Share market: ଅଶୋଧିତ ତୈଳ ଦରରେ ବୃଦ୍ଧି ପ୍ରଭାବ; ସେନ୍‌ସେକ୍ସ ୪୯୩ ପଏଣ୍ଟ ଖସିଲା

Aug 18, 2026 - 19:21
Share market: ଅଶୋଧିତ ତୈଳ ଦରରେ ବୃଦ୍ଧି ପ୍ରଭାବ; ସେନ୍‌ସେକ୍ସ ୪୯୩ ପଏଣ୍ଟ ଖସିଲା

"ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ଆଜି ୪୯୩ ପଏଣ୍ଟ ହ୍ରାସ ପାଇ ୭୭,୨୩୫ ପଏଣ୍ଟରେ ବନ୍ଦ ହୋଇଛି।

ଆଇଟି କମ୍ପାନିଗୁଡ଼ିକର ସେୟାର ଆଜି ଅଧିକ ମାତ୍ରାରେ ବିକ୍ରି ହୋଇଥିଲା।

ନ୍ୟାସ୍‌ନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୧୩୨ ପଏଣ୍ଟ ହ୍ରାସ ପାଇ ୨୪,୧୫୪ ପଏଣ୍ଟରେ ବନ୍ଦ ହୋଇଛି।

Advertisment ମଙ୍ଗଳବାର ବ୍ରେଣ୍ଟ୍‌ କ୍ରୁଡ୍‌ର ଦର ବ୍ୟାରେଲ ପ୍ରତି ୯୧ ଡଲାର ଓ ୟୁଏସ୍‌ ଟେକ୍ସାସ୍‌ ଇଣ୍ଟରମେଡିଏଟ୍‌ ଦର ୮୪.୯୯ ଡଲାରକୁ ବୃଦ୍ଧି ପାଇଛି।

ଇରାନ ସଙ୍କଟ ଖୁବଶୀଘ୍ର ଶେଷ ହେବାର ସମ୍ଭାବନା ଦେଖାଦେଇଥିଲା।

କିନ୍ତୁ ପୁଣି ଥରେ ଉତ୍ତେଜନା ବଢ଼ିବାରୁ ତେଲ ଦର ବଢ଼ୁଛି।

ଯେହେତୁ ଭାରତ ଏହାର ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନି କରୁଛି, ତେଣୁ ତେଲ ଦରବୃଦ୍ଧି ଜାତୀୟ ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା ରହିଛି।

ସେଥିପାଇଁ ଚିନ୍ତିତ ହୋଇ ନିବେଶକମାନେ ଇକ୍ବିଟି ସେୟାର ବିକ୍ରି କରିଛନ୍ତି।

Oil: ପେଟ୍ରୋଲ ଦାମ୍‌ ୨୦ ଟଙ୍କା ବଢ଼ିବ!

ଅଶୋଧିତ ତୈଳ ଦର ଛୁଇଁବ ୧୨୦ ଡଲାର ସେନ୍‌ସେକ୍ସରେ ଆଜି ଇନ୍‌ଫୋସିସ୍‌, ଏଚ୍‌ସିଏଲ୍‌ ଟେକ୍‌, ଟିସିଏସ୍‌, ଟେକ୍‌ ମହିନ୍ଦ୍ରା ଓ ଆଇଟିସି ସେୟାର ମୂଲ୍ୟରେ ୧-୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି।

ଏହା ବ୍ୟତୀତ ଏସିଆନ ପେଣ୍ଟ୍‌ସ, ଭାରତୀ ଏୟାରଟେଲ୍‌ ଓ ହିନ୍ଦୁସ୍ତାନ ୟୁନିଲିଭର୍‌, ଅଲ୍‌ଟ୍ରାଟେକ୍‌ ସିମେଣ୍ଟ୍‌, ଇଣ୍ଡିଗୋ, କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କ ଓ ଷ୍ଟେଟ୍‌ ବ୍ୟାଙ୍କ ସେୟାର ମୂଲ୍ୟ ବି କମିଥିଲା।

ସେହି ସମୟରେ ପାୱାରଗ୍ରିଡ୍‌, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ବଜାଜ ଫାଇନାନ୍ସ, ଏଲ୍‌ଆଣ୍ଡଟି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ଏନ୍‌ଟିପିସି ସେୟାର ମୂଲ୍ୟରେ ବୃଦ୍ଧି ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media