Murder: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ; ଶିଶୁକନ୍ୟା ଗୁରୁତର

Sep 09, 2026 - 19:43
Murder: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ; ଶିଶୁକନ୍ୟା ଗୁରୁତର

"ପାଟଣାଗଡ଼ (ଶିରିଶ ଖମାରୀ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଭରୁଆପାଲିରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।

ଏଠାରେ ମଦ୍ୟପ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି।

ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment ପୁଲିସ କହିଛି, ବେଲପଡ଼ା ବ୍ଲକ ଅନ୍ତର୍ଗତ ଭରୁଆପାଲି ଗ୍ରାମର ଜୟ କିଶନ ଆଜି ଅପରାହ୍ଣରେ ନିଜ ପତ୍ନୀ ସହ ଝଗଡା କରିଥିଲା।

ପରେ ଉଭୟଙ୍କ କଳି ଉଗ୍ର ରୂପ ନେଇଥିଲା।

ଏହି ସମୟରେ ଜୟ କିଶନ ଉତ୍ୟକ୍ତ ହୋଇ ନିକଟରେ ଥିବା ଟାଙ୍ଗିଆରେ ରଂଜିତାଙ୍କ ଉପରକୁ ଆକ୍ରମଣ କରିଥିଲା।

ଚୋଟ ପରେ ଚୋଟ ମାରିଥିଲା।

ଏପରିକି ଶିଶୁକନ୍ୟାକୁ ମଧ୍ୟ ଛାଡ଼ି ନଥିଲା।

Murder: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ ଗୁରୁତର ଶିଶୁକନ୍ୟାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ଜୟ କିଶନ ଫେରାର ମାରୁଥିବା ବେଳେ ପୁଲିସ ପହଞ୍ଚି ସ୍ବାମୀ ଜୟ କିଶନକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)