Award: ସାଇ ଇନଷ୍ଟିଟ୍ୟୁଟ ଅଫ୍ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ୍ ଲିଭର ସାଇନ୍ସେସ୍ ସମ୍ମାନିତ
ଭୁବନେଶ୍ବର: ଦ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ‘ଟାଇମ୍ସ ହେଲ୍ଥ ଆଇକନ୍ସ ଓଡ଼ିଶା’ କାର୍ଯ୍ୟକ୍ରମରେ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ ପାଇଁ ସାଇ ଇନଷ୍ଟିଟ୍ୟୁଟ ଅଫ୍ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ୍ ଲିଭର ସାଇନ୍ସେସ୍ର ଦୁଇଜଣ ବିଶିଷ୍ଟ ଚିକିତ୍ସକ ସମ୍ମାନିତ ହୋଇଛନ୍ତି। ଗ୍ୟାଷ୍ଟ୍ରୋ ଓ ଲିଭର ରୋଗର ସଫଳ ଓ ଉନ୍ନତ ଚିକିତ୍ସା କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ଡା. ଆଶୁତୋଷ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନିତ କରିଥିଲେ। ସେହିପରି, ଅତ୍ୟାଧୁନିକ ଏଣ୍ଡୋସ୍କୋପି ପ୍ରଯୁକ୍ତିର ସଫଳ ପ୍ରୟୋଗ ମାଧ୍ୟମରେ କ୍ୟାନ୍ସର ପରି ମାରାତ୍ମକ ରୋଗକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରି ଉନ୍ନତ ଚିକିତ୍ସା ସେବା ଯୋଗାଇ ଆସୁଥିବାରୁ ଡା. ସୋନମୁନ ମହାପାତ୍ରଙ୍କୁ ବଲିଉଡ୍ର ପ୍ରଖ୍ୟାତ ଅଭିନେତା ବୋମନ ଇରାନୀ ସମ୍ମାନିତ କରିଥିଲେ। ଏହି ସମ୍ମାନ ସାଇ ଇନଷ୍ଟିଟ୍ୟୁଟ ଅଫ୍ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ୍ ଲିଭର ସାଇନ୍ସେସ୍ର ସମଗ୍ର ଚିକିତ୍ସକ ଦଳକୁ ଆହୁରି ଉତ୍ସାହିତ କରିବା ସହ ରୋଗୀସେବାରେ ଉତ୍କର୍ଷ ବଜାୟ ରଖିବା ପାଇଁ ପ୍ରେରଣା ଦେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।