Just 150 Grams, But Incredible Strength: ଅଦ୍ଭୁତ ପକ୍ଷୀର ଅସାଧାରଣ ଯାତ୍ରା, ୪ ଦିନରେ ୫,୭୦୦ କିମି ଉଡ଼ି ମଣିପୁରରୁ ପହଞ୍ଚିଲା ସୋମାଲିଆରେ

Nov 21, 2026 - 18:19
Just 150 Grams, But Incredible Strength: ଅଦ୍ଭୁତ ପକ୍ଷୀର ଅସାଧାରଣ ଯାତ୍ରା, ୪ ଦିନରେ ୫,୭୦୦ କିମି ଉଡ଼ି ମଣିପୁରରୁ ପହଞ୍ଚିଲା ସୋମାଲିଆରେ

ପ୍ରକୃତିର ଅଦ୍ଭୁତ ସୃଷ୍ଟି!

ଓଜନ ମାତ୍ର ୧୫୦ ଗ୍ରାମ, ହେଲେ ସାହସ ଓ ଶକ୍ତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ନା ଖାଇବା ପାଇଁ ଅଟକିଛି, ନା ବିଶ୍ରାମ ନେବାକୁ କେଉଁଠି ରହିଛି।

ଲଗାତାର ଉଡ଼ି ମାତ୍ର ୪ ଦିନରେ ଅତିକ୍ରମ କରିଛି ୫,୭୦୦ କିଲୋମିଟର ଦୂରତା।

ମଣିପୁରରୁ ଆଫ୍ରିକୀୟ ଦେଶ ସୋମାଲିଆରେ ପହଞ୍ଚି ଏବେ ଚର୍ଚ୍ଚାରେ ରହିଛି ଏକ କ୍ଷୁଦ୍ର ପକ୍ଷୀ ଆମୁର ଫାଲକନ୍।

ଏହି ପକ୍ଷୀର ଅସାଧାରଣ ଉଡ଼ାଣ ଏବେ ବୈଜ୍ଞାନିକଙ୍କୁ ମଧ୍ୟ ଚକିତ କରିଛି।

Advertisment ସାଟେଲାଇଟ୍ ଟ୍ରାକିଂରୁ ମିଳିଥିବା ତଥ୍ୟ ଅନୁସାରେ, ଆଲାଙ୍ଗ ନାମକ ଏକ ଯୁବ ଆମୁର ଫାଲକନ୍ ମାତ୍ର ୧୦୧ ଘଣ୍ଟା ଅର୍ଥାତ୍ ୪ ଦିନ ୫ ଘଣ୍ଟାରେ ୫,୭୦୦ କିଲୋମିଟର ଉଡ଼ି ସୋମାଲିଆ ଉପକୂଳରେ ପହଞ୍ଚିଛି।

ଏତେ ଦୀର୍ଘ ଯାତ୍ରା ସମୟରେ ଏହା କେଉଁଠି ବି ଅଟକିନାହିଁ।

ଖାଇବା କିମ୍ବା ବିଶ୍ରାମ ନେବା ପାଇଁ ମଧ୍ୟ ତଳକୁ ଓହ୍ଲାଇନାହିଁ।

ଅନ୍ୟପଟେ ଆଲାଙ୍ଗର ସାଥୀ ଆପାପାଙ୍ଗ ମଧ୍ୟ ଏହି ଯାତ୍ରାରେ ରହିଛି।

ଏହା ଏକ ବୟସ୍କ ପୁରୁଷ ଆମୁର ଫାଲକନ୍।

ଉପଲବ୍ଧ ତଥ୍ୟ ଅନୁସାରେ, ଏହା ୯୫ ଘଣ୍ଟାରେ ପ୍ରାୟ ୪,୧୦୦ କିଲୋମିଟର ଉଡ଼ି ଆରବ ସାଗର ଉପରେ ଥିଲା।

ଏହାର ଯାତ୍ରା ଜାରି ରହିଛି।

Advertisment କାହିଁକି ଏତେ ଦୂର ଉଡ଼ନ୍ତି ଏହି ପକ୍ଷୀ?

ଆମୁର ଫାଲକନ୍ ହେଉଛନ୍ତି କ୍ଷୁଦ୍ର ଶିକାରୀ ପକ୍ଷୀ।

ପ୍ରତିବର୍ଷ ଏମାନେ ପୂର୍ବ ରୁଷିଆ, ଉତ୍ତର-ପୂର୍ବ ଚୀନ୍ ଓ ମଙ୍ଗୋଲିଆରୁ ଆଫ୍ରିକାର ଦକ୍ଷିଣ ଓ ପୂର୍ବ ଅଞ୍ଚଳକୁ ଯାତ୍ରା କରନ୍ତି।

ଏହି ଦୀର୍ଘ ଯାତ୍ରା ସମୟରେ ମଣିପୁର ଓ ନାଗାଲାଣ୍ଡରେ ବଡ଼ ବଡ଼ ଦଳରେ ଏମାନେ ଏକାଠି ହୋଇଥାନ୍ତି।

ସେଠାରେ ପ୍ରଚୁର କୀଟପତଙ୍ଗ ଖାଇ ଶରୀରରେ ଶକ୍ତି ସଞ୍ଚୟ କରନ୍ତି।

ପରେ ଆରବ ସାଗର ଉପରେ ଦୀର୍ଘ ଉଡ଼ାଣ ଆରମ୍ଭ କରନ୍ତି।

ସମୁଦ୍ର ଉପରେ ହଜାର ହଜାର କିଲୋମିଟର ଉଡ଼ିବା ଏମାନଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ।

ସାଟେଲାଇଟ୍ ଜରିଆରେ ହେଉଛି ନଜର ଏହି ଦୁଇ ପକ୍ଷୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ବୈଜ୍ଞାନିକ।

୨୦୨୫ ନଭେମ୍ବରରେ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII)ର ବୈଜ୍ଞାନିକମାନେ ଏମାନଙ୍କ ଶରୀରରେ ହାଲୁକା ସାଟେଲାଇଟ୍ ଟ୍ରାନ୍ସମିଟର ଲଗାଇଥିଲେ।

ମଣିପୁର ଆମୁର ଫାଲକନ୍ ଟ୍ରାକିଂ ପ୍ରୋଜେକ୍ଟ ଅଧୀନରେ ଏହି ଗବେଷଣା ଚାଲିଛି।

ଏହାଦ୍ୱାରା ପକ୍ଷୀଙ୍କ ଯାତ୍ରାପଥ, ଉଡ଼ାଣ ସମୟ ଓ ବିଶ୍ରାମ ସ୍ଥଳ ସମ୍ପର୍କରେ ତଥ୍ୟ ମିଳୁଛି।

ମାତ୍ର ୧୫୦ ଗ୍ରାମର ଏହି ପକ୍ଷୀ ନିଜ ଅସାଧାରଣ କ୍ଷମତା ବଳରେ ହଜାର ହଜାର କିଲୋମିଟର ଅତିକ୍ରମ କରିପାରୁଛି।

ଆଲାଙ୍ଗର ଏହି ସଫଳ ଯାତ୍ରା ପୁଣିଥରେ ପ୍ରମାଣ କରିଛି ଯେ ପ୍ରକୃତିର ଛୋଟ ସୃଷ୍ଟି ଭିତରେ ମଧ୍ୟ ଲୁଚି ରହିଛି ଅସୀମ ଶକ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)