Judgement: କନ୍‌ଷ୍ଟେବଳ ଆଶୁତୋଷଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

Sep 08, 2026 - 20:22
Judgement: କନ୍‌ଷ୍ଟେବଳ ଆଶୁତୋଷଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

"କଟକ: ଓଏମ୍‌ଭିଡ (ଓଡ଼ିଶା ମୋଟର ଭେହିକଲ୍ ବିଭାଗ)ର କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଶୁତୋଷଙ୍କ ମୃତ୍ୟୁ ଘଟଣାରେ ବ୍ରହ୍ମପୁର ଟାଉନ ଥାନା ପୁଲିସ ଏ ପର୍ଯ୍ୟନ୍ତ କରିଥିବା ତଦନ୍ତକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି।

ମୃତ୍ୟୁ ପୂର୍ବରୁ ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷଙ୍କ ଦୁଇଥର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ରେକର୍ଡ କରାଯାଇଥିଲା।

Advertisment ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଶୁତୋଷଙ୍କ ଏକ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଥିବା ବେଳେ ଘଟଣାରେ ବହୁ ଅନ୍ୟ ପ୍ରମାଣ ରହିଛି।

ଏହା ସତ୍ବେ ତଦନ୍ତର ଅଗ୍ରଗତି ଓ ଫଳାଫଳ ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି।

ଏଥି ସହିତ ଅଧିକ ତଦନ୍ତ ପାଇଁ ଏ ସଂପର୍କିତ ବ୍ରହ୍ମପୁର ଟାଉନ ଥାନାରେ ଜୁନ ୬ରେ ରୁଜୁ ମାମଲାର ସମସ୍ତ ରେକର୍ଡ କ୍ରାଇମବ୍ରାଞ୍ଚ ସିଆଇଡିକୁ ତୁରନ୍ତ ହସ୍ତାନ୍ତର କରିବାକୁ ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଶୁତୋଷଙ୍କ ଭଉଣୀ ନିବେଦିତା ଦେବୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆଶୁତୋଷଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ଏହି ଆବେଦନ ହାଇକୋର୍ଟରେ ଦାୟର ହୋଇଥିଲା।

ଆଶୁତୋଷଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ସିଧା ସଳଖ ଅଭିଯୋଗ ରହିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରୁ ନାହିଁ ବୋଲି ଆବେଦନରେ ଦର୍ଶାଯାଇଥିଲା।

ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ତଦନ୍ତର ଷ୍ଟାଟସ ରିପୋର୍ଟ, ଅନ୍ୟାନ୍ୟ ନଥିପତ୍ର ଓ ମୃତ୍ୟୁକାଳୀନ ଜମାନବନ୍ଦୀର କପି ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଅଗଷ୍ଟ ୩ରେ ନିର୍ଦ୍ଦେଶ ଦେଇଥିଲେ।

Chief Justice: ଅଭିଯୋଗ ଉପରେ ମୁହଁ ଖୋଲିଲେ ରାଜସ୍ଥାନ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି; କହିଲେ, ସବୁ ମିଥ୍ୟା ଓ ମନଗଢ଼ା ମାମଲାର ବିବରଣୀରୁ କନଷ୍ଟେବଳ ଆଶୁତୋଷ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା କୁହାଯାଇଥିବା ବେଳେ ଜୁନ ୬ରେ ପରିବାର ଲୋକେ ଭିନ୍ନ ଅଭିଯୋଗ କରିଥିଲେ।

ଆଶୁତୋଷଙ୍କ ପତ୍ନୀ ଓ ଶଳା ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ନେଇ ପରିବାର ସଦସ୍ୟ ଅଭିଯୋଗ କରିଥିଲେ।

ଏ ନେଇ ଆବେଦନକାରୀ ବ୍ରହ୍ମପୁର ଥାନାରେ ଅଭିଯୋଗ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)