Job: ଚାକିରି ନାଁରେ କୋଟିଏ ଟଙ୍କା ଠକେଇ; ବନ୍ଧା ହେଲେ ଯୁବକ

Sep 09, 2026 - 19:43
Job: ଚାକିରି ନାଁରେ କୋଟିଏ ଟଙ୍କା ଠକେଇ; ବନ୍ଧା ହେଲେ ଯୁବକ

"ଭଦ୍ରକ (ହରିହର ନାୟକ): ସରକାରୀ ଚାକିରି କରାଇ ଦେବା ନାଁରେ ଯୁବକ/ଯୁବତୀମାନଙ୍କୁ ଠକିବା ଅଭିଯୋଗରେ ଭଦ୍ରକ ପୁଲିସ ଜଣେ ଯୁବକକୁ ଗିରଫ କରିଛି।

ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ ହେବା ପରେ ସେଠାରୁ କାରାଗାରକୁ ସ୍ଥାନାନ୍ତରିତ ହୋଇଛନ୍ତି।

ଅଭିଯୁକ୍ତ ଯୁବକ  ଓଡ଼ିଶାର ବଡ଼ ବଡ଼ ଏବଂ ନେତା ମନ୍ତ୍ରୀଙ୍କ ସହ ଫଟୋ ଉଠାଉ ଥିଲେ।

ଏହାରି ମାଧ୍ୟମରେ ଯୁବକ/ଯୁବତୀଙ୍କୁ ଟାର୍ଗେଟ କରୁଥିଲେ।

Advertisment ବିଭିନ୍ନ  ବିଭାଗରେ ସରକାରୀ ଚାକିରି କରାଇ ଦେବାକୁ କହି ମୋଟା ଅଙ୍କରେ ଅର୍ଥ ନେଇଯାଉଥିଲେ।

ଆଉ ଚାକିରି  ଦେଇପାରି ନଥିବା ଏହି ଯୁବକ ଉପରେ ପରେ ଲୋକଙ୍କର ସନ୍ଦେହ ହୋଇଥିଲା।

ଏହି ଠକ ଯୁବକ ନାମରେ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ କରାଯାଇଥିଲା।

ଶେଷରେ ଏହି ଠକକୁ ଭଦ୍ରକ ଟାଉନ୍ ଥାନା ପୁଲିସ୍ ପଡୋଶୀ ପଶ୍ଚିମବଙ୍ଗର ଦୀଘାରୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତ ଧାମନଗର  ବ୍ଲକର ଚୁଡ଼ାକୁଟି ଅଞ୍ଚଳର ଜଗନ୍ନାଥ ବାହାଲିଆ।

ସେ ଭଦ୍ରକ ଟାଉନ ଥାନା ଜଗନ୍ନାଥପୁର ଅଞ୍ଚଳରେ ଘରଭଡ଼ା ନେଇ ଅଭିନବ ଉପାୟରେ ଟଙ୍କା ଉପାର୍ଜନ କରୁଥିଲା।

ଅନେକ ମନ୍ତ୍ରୀ, ନେତା, ସଚିବଙ୍କ ସହ ଫଟୋ ଦେଖାଇ ବହୁ ଶିକ୍ଷିତ ଯୁବବର୍ଗକୁ ଜାଲରେ ଫସାଉଥିଲା।

ଶିକ୍ଷକ, ରେଲୱେ, ଷ୍ଟାଫ୍ ସିଲେକ୍ସନ ଭଳି ଚାକିରି କରାଇ ଦେବାକୁ କହି ଟଙ୍କା ନେଇ ଯାଉଥିଲା।

ଏହି ଯୁବକଙ୍କ ନାମରେ ଭଦ୍ରକ ଟାଉନ ଠାରେ ୪୫୬/୨୬ରେ ମାମଲା ରୁଜୁ କରାଯାଇ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭଦ୍ରକ ଟାଉନ୍ ଆଇଆଇସି  ପ୍ରଭାନସ ମିଶ୍ର କହିଛନ୍ତି।

ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି।

Judgement: ନକ୍ସଲ ଦମ୍ପତିଙ୍କ ସମେତ ୫ନକ୍ସଲଙ୍କୁ ଜେଲ୍‌ଦଣ୍ଡ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)