୍କ୍‌ ନେଇ ଖୋଳତାଡ଼ କରିଛନ୍ତି।

ଏଡିଜି ଗଙ୍ଗୱାର ସୌମ୍ୟଙ୍କୁ ନିର୍ଯାତନା ଦେଉଥିବା ନେଇ ପରିବାରଲୋକଙ୍କ ଅଭିଯୋଗକୁ ରାଜ୍ୟ ପୁଲିସ ଡିଜି ଗୁରୁତର ସହ ନେଇଛନ୍ତି।

ଏହାର ତଦନ୍ତ ପାଇଁ ଏଡିଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ ମିଳିବା ପରେ ତନାଘନା ଆରମ୍ଭ ହୋଇଛି।

ଏନେଇ ପ୍ରାଥମିକ ରିପୋର୍ଟ ଦେବା ସହ ଶ୍ରୀ ବୋଥ୍ରା ଡିଜିପି କ୍ୟାମ୍ପ ଅଫିସ୍‌ରେ ଶ୍ରୀ ଖୁରାନିଆଙ୍କ ସହ ଆଲୋଚନା କରିଥିଲେ।

ପୂର୍ବରୁ ଏନ୍‌ଏଚ୍‌ଆର୍‌ସି ଟିମ୍‌ ଏହି ମାମଲାରେ ଖୋଳତାଡ଼ କରୁଥିବା ବେଳେ ଡିଜିପିଙ୍କୁ ଏକ ରିପୋର୍ଟ ମଗାଯାଇଥିଲା।

ଆଜି ଏଡିଜି ଶ୍ରୀ ବୋଥ୍ରା ରିପୋର୍ଟ ଦେବା ପରେ ଗଙ୍ଗୱାରଙ୍କ ପାଇଁ ଅଡ଼ୁଆ ବଢ଼ିବା ସମ୍ଭାବନା ଅଛି।Advertisment Accident: ମହେନ୍ଦ୍ରଗିରି ମେଳା: ୩ଦିନରେ ତିନି ଶ୍ରଦ୍ଧାଳୁ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ ସୌମ୍ୟଙ୍କୁ ଶ୍ରୀ ଗଙ୍ଗୱାର ଘରୋଇ କାମରେ ନିୟୋଜିତ କରିବା ସହ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗତ ୨୬ ତାରିଖରେ ରେଳବାଇ ଓ ତଟସୁରକ୍ଷା ଏଡିଜିଙ୍କୁ ଚିଠି ଲେଖାଯାଇଥିଲା।

ଅଭିଯୋଗ ଆଧାରରେ ତଦନ୍ତ କରି ଏଚ୍‌ଆର୍‌ପିସିର ଅତିରିକ୍ତ ଡିଜିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ଚିଠିରେ ଦର୍ଶାଯାଇଛି।

ସେହିପରି ବ୍ୟକ୍ତିଗତ କାମରେ ବ୍ୟବହାର ଘଟଣାକୁ ନେଇ ମାନବାଧିକାର କର୍ମୀ ଭଜମନ ବିଶ୍ବାଳ ଏନ୍‌ଏଚ୍‌ଆର୍‌ସିରେ ଫେରାଦ ହୋଇଥିଲେ।

ମାମଲାରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ପାଇଁ ଏନ୍‌ଏଚ୍‌ଆର୍‌ସି ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଡିଜି ନିଜେ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ଘଟଣାରେ ଏଚ୍‌ଆର୍‌ପିସି(ମାନବାଧିକାର ସୁରକ୍ଷା ସେଲ୍‌) ପକ୍ଷରୁ ମଧ୍ୟ ଏନ୍‌ଏଚ୍‌ଆର୍‌ସିର ଚିଠି ଆଧାରରେ କ୍ରାଇମବ୍ରାଞ୍ଚ ଓ କମିସନରେଟ୍ ପୁଲିସକୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖାଯାଇଥିଲା।

ଜୁନ ୪ ତାରିଖରେ କଟକ ରେଳବାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏନ୍‌ଏଚ୍‌ଆର୍‌ସି ଟିମ୍ ପହଞ୍ଚି ତଦନ୍ତ କରିଥିଲା।

Cricket: ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମ୍‌କୁ "ଡିମେରିଟ୍‌ ପଏଣ୍ଟ""