Mughal Architects : ମୋଗଲ କାଳରେ ଇଞ୍ଜିନିୟରମାନେ କାହିଁକି ଥିଲେ ଏତେ ନିଖୁଣ ଏବଂ କେଉଁଠାରୁ ନେଉଥିଲେ ଶିକ୍ଷା?

Nov 21, 2026 - 18:15
Mughal Architects : ମୋଗଲ କାଳରେ ଇଞ୍ଜିନିୟରମାନେ କାହିଁକି ଥିଲେ ଏତେ ନିଖୁଣ ଏବଂ କେଉଁଠାରୁ ନେଉଥିଲେ ଶିକ୍ଷା?

ତାଜମହଲ, ଲାଲକିଲ୍ଲା, ଜାମା ମସଜିଦ୍‌ ଓ ଫତେପୁର ସିକ୍ରି ଭଳି ଐତିହାସିକ କୀର୍ତ୍ତିରାଜିକୁ ଦେଖିଲେ ଆଜି ବି ବିଶ୍ବର ବଡ଼ ବଡ଼ ଇୟ୍ଜିନିୟର ଓ ସ୍‌ତପତିମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ଶହ ଶହ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଅଟ୍ଟାଳିକାଗୁଡ଼ିକର ମଜବୁତ ଗଠନ, ସୌନ୍ଦର୍ଯ୍ୟ ଓ ସନ୍ତୁଳନରେ ସାମ‌ାନ୍ୟତମ ତ୍ରୁଟି ଦେଖିବାକୁ ମିଳେ ନାହିଁ।

Advertisment ଆହୁରି ପଢ଼ନ୍ତୁ: ବାବାଙ୍କ ପାଇଁ ସୁନା ଘଣ୍ଟା ତେବେ ମନରେ ପ୍ରଶ୍ନ ଉଠେ ଯେ, ଯେତେବେଳେ ମୋଗଲ ଯୁଗରେ ଆଜି ଭଳି କୌଣସି ଇଞ୍ଜିନିୟରିଂ କଲେଜ ବା ଆର୍କିଟେକ୍ଚର ସଂସ୍ଥା ନଥଇଲା, ସେତେ‌ବେଳେ ସେହି ସମୟର ସ୍ଥପତିମାନେ ଏତେ ନିଖୁଣ କାମ କିପରି କରୁଥିଲେ ଓ ସେମାନେ କେଉଁଠାରୁ ଶିକ୍ଷା ଗ୍ରହଣ କରୁଥିଲେ?

ଆସନ୍ତୁ ଜାଣିବା ଏହି ରୋଚକ ଇତିହାସ ବିଷୟରେ।

୧.

ପିଢ଼ି ପରେ ପିଢ଼ି ଚାଲିଆସୁଥିବା 'ଉସ୍ତାଦ-ଶାଗିର୍ଦ' ପରମ୍ପରା ମୋଗଲ କାଳରେ ସ୍ଥାପତ୍ୟ କଳା ଶିକ୍ଷାର ସବୁଠାରୁ ବଡ଼ କେନ୍ଦ୍ର ଥିଲା ପରିବାର ଓ ଗୁରୁ-ଶିଷ୍ୟ ବା 'ଉସ୍ତାଦ-ଶାଗିର୍ଦ' ପରମ୍ପରା।

ସେ ସମୟରେ କାରିଗରୀ ଓ ସ୍ଥାପତ୍ୟ ବିଦ୍ୟାର ଜ୍ଞାନ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତରିତ ହେଉଥିଲା।

ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ସମ୍ରାଟ ଶାହାଜାହାନଙ୍କ ମୁଖ୍ୟ ସ୍ଥପତି ଉସ୍ତାଦ ଅହମ୍ମଦ ଲାହୋରୀ, ଯାହାଙ୍କୁ ତାଜମହଲ ଓ ଲାଲକିଲ୍ଲାର ଡିଜାଇନର ଶ୍ରେୟ ଦିଆଯାଏ।

ଉସ୍ତାଦ ଅହମ୍ମଦ ଲାହୋରୀ ତୈମୁର ବଂଶର ଏକ ସ୍ଥପତି ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ପୁଅ ଅତାଉଲ୍ଲା ରଶିଦୀ ଓ ଲୁତ୍ଫୁଲ୍ଲା ମୁହନ୍ଦୀସ ମଧ୍ୟ ଏହି ଐତିହ୍ୟକୁ ଆଗକୁ ବଢ଼ାଇଥିଲେ।

୨.

'ଶାହି କାରଖାନା'ରେ ମିଳୁଥିଲା ପ୍ରାକ୍ଟିକାଲ ଟ୍ରେନିଂ ମୋଗଲ ବାଦଶାହମାନେ କଳା, ଶିଳ୍ପ ଏବଂ ନିର୍ମାଣ କାର୍ଯ୍ୟ ପାଇଁ 'ଶାହି କାରଖାନା' ପ୍ରତିଷ୍ଠା କରିଥିଲେ।

ଏହି କାରଖାନାଗୁଡ଼ିକ କେବଳ ସାମଗ୍ରୀ ତିଆରି କରିବାର ସ୍ଥାନ ନଥିଲା, ବରଂ ଏହା ଏକ ପ୍ରକାରର ପ୍ରଶିକ୍ଷଣ କେନ୍ଦ୍ରଭଳି କାମ କରୁଥିଲା।

ଏଠାରେ ଅଭିଜ୍ଞ ଉସ୍ତାଦମାନଙ୍କ ତତ୍ତ୍ୱାବଧାନରେ ନୂଆ କାରିଗର ଏବଂ ଯୁବ ସ୍ଥପତିମାନଙ୍କୁ ପଥର କାଟିବା, ନକ୍ସା ତିଆରି କରିବା, ବିଶାଳ ଗମ୍ବୁଜ ନିର୍ମାଣ କରିବା ଏବଂ ଅଟ୍ଟାଳିକାର ମୂଳଦୁଆ ପକାଇବାର ବ୍ୟାବହାରିକ ପ୍ରଶିକ୍ଷଣ ଦିଆଯାଉଥିଲା।

କୌଣସି ବଡ଼ ପ୍ରୋଜେକ୍ଟରେ କାମ କରିବା ପୂର୍ବରୁ ଶିଷ୍ୟମାନଙ୍କୁ ବର୍ଷ ବର୍ଷ ଧରି ଏହି କର୍ମଶାଳାଗୁଡ଼ିକରେ ନିର୍ମାଣ କଳାର ସୂକ୍ଷ୍ମ କୌଶଳ ଶିଖିବାକୁ ପଡ଼ୁଥିଲା।

୩.

ଗଣିତ, ଜ୍ୟାମିତି ଏବଂ ଜ୍ୟୋତିର୍ବିଜ୍ଞାନର ଗଭୀର ଜ୍ଞାନ ମୋଗଲ କାଳର ସ୍ଥପତିମାନେ କେବଳ ପାରମ୍ପରିକ କାରିଗର ନଥିଲେ, ବରଂ ସେମାନଙ୍କୁ ଗଣିତ, ଜ୍ୟାମିତି ଏବଂ ଖଗୋଳ ବିଜ୍ଞାନ ବିଷୟରେ ଗଭୀର ଶିକ୍ଷା ଦିଆଯାଉଥିଲା।

ଐତିହାସିକ ଦସ୍ତାବିଜ ଅନୁଯାୟୀ, ଉସ୍ତାଦ ଅହମ୍ମଦ ଲାହୋରୀଙ୍କ ଭଳି ସ୍ଥପତିମାନଙ୍କର ୟୁକ୍ଲିଡଙ୍କ ଜ୍ୟାମିତି ସିଦ୍ଧାନ୍ତ ଏବଂ ଟଲେମିଙ୍କ ଗ୍ରନ୍ଥ ଉପରେ ଗଭୀର ଜ୍ଞାନ ଥିଲା।

ଏହି କାରଣରୁ ସେମାନଙ୍କ ଦ୍ୱାରା ନିର୍ମିତ ଅଟ୍ଟାଳିକାଗୁଡ଼ିକରେ ସମାନତା ଓ ଅନୁପାତ ସମ୍ପୂର୍ଣ୍ଣ ସଠିକ୍ ରହୁଥିଲା।

'ଚାରବାଗ' ଶୈଳୀର ବଗିଚା ଠାରୁ ଆରମ୍ଭ କରି ବିଶାଳ ଗମ୍ବୁଜର ଓଜନକୁ ସନ୍ତୁଳିତ ରଖିବା ପର୍ଯ୍ୟନ୍ତ, ପ୍ରତ୍ୟେକ କାର୍ଯ୍ୟ ସମ୍ପୂର୍ଣ୍ଣ ଗାଣିତିକ ହିସାବ ଆଧାରରେ କରାଯାଉଥିଲା।

ଆହୁରି ପଢ଼ନ୍ତୁ: ସାବଧାନ!

ସୁନାର ଓଜନ ବୃଦ୍ଧି ପାଇଁ 'ରେନିୟମ୍' ଧାତୁର କରାଯାଉଛି ମିଶ୍ରଣ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)