TRUMP: ଟ୍ରମ୍ପଙ୍କ ତୁଳନାରେ ପୁଟିନଙ୍କୁ ଅଧିକ ଭରସା କରନ୍ତି ଭାରତୀୟ
"ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବିଶ୍ବବାସୀଙ୍କ ଭରସା ହ୍ରାସ ପାଇବାରେ ଲାଗିଛି।
ପିଉ ରିସର୍ଚ୍ଚ ସେଣ୍ଟର ଦ୍ବାରା କରାଯାଇଥିବା ଏକ ନୂଆ ସର୍ବେକ୍ଷଣରେ ବିଶ୍ବରେ ୭୬% ଉତ୍ତରଦାତା ଟ୍ରମ୍ପଙ୍କ ଉପରେ ଅବିଶ୍ବାସ ପ୍ରକାଶ କରିଛନ୍ତି।
ମଙ୍ଗଳବାର ଦିନ ପ୍ରକାଶିତ ଏହି ସର୍ଭେରୁ ଜଣାପଡିଛି ଯେ, ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ କେବଳ ୨୩% ଲୋକ କହିଛନ୍ତି ଯେ, ସେମାନେ ଟ୍ରମ୍ପଙ୍କ ଅନ୍ତର୍ଜାତୀୟ ମାମଲା ପରିଚାଳନା କରିବାର କ୍ଷମତା ଉପରେ ବିଶ୍ୱାସ ରଖିଛନ୍ତି।Advertisment ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏହି ସର୍ଭେ ୨୦୨୬ ମସିହା ଫେବ୍ରୁଆରି ୮ ରୁ ମେ ୧୩ ତାରିଖ ମଧ୍ୟରେ କରାଯାଇଥିଲା ଓ ଏଥିରେ ୩୬ ଟି ଦେଶର ୪୨,୧୫୧ ଜଣ ସାମିଲ ହୋଇଥିଲେ।
ଅପରପକ୍ଷେ ପିଟିଆଇ ପ୍ରକାଶ କରିଛି ଯେ, ଭାରତୀୟ ଉତ୍ତରଦାତାଙ୍କ ମଧ୍ୟରେ ୫୧ % ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ପସନ୍ଦ କରିଛନ୍ତି।
ପୁଟିନ୍ ବିଶ୍ବ ବ୍ୟାପାରକୁ ଅଧିକ ସୁଗମ ଭାବେ ପରିଚାଳନା କରି ପାରିବେ ବୋଲି ଭାରତୀୟମାନେ ବିଶ୍ବାସ କରନ୍ତି।
ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, କେବଳ ୩୯% ଭାରତୀୟ କହିଛନ୍ତି ଯେ, ବିଶ୍ୱ ବ୍ୟାପାରରେ ଟ୍ରମ୍ପ ଠିକ୍ କାମ କରିବେ ବୋଲି ସେମାନଙ୍କର ବିଶ୍ୱାସ।
ଟ୍ରାକ୍ କରାଯାଇଥିବା ୨୪ଟି ଦେଶ ମଧ୍ୟରୁ ୧୬ଟିରେ ଟ୍ରମ୍ପଙ୍କ ନେତୃତ୍ୱ ପ୍ରତି ବିଶ୍ୱାସ ହ୍ରାସ ପାଇଛି ଓ କୌଣସି ଦେଶରେ ଉନ୍ନତି ହୋଇନାହିଁ ବୋଲି ଜଣାପଡ଼ିଛି।
ପୂର୍ବରୁ ୫୧% ଭାରତୀୟ ଉତ୍ତରଦାତା ଟ୍ରମ୍ପଙ୍କ ଉପରେ ବିଶ୍ବାସ ପ୍ରକାଶ କରିଥିଲେ।
ଆହୁରି ପଢନ୍ତୁ: Award: ସାଇ ଇନଷ୍ଟିଟ୍ୟୁଟ ଅଫ୍ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ୍ ଲିଭର ସାଇନ୍ସେସ୍ ସମ୍ମାନିତ ଟ୍ରମ୍ପଙ୍କ ଶୁଳ୍କ ନୀତି, ଇରାନ ଓ ଭେନେଜୁଏଲା ପ୍ରସଙ୍ଗ ଓ ଆମେରିକାର କଠୋର ପ୍ରବାସୀ ନୀତିକୁ ଅନେକ ଭାରତୀୟ ପସନ୍ଦ କରିନାହାନ୍ତି।
ଟ୍ରମ୍ପଙ୍କ ପ୍ରବାସୀ ନୀତିକୁ ମାତ୍ର ୩୨% ଉତ୍ତରଦାତା, ଭେନେଜୁଏଲାକୁ ନେଇ ତାଙ୍କ ଆଭିମୁଖ୍ୟକୁ ମାତ୍ର ୧୭% ଓ ଇରାନରେ ତାଙ୍କ କାର୍ଯ୍ୟାନୁଷ୍ଠାନକୁ ମାତ୍ର ୨୮% ଉତ୍ତରଦାତା ସମର୍ଥନ ଜଣାଇଛନ୍ତି।
ଭାରତୀୟ ଉତ୍ତରଦାତାମାନେ ଟ୍ରମ୍ପଙ୍କ ଦ୍ୱାରା ଯୁକ୍ତରାଷ୍ଟ୍ର ଅନ୍ତର୍ଜାତୀୟ ବିକାଶ ସଂସ୍ଥା (ୟୁଏସ୍ଏଡ୍) ପରି ଅନ୍ତର୍ଜାତୀୟ ସହାୟତା ସଂସ୍ଥାଗୁଡ଼ିକୁ ବନ୍ଦ କରିବାର ନିଷ୍ପତ୍ତି, ଗାଜା ଷ୍ଟ୍ରିପରେ ଯୁଦ୍ଧ ଓ ରୁଷ-ୟୁକ୍ରେନ ଯୁଦ୍ଧ ପରିଚାଳନା ପାଇଁ ସୀମିତ ସମର୍ଥନ ପ୍ରକାଶ କରିଥିଲେ।
ପାଖାପାଖି ଦୁଇ ଦଶନ୍ଧି ପରେ ଭାରତରେ ଆମେରିକାର ଲୋକପ୍ରିୟତା ହ୍ରାସ ପାଇଛି।
୨୦୦୫ରେ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁସ୍ ଇରାକ ବିରୋଧରେ ଯୁଦ୍ଧ ଆରମ୍ଭ କରି ତୀବ୍ର ସମାଲୋଚନାର ଶିକାର ହୋଇଥିଲେ।
ସେତେବେଳେ ଆମେରିକାର ଲୋକପ୍ରିୟତା ୭୧% କୁ ଖସି ଆସିଥିଲା।
ଆହୁରି ପଢନ୍ତୁ: Allegation: ଭାରତ ବିରୋଧରେ ପୁଣି ଆତଙ୍କବାଦ ପ୍ରୋତ୍ସାହନର ମିଥ୍ୟା ଅଭିଯୋଗ ଆଣିଲେ ଶହବାଜଇସ୍ରାଏଲରେ ୮୧% ଉତ୍ତରଦାତା ଆମେରିକା ସପକ୍ଷରେ ମତ ଦେଇଥିଲେ।
ବିଶ୍ବବ୍ୟାପାରରେ ଟ୍ରମ୍ପ ସଠିକ୍ ପଦକ୍ଷେପ ନେବେ ବୋଲି ୬୬% ଉତ୍ତରଦାତା ମତ ପ୍ରକାଶ କରିଥିଲେ।
ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ସବୁଠୁ କମ୍ ପସନ୍ଦ କରିଥିଲେ ଉତ୍ତରଦାତା।
ମାତ୍ର ୧୮% ଉତ୍ତରଦାତା ଏହାକୁ ସମର୍ଥନ କରିଥିଲେ।
୩୨% ଟ୍ରମ୍ପଙ୍କ ପ୍ରବାସୀ ନୀତିକୁ ସମର୍ଥନ କରିଥିଲେ।
ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ବ୍ରିଟେନରେ ୨୭%, କାନାଡାରେ ୧୭%, ଜାପାନରେ ୧୫%, ଦକ୍ଷିଣ କୋରିଆରେ ୧୪%, ମେକ୍ସିକୋରେ ୧୧% ଓ ଜର୍ମାନୀରେ ମାତ୍ର ୮% ଉତ୍ତରଦାତା ପସନ୍ଦ କରିଥିଲେ।
କେନିୟା ଏକମାତ୍ର ଦେଶ ଯେଉଁଠାରେ ୫୫% ସମର୍ଥନ ମିଳିଥିଲା।
ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଫ୍ରାନ୍ସ, ଜର୍ମାନୀ ଓ ଗ୍ରୀସ୍ ଟ୍ରମ୍ପଙ୍କ ଠାରେ ସବୁଠୁ କମ୍ ବିଶ୍ବାସ ପ୍ରକଟ କରିଥିଲେ।
ଜର୍ମାନୀରେ ଟ୍ରମ୍ପଙ୍କୁ ୧୬%, ପୁଟିନଙ୍କୁ ୧୫% ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ମାତ୍ର ୧୫% ବିଶ୍ବାସ ପ୍ରକଟ କରିଥିଲେ।
ଅପରପକ୍ଷେ ସେମାନେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁନ (୭୨%) ଙ୍କ ଉପରେ ଅଧିକ ବିଶ୍ବାସ ପ୍ରକାଟ କରିଥିଲେ।
ମୁସଲିମ୍ ବହୁଳ ୱେଷ୍ଟବ୍ୟାଙ୍କ ଓ ପୂର୍ବ ଜେରୁଜେଲେମର ପାଲେଷ୍ଟାଇନ୍ ଲୋକମାନେ ଟ୍ରମ୍ପ ଓ ନେତାନ୍ୟାହୁଙ୍କ ତୁଳନାରେ ପୁଟିନ୍ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପରେ ଅଧିକ ବିଶ୍ବାସ ପ୍ରକଟ କରିଥିଲେ।
"