28 JUNE 2026

Welcome!

Unlock your personalized experience.
Sign Up

OpenAI: ପ୍ରଭଜିତ ସିଂହ ଓପନଏଆଇ ଭାରତ ମୁଖ୍ୟ

Jun 27, 2026 - 20:16
OpenAI: ପ୍ରଭଜିତ ସିଂହ ଓପନଏଆଇ ଭାରତ ମୁଖ୍ୟ

ନୂଆଦିଲ୍ଲୀ: ଭାରତ ପାଇଁ ଓପନଏଆଇର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ହେବେ ପ୍ରଭଜିତ ସିଂହ। ନିକଟରେ ଶ୍ରୀ ସିଂହ ଉବରର ଭାରତ ଓ ଦକ୍ଷିଣ ଏସିଆ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେପ୍ଟେମ୍ବରରେ ସେ ଓପନଏଆଇରେ ଯୋଗଦେବେ ଏବଂ ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳର ଏମ୍‌ଡି କିରଣ ମଣିଙ୍କୁ ରିପୋର୍ଟ କରିବେ।ଓପନଏଆଇରେ ଯୋଗଦେବା ପରେ ସେ ଭାରତରେ ଗ୍ରାହକ ବୃଦ୍ଧି ସହିତ ସହଭାଗିତା ଓ ଉଦ୍ୟୋଗଗୁଡ଼ିକରେ କମ୍ପାନିର ଉତ୍ପାଦ ବ୍ୟବହାରକୁ ବଢ଼ାଇବା ଆଦି ଦାୟିତ୍ବ ସମ୍ଭାଳିବେ। ଉବରରେ ସେ ଦୀର୍ଘ ୧୧ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ୨୦୧୫ରେ ଉବରରେ ଯୋଗଦେବା ପୂର୍ବରୁ ସେ ମ୍ୟାକେନଜି ଆଣ୍ଡ୍‌ କମ୍ପାନିରେ କାର୍ଯ୍ୟ କରୁଥିଲେ। ଆଇଆଇଟି ଖଡ଼ଗପୁର ସମେତ ଆଇଆଇଏମ୍‌ ଅହମଦାବାଦରୁ ସେ ଶିକ୍ଷାଲାଭ କରିଛନ୍ତି।