Gold And Silver Prices: ଆହୁରି ଶସ୍ତା ହେଲା ସୁନା ଓ ରୁପା ଦର
"ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ ବନ୍ଦ ହେବା ପରଠାରୁ ସୁନା ଓ ରୁପା ମୂଲ୍ୟ ଲଗାତାର ଭାବେ ହ୍ରାସ ପାଉଛି।
ଗୁରୁବାର ମଧ୍ୟ ସେହି ଧାରା ବଜାୟ ରହିଛି।
ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୨୫୫୦ ଟଙ୍କା ହ୍ରାସ ପାଇ ୧,୨୮,୪୫୦ ଟଙ୍କାକୁ ଖସିଛି।
ସେହିପରି ୨୪ କ୍ୟାରେଟ୍ ସୁନା ଦାମ ୨୭୮୦ ଟଙ୍କା କମ୍ ହୋଇ ୧,୪୦,୦୧୩ ଟଙ୍କା ହୋଇଛି।
ଆଜି ମଧ୍ୟ ରୁପା ୧୦ ହଜାର ଟଙ୍କା ଶସ୍ତା ହୋଇଛି।Advertisment ୯ମ ଶ୍ରେଣୀରୁ ପିଲା ପଢ଼ିବେ ଜରୁରୀକାଳୀନ ପରିସ୍ଥିତି ଇତିହାସ ରୁପାର କିଲୋଗ୍ରାମ ପିଛା ଦାମ ୨,୩୦,୦୦୦ ଟଙ୍କାକୁ ହ୍ରାସ ପାଇଛି।
ଗତ ତିନି ଦିନରେ ୨୨ କ୍ୟାରେଟ୍ ସୁନା ୭୨୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ୭୮୫୦ ଟଙ୍କା ଶସ୍ତା ହୋଇଛି।
ରୁପା ଦାମ୍ ୨୫ ହଜାର ଟଙ୍କା କମିଛି।
ଆମେରିକା ଓ ଇରାନ ମଧ୍ୟରେ ଅନ୍ତରୀଣ ଶାନ୍ତି ଚୁକ୍ତି ହେବା, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଦ୍ରୁତ ଗତିରେ ହ୍ରାସ ପାଇବା ଓ ଡଲାର ଶକ୍ତିଶାଳୀ ହୋଇଥିବାରୁ ସୁନା ଓ ରୁପା ଦରରେ ହ୍ରାସ ଘଟୁଛି।
କିଛି ନିବେଶକ ଲାଭ ପାଇବା ଆଶାରେ ମଧ୍ୟ କମ୍ ଦାମ୍ରେ ସୁନା ବିକ୍ରି କରୁଛନ୍ତି।
ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ (ଇଟିଏଫ୍)ରେ ମଧ୍ୟ ବ୍ୟାପକ ବିକ୍ରି ହେଉଛି।
ଜାତୀୟ ସ୍ତରରେ ଚଳିତ ବର୍ଷ ସୁନା ୩୬ ହଜାର ଟଙ୍କା ଓ ରୁପା ୧ ଲକ୍ଷ ୭୦ ହଜାର ଟଙ୍କା ଶସ୍ତା ହୋଇଛି।
ଏକ ସମୟରେ ଦେଶରେ ସୁନା ଦର ୧୦ ଗ୍ରାମକୁ ୧ ଲକ୍ଷ ୭୬ ହଜାର ଟଙ୍କା ଓ ରୁପା କେଜି ୩ ଲକ୍ଷ ୮୬ ହଜାର ଟଙ୍କା ହୋଇଯାଇଥିଲା।
"