Attack: ବାପା ମାଙ୍କୁ ଛୁରା ମାରିଲା ପୁଅ, ବଞ୍ଚାଇବାକୁ ଯାଇ କନେଷ୍ଟବଳ ଗୁରୁତର
"ଗୋପ: ବାପା ମାଙ୍କୁ ଛୁରା ମାରିଲା ପୁଅ, ବଞ୍ଚାଇବାକୁ ଯାଇ ଦୁଇ ଏସଆଇ ଓ ଜଣେ କନେଷ୍ଟବଳ ଗୁରୁତର।
ଗୁରୁତର ବାପା ଓ ମା ଗୋପ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ଛୁରା ମାରିଥିବା ପୁଅ ନିଜକୁ ଏକ ଘରେ ବନ୍ଦ ରଖିଥିବା ବେଳେ ହାତରେ ଛୁରା ଧରିଥିବାରୁ ଗୋପ ପୁଲିସ କବାଟ ପାଖରେ ଛକି ରହିଛନ୍ତି।Advertisment ପୁଅକୁ ଧରିବାକୁ ପୁଲିସ ପୁରା ନାକେଦମ ସୂଚନା ଅନୁଯାୟୀ, ଆଜି ସକାଳେ କୌଣସ କଥାକୁ ନେଇ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁରର ବାପା ରାମଚନ୍ଦ୍ର ରଥ ଓ ତାଙ୍କ ପୁଅ ବିଚିତ୍ରାନନ୍ଦ ରଥଙ୍କ ଭିତରେ ଝଗଡ଼ା ହୋଇଥିଲା।
ଏହାପରେ ପୁଅ ବିଚିତ୍ରାନନ୍ଦ ଛୁରାରେ ବାପାଙ୍କୁ ଆକ୍ରମଣ କରିଥିଲା।
ଏଣେ ମା" ତାଙ୍କୁ ରକ୍ଷା କରିବା ପାଇଁ ଯିବା ବେଳେ ବି ଛୁରାମାଡ଼ର ଶିକାର ହୋଇଥିଲେ।
ଖବର ପାଇ ଘଟଣାସ୍ଥଳରେ ଗୋପ ପୁଲିସ ପହଞ୍ଚି ପୁଅକୁ ଏବେ ଧରିବାକୁ ପୁରା ନାକେଦମ।
ତେବେ ପୂର୍ବରୁ ପୁଅର ମାନସିକ ଅବସ୍ଥା ଠିକ୍ ନଥିଲା ବୋଲି ବାପା କହିଛନ୍ତି।
Arrested: ରାୟଗଡ଼ା ପୁଲିସର ସଫଳତା: ଜବତ ହେଲା ୨୩୦ ଗ୍ରାମ ସୁନା ଓ ଟଙ୍କା, ୧୨ ଗିରଫ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
