BOB LBO Recruitment 2026: ବ୍ୟାଙ୍କରେ କାମ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

Aug 18, 2026 - 18:02
BOB LBO Recruitment 2026: ବ୍ୟାଙ୍କରେ କାମ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

"ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦାରେ ମୋଟ ୨,୪୮୨ଟି ସ୍ଥାନୀୟ ବ୍ୟାଙ୍କ ଅଧିକାରୀ ପଦବି ପାଇଁ ଆବେଦନ ଅଗଷ୍ଟ ୧୮ରୁ ଆରମ୍ଭ ହୋଇଛି।

ସରକାରୀ ବ୍ୟାଙ୍କରେ କାମ କରିବାକୁ ଚାହୁଁଥିବା ଯୁବକଯୁବତୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨୦୨୬ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରି ପାରିବେ।

Advertisment ପ୍ରାଥମିକ ଯୋଗ୍ୟତା ମାନଦଣ୍ଡ ଏହି ପଦବି ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କର ଏକ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ସ୍ନାତକ ଡିଗ୍ରି ଥିବା ଆବଶ୍ୟକ।

ଏଥିସହିତ ସେମାନଙ୍କର ଗୋଟିଏ ବର୍ଷର କାର୍ଯ୍ୟ ଦକ୍ଷତାର ଅଭିଜ୍ଞତା ରହିବା ଆବଶ୍ୟକ।

ଯୁବ ସ୍ବାଭିମାନ ଦିବସ ବୟସ ସୀମା ପ୍ରାର୍ଥୀମାନଙ୍କ ପାଇଁ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ଏବଂ ସର୍ବାଧିକ ବୟସ ସୀମା ୩୦ ବର୍ଷ ଧାର୍ଯ୍ୟ କରାଯାଇଛି।

ଏସସି ଏବଂ ଏସଟି ପ୍ରାର୍ଥୀଙ୍କୁ ୫ ବର୍ଷ ଓ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷର ଛାଡ଼ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ୧୦ ବର୍ଷର ବୟସ ଛାଡ଼ର ସୁଯୋଗ ପ୍ରଦାନ କରାଯାଇଛି।

ଆବେଦନ ଫି ସ୍ଥାନୀୟ ବ୍ୟାଙ୍କ ଅଧିକାରୀ ପଦବି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ଆବେଦନ ଫି ଦେବାକୁ ପଡ଼ିବ।

ଅଣସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୮୫୦ଟଙ୍କା ଏବଂ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ୧୭୫ଟଙ୍କା ନିଶ୍ଚିତ କରାଯାଇଛି।

ପ୍ରାର୍ଥୀମାନଙ୍କୁ ଏକ ଲିଖିତ ପରୀକ୍ଷା ଆଧାରରେ ଚୟନ କରାଯିବ।

ପରୀକ୍ଷାରେ ମନୋନୀତ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର, ଭାଷା ଦକ୍ଷତା ପରୀକ୍ଷା ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଡକାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media