Nabarangpur Hospital Row: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବହେଳାକୁ ନେଇ ଡାକ୍ତର ଓ ଡାବୁଗାଁ ବିଧାୟକ ମୁହାଁମୁହିଁ
ନବରଙ୍ଗପୁର (ସୁରେଶ ନାଇଡ଼ୁ): ଗତକାଲି (ଗୁରୁବାର) ସଂଧ୍ୟାରେ ପାପାଡାହାଣ୍ଡି ବ୍ଲକର ଜଟାବାଲସ୍ଥିତି ସରକାରୀ ଆଶ୍ରମ ବିଦ୍ୟାଳୟର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ଅନ୍ତେବାସୀଙ୍କ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।
ତେବେ ଚିକିତ୍ସାରେ ବିଳମ୍ବ କରିବାକୁ ନେଇ ସାଥିରେ ଯାଇଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ପ୍ରଦୀପ ମାଝି ପ୍ରମୁଖ ଉପସ୍ଥିତ ଡାକ୍ତରଙ୍କୁ ତାଗିଦ କରିଥିଲେ।
ଏହାକୁ ନେଇ ଡାକ୍ତର ଓ ବିଧାୟକଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା।
ଏହି ଘଟଣାକୁ ନେଇ ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।
Advertisment Proposed Nuclear Project ତେନ୍ତୁଳିଖୁଣ୍ଟିରେ ସମ୍ଭାବ୍ୟ ଆଣବିକ ପ୍ରକଳ୍ପ ବିରୋଧରେ ଏକାଠି ହେଲେ ନବରଙ୍ଗପୁର ଓ କଳାହାଣ୍ଡି ବାସିନ୍ଦା ସୂଚନାନୁସାରେ, ଗତକାଲି (ଗୁରୁବାର) ରାତି ସାଢ଼େ ୧୦ଟାରେ ଗୁରୁତର ଅବସ୍ଥାରେ ଅନ୍ତେବାସୀଙ୍କୁ ପାପାଡାହାଣ୍ଡି ସିଏଚିସିରେ ପ୍ରଥମେ ଭର୍ତ୍ତି କରିଥିଲେ।
ସ୍ବାସ୍ଥ୍ୟରେ ଆବଶ୍ୟକ ଉନ୍ନତି ନହେବାରୁ ରାତି ୧୧ଟାରେ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
Nabarangpur flood: ୨୦ଦିନରେ ସ୍ବତନ୍ତ୍ର ପ୍ୟାକେଜରେ ବନ୍ୟା କ୍ଷତିପୂରଣ ଦିଅ, ନଚେତ ନବରଂଗପୁର ଜିଲ୍ଲାବନ୍ଦ ଅସୁସ୍ଥ ଅନ୍ତେବାସୀଙ୍କ ସହ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପାପାଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ଭାରପ୍ରାପ୍ତ ଡିଡବ୍ଲୁଓ ଭରତଚନ୍ଦ୍ର ସାହୁ ପ୍ରମୁଖ ଆସିଥିଲେ।
ତେବେ ଅଧଘଣ୍ଟା ଧରି ଖୋଜାଖୋଜି କରିବାରେ ମଧ୍ୟ କୌଣସି ଡାକ୍ତରଙ୍କୁ ପାଇନଥିଲେ।
ପରେ ଜଣେ ଡାକ୍ତର ବହିର୍ବିଭାଗରେ ପହଞ୍ଚିଥିଲେ।
Joint 15-Day Raids in Nabarangpur ନବରଙ୍ଗପୁରରେ ୧୫ଦିନିଆ ଯୁଗ୍ମଚଢ଼ାଉ, ୬୭ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ନିଶା ସାମଗ୍ରୀ ଜବତ ବିଧାୟକ ରନ୍ଧାରୀଙ୍କ ଅଭିଯୋଗ ଅନୁସାରେ, ଡାକ୍ତର ଜଣକ ତାଙ୍କୁ ବାହାରକୁ ଯିବାକୁ କହିବା ସହ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିଲେ।
ଏପରିକି ଅସୁସ୍ଥ ଅନ୍ଦେବାସୀଙ୍କୁ ନେବାକୁ ହ୍ବିଲ୍ ଚେୟାର୍ ଦିଆଯାଇନଥିଲା।
ଏନେଇ ପ୍ରତିକ୍ରିୟା ଦେଇ ଡିଏମଓ ଡା ସୁକାନ୍ତ ଶତପଥୀ କହିଛନ୍ତି, ଡାକ୍ତରଜଣକ ନୂଆରେ ନିଯୁକ୍ତି ପାଇଛନ୍ତି, ଏଣୁ ବିଧାୟକଙ୍କୁ ଚିହ୍ନିନଥିଲେ।
ତେବେ ରୋଗୀଙ୍କ ସହ ପ୍ରାୟ ୨୦ଜଣ ପସି ଆସିବାରୁ ସମସ୍ତଙ୍କୁ ବାହାରକୁ ଯିବାକୁ ଡାକ୍ତର କହିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
