Andhra Pradesh To Singapore: ସିଙ୍ଗାପୁର ଗଲା ବାଇଗଣପଲେଇ ଆମ୍ବ
"ନୂଆଦିଲ୍ଲୀ: ସିଙ୍ଗାପୁରବାସୀ ଚାଖିବେ ଭାରତୀୟ ବାଇଗଣପଲେଇ ଆମ୍ବର ସ୍ବାଦ।
କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ କର୍ତ୍ତୃପକ୍ଷ (ଆପେଡା) ପକ୍ଷରୁ ସମୁଦ୍ର ପଥରେ ସିଙ୍ଗାପୁରକୁ ୫ ଟନ୍ ବାଇଗଣପଲେଇ ଆମ୍ବ ପଠାଯାଇଛି।
ଆନ୍ଧ୍ରପ୍ରଦେଶରେ ଉତ୍ପାଦନ ହୋଇଥିବା ସେହି ଆମ୍ବଗୁଡ଼ିକୁ ସିଙ୍ଗାପୁରର ସର୍ତ୍ତ ଅନୁସାରେ କର୍ଣ୍ଣାଟକରେ ଥିବା ଆପେଡାର ପ୍ୟାକ୍ହାଉସ୍ରେ ପ୍ରକ୍ରିୟାକରଣ କରାଯାଇଥିଲା।
ଆମ୍ବଗୁଡ଼ିକୁ ଚଳିତ ମାସ ୧୧ରେ ପଠାଯାଇଥିଲା ଓ ତାହା ୨୪ ତାରିଖରେ ସିଙ୍ଗାପୁରରେ ପହଞ୍ଚିଥିଲା।
ଏହି ରପ୍ତାନି ଦ୍ବାରା ଆମ୍ବ ଚାଷୀମାନେ ଦୁଇଗୁଣା ଲାଭ ପାଇଛନ୍ତି।
ଦେଶରେ ବାଇଗଣପଲେଇ ଆମ୍ବର ଦାମ କେଜିକୁ ୨୫-୨୬ ଟଙ୍କା ରହିଛି।
ସିଙ୍ଗାପୁରକୁ ପଠାଯାଇଥିବା ଆମ୍ବର କେଜି ପିଛା ଦାମ ଚାଷୀମାନଙ୍କ ପାଇଁ ୫୦ ଟଙ୍କା ରହିଛି।
ଏହି ରପ୍ତାନି ପରେ ସତେଜ ଫଳକୁ ସମୁଦ୍ର ପଥରେ ସୁଲଭ ମୂଲ୍ୟରେ ବିଦେଶ ପଠାଇବାର ସମ୍ଭାବନା ଉଜ୍ଜ୍ବଳ ହୋଇଛି।Advertisment "