Nabarangpur-Jeypore New Railway Line ନବରଙ୍ଗପୁର-ଜୟପୁର ରେଳପଥ ନିର୍ମାଣ ନିମନ୍ତେ ଜମି ହସ୍ତାନ୍ତର

Sep 08, 2026 - 20:38
Nabarangpur-Jeypore New Railway Line ନବରଙ୍ଗପୁର-ଜୟପୁର ରେଳପଥ ନିର୍ମାଣ ନିମନ୍ତେ ଜମି ହସ୍ତାନ୍ତର

"ନବରଙ୍ଗପୁର(ସୁରେଶ ନାଇଡ଼ୁ): ନବରଙ୍ଗପୁର-ଜୟପୁର ନୂତନ ରେଳପଥ ନିର୍ମାଣ ନିମନ୍ତେ ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ସିନ୍ଧିଗୁଡ଼ା ରାଜସ୍ୱ ସର୍କଲ ଅନ୍ତର୍ଗତ ଗାଦବାଗୁଡ଼ା ଗ୍ରାମର ୩୫ଏକର ଘରୋଇ ଜମିକୁ ରେଳ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।Advertisment land acquisition: ଝୁଲିରହିଛି ରେଳପଥ ଭାଗ୍ୟ: ଜମି ଅଧିଗ୍ରହଣରେ ନବରଙ୍ଗପୁର ଆଗରେ, କଳାହାଣ୍ଡି ଧିମା ଆଜି ଏକ କାର୍ଯ୍ୟକ୍ରମରେ, ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ, ଅତିରିକ୍ତ ତହସିଲଦାର ବିଶ୍ବଜିତ କରକରା, ରେଳ ବିଭାଗର ଏଇଇ ଏସ ମୁରଲୀଧର, କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ବାରିକ, ସିନ୍ଧିଗୁଡ଼ା ଆରଆଇ ଭି.

ଭିରା ରାଜୁ ଏବଂ ନନ୍ଦାହାଣ୍ଡି ତହସିଲ୍ କାଲା ସେଲର ଆରୁଣ ‌ବେହେରା, ପ୍ରପୁଲ୍ଲ ଗୁଣ୍ଠା, ସନାତନ ମିଶ୍ର ଓ ନବୀନ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।

Railway Project: ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି, ୨୦୨୯କୁ ଘୁଞ୍ଚିଲା ତାଳଚେର ବିମଳାଗଡ଼ ରେଳପଥ ପ୍ରକଳ୍ପ ପୂର୍ବରୁ ନନ୍ଦାହାଣ୍ଡି ତହସିଲ  ପକ୍ଷରୁ ୪୦.୨୦ଏକର ରେଳବାଇକୁ ହସ୍ତାନ୍ତର କରାଯାଇଛି।

ଆଗାମୀ ଦିନରେ ଡାଇଭଟ୍ଟା ଓ ସିନ୍ଧିଗୁଡା ଅଂଚଳର ଜମିକୁ ବି ରେଳବିଭାଗକୁ ହସ୍ତାନ୍ତର କରାଯିବ ବୋଲି ତହସିଲଦାର କହିଛନ୍ତି ।

ସାଂସଦ ଇଂ.ବଳଭଦ୍ର ମାଝୀ,ବିଧାୟକ ଗୌରୀଶଙ୍କର ମାଝୀ ଓ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ମଧ୍ୟ ସମାନ କଥା କହିଛନ୍ତି।

ସେମାନେ କହିଛନ୍ତି, ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ଜମି ରେଳବିଭାଗକୁ ହସ୍ତାନ୍ତର ପରେ ନିର୍ମାଣ କାମ ଆରମ୍ଭ ହେବା ବାଟ ଖୋଲିଯାଇଛି।

ଏହି ରେଳପଥ ହେଲେ ଅଂଚଳବାସୀଙ୍କ ଶହ ଶହ ବର୍ଷର ସ୍ବପ୍ନ ପୂରଣ ହେବ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)