Nasir Madani: ହାଫିଜ୍ ସଇଦ କାଶ୍ମୀରକୁ ୧୦ ହଜାର ଆତଙ୍କବାଦୀ ପଠାଇଥିବା ନାସିର ମଦନିଙ୍କ ଦାବି

Aug 18, 2026 - 11:11
Nasir Madani: ହାଫିଜ୍ ସଇଦ କାଶ୍ମୀରକୁ ୧୦ ହଜାର ଆତଙ୍କବାଦୀ ପଠାଇଥିବା ନାସିର ମଦନିଙ୍କ ଦାବି

"ନୂଆଦିଲ୍ଲୀ: ପାକିସ୍ତାନରେ ଲସ୍କର-ଇ-ତୋ,ବା ସହିତ ଜଡିତ ଏକ କାର୍ଯ୍ୟକ୍ରମର ଭିଡିଓ ପ୍ରକାଶ ପାଇବା ପରେ, କାଶ୍ମୀର ସମ୍ପର୍କରେ ଆଉ ଏକ ବଡ଼ ଦାବି କରାଯାଇଛି।

ମୌଲବୀ ନାସିର ମଦନି ହାଫିଜ୍ ସଇଦଙ୍କର ପ୍ରଶଂସା କରି କହିଛନ୍ତି ଯେ,ସେ କାଶ୍ମୀରକୁ ୧୦ ହଜାର ଆତଙ୍କବାଦୀ ପଠାଇଥିଲେ।

ପୂର୍ବତନ ଭାରତୀୟ ସାମରିକ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଡିପି ପାଣ୍ଡେ ଏହି ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହ ତାଚ୍ଛଲ୍ୟ କରି କହିଛନ୍ତି, ବିଦାୟର ସମୟ ଆସିଗଲା।ପାଣ୍ଡେ କହିଛନ୍ତି, ଯେଉଁମାନେ ଭାରତୀୟ ସେନା, ଚିନାର କର୍ପସ ଏବଂ ଜମ୍ମୁ ଓ କାଶ୍ମୀର ପୁଲିସର କାର୍ଯ୍ୟ ଦେଖିଛନ୍ତି ସେମାନେ ଆତଙ୍କବାଦୀମାନଙ୍କର ଭବିଷ୍ୟତ କ"ଣ ହେବ ତାହା ଜାଣିଛନ୍ତି।Advertisment ଧାର୍ମିକ ଭାଷଣ ସମୟରେ ପଡ଼ିଯାଇଥିଲେ ନାସିର ମଦନି ସମ୍ପ୍ରତି ହୃଦଘାତରେ ପୀଡିତ ହୋଇ ଖବରର ଶିରୋନାମା ପାଲଟିଥିଲେ।

ରିପୋର୍ଟ ଅନୁଯାୟୀ, ଜୁଲାଇ ମାସରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଜାହାନିୟାନ ସହରରେ ଏକ ଧାର୍ମିକ ଭାଷଣ ସମୟରେ ସେ ପଡ଼ିଯାଇଥିଲେ ଏବଂ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।

ପରେ ତାଙ୍କ ଅବସ୍ଥା ସ୍ଥିର ଥିବା ରିପୋର୍ଟ କରାଯାଇଥିଲା।

ଏବେ, ଖବର ଆସିଛି ଯେ ସେ ଅଗଷ୍ଟ ୧୪ ତାରିଖରେ ବାହାୱାଲନଗରରେ ଲସ୍କର-ଇ-ତୋଏବାର ଏକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଦେଖା ଦେଇଥିଲେ।

Strait of Hormuz: ହର୍ମୁଜ୍‌କୁ ଆମେରିକାର ଅଞ୍ଚଳ ଘୋଷଣା କରିବା ଯୋଜନାକୁ ଦୋହରାଇଲେ ଟ୍ରମ୍ପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media