Mobile :୮୦% କମିଲା ନୂଆ ମୋବାଇଲ ସଂଯୋଗ, ମେ ମାସରେ ୪୯ ହଜାର ଗ୍ରାହକ ଯୋଡ଼ିହେଲେ
"ଭୁବନେଶ୍ବର: ମେ ମାସରେ ଓଡ଼ିଶାରେ ନୂଆ ମୋବାଇଲ ସଂଯୋଗ ପ୍ରଦର୍ଶନ ଖରାପ ରହିଛି।
ମାତ୍ର ୪୯,୦୬୧ ଜଣ ନୂଆ ମୋବାଇଲଗ୍ରାହକ ଯୋଡ଼ି ହୋଇଛନ୍ତି।
ଏପ୍ରିଲରେ ରାଜ୍ୟରେ ୨ ଲକ୍ଷ ୫୨ ହଜାର ୮୫୯ ଜଣ ନୂଆ ମୋବାଇଲ ଗ୍ରାହକ ସୃଷ୍ଟି ହୋଇଥିଲେ।
ତେଣୁ ଏପ୍ରିଲ ତୁଳନାରେ ମେ ମାସରେ ନୂଆ ମୋବାଇଲ ଫୋନ ସଂଯୋଗ ୮୦ ପ୍ରତିଶତ କମିଯାଇଛି।
ମେ ମାସରେ ୫୦ ହଜାରରୁ କମ୍ ମୋବାଇଲ ଗ୍ରାହକ ସୃଷ୍ଟି ହୋଇଥିଲେ ମଧ୍ୟ ଅଢ଼େଇ ଲକ୍ଷ ଲୋକ ଅପରେଟର ବଦଳାଇଛନ୍ତି।
ଭାରତୀୟ ଦୂର ସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି।Advertisment ଆହୁରି ପଢନ୍ତୁ: Allegation: ଭାରତ ବିରୋଧରେ ପୁଣି ଆତଙ୍କବାଦ ପ୍ରୋତ୍ସାହନର ମିଥ୍ୟା ଅଭିଯୋଗ ଆଣିଲେ ଶହବାଜ ଟ୍ରାଇ ସୂଚନା ଅନୁଯାୟୀ ରାଜ୍ୟରେ ଚଳିତବର୍ଷ ଜାନୁଆରିରେ ୨ ଲକ୍ଷ ୫୬ ହଜାର ୩୩, ଫେବ୍ରୁଆରିରେ ୨ ଲକ୍ଷ ୩୨ ହଜାର ୫୦୭, ମାର୍ଚ୍ଚରେ ୪ ଲକ୍ଷ ୭ ହଜାର ୨୬୪ ଜଣ ନୂଆ ମୋବାଇଲ ଗ୍ରାହକ ଯୋଡ଼ି ହୋଇଥିଲେ।
ସେହି ତୁଳନାରେ ମେ ମାସରେ ନୂଆ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ନଗଣ୍ୟ ରହିଛି।
ମେ ମାସ ଶେଷ ସୁଦ୍ଧା ରାଜ୍ୟରେ ମୋଟ ମୋବାଇଲ ଫୋନ୍ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୮୪ ଲକ୍ଷ ୧୦ ହଜାର ୯୬୧ରେ ପହଞ୍ଚିଛି।
୪ଟି କମ୍ପାନି ପକ୍ଷରୁ ୩ଟି କମ୍ପାନିର ଗ୍ରାହକ ସଂଖ୍ୟା କମିଥିବାବେଳେ ଗୋଟିଏ କମ୍ପାନିର ଗ୍ରାହକ ସଂଖ୍ୟା ବଢ଼ିଛି।
ଜିଓର ଗ୍ରାହକ ସଂଖ୍ୟା ୯୪,୦୯୮ ବଢ଼ି ୧ କୋଟି ୮୦ ଲକ୍ଷ ୬୪ ହଜାର ୪୨୯ରେ ପହଞ୍ଚିଛି।
ଅନ୍ୟପକ୍ଷରେ ଏୟାରଟେଲର ଗ୍ରାହକ ସଂଖ୍ୟା ୩୪,୭୩୫, ଭୋଡାଫୋନର ଗ୍ରାହକ ସଂଖ୍ୟା ୮୮୯୪ ଏବଂ ବିଏସ୍ଏନ୍ଏଲ୍ର ଗ୍ରାହକ ସଂଖ୍ୟା ୧୪୦୮ ହ୍ରାସ ପାଇଛି।
ମେ ଶେଷ ସୁଦ୍ଧା ଏହି ୩ଟି କମ୍ପାନିର ଗ୍ରାହକ ସଂଖ୍ୟା ଯଥାକ୍ରମେ ୧ କୋଟି ୩୩ ଲକ୍ଷ ୭୦ ହଜାର ୫୪୦, ୧୫ ଲକ୍ଷ ୨୫ ହଜାର ୨୪୯ ଏବଂ ୫୪ ଲକ୍ଷ ୯୯ ହଜାର ୮୦୪କୁ ଖସିଆସିଛି।"