Minor Boy Found Dead: ନାବାଳକ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ରାଗରେ ଭେରାଇଟି ଷ୍ଟୋରରେ ଭଙ୍ଗାରୁଜା

Nov 15, 2026 - 08:06
Minor Boy Found Dead: ନାବାଳକ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ରାଗରେ ଭେରାଇଟି ଷ୍ଟୋରରେ ଭଙ୍ଗାରୁଜା

ନାବାଳକର ମୃତଦେହ ଉଦ୍ଧାରକୁ ନେଇ ତୀବ୍ର ଉତ୍ତେଜନା।

ଚୋରି ଅଭିଯୋଗରେ ଦୋକାନୀ ମାଡ଼ ମାରିଥିବା ଏବଂ ଏହା ପରେ ନାବାଳକର ମୃତ୍ୟୁ ହୋଇଥିବା ସନ୍ଦେହ।

ଏହାକୁ ନେଇ ଭେରାଇଟି ଷ୍ଟୋରରେ ଭଙ୍ଗାରୁଜା।

ନୀଳଗିରି ଉପଖଣ୍ଡ ବରହମପୁର ଥାନା ତେନ୍ତୁଳିଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ନବନିର୍ମିତ ମାର୍କେଟ୍ କମ୍ପ୍ଲେକ୍ସରୁ ମିଳିଥିଲା ନାବାଳକର ମୃତଦେହ।

Advertisment ସୂଚନା ଅନୁସାରେ, ତେନ୍ତୁଳିଆ ବଜାରର ମାନସ ବେହେରାଙ୍କ ଭେରାଇଟି ଷ୍ଟୋରରେ ଚୋରି କରୁଥିବା ଅଭିଯୋଗରେ ନାବାଳକକୁ ଦୋକାନୀ ମାଡ଼ ମାରିଥିବା କୁହାଯାଉଛି।

ଗତକାଲି ତା'ର ମୃତଦେହ ମିଳିବା ପରେ ଦୋକାନୀଙ୍କ ମାଡ଼ରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଉତ୍ତ୍ୟକ୍ତ ଲୋକେ ଦୋକାନରେ ଭଙ୍ଗାରୁଜା କରିଥିଲେ।

ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରାୟ ୧୫ ଘଣ୍ଟା ଧରି ମୃତଦେହ ଛାଡ଼ିନଥିଲେ ଗ୍ରାମବାସୀ।

ପରେ ଲୋକଙ୍କୁ ବୁଝାସୁଝା କରି ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେଇଥିଲା।

ଅନ୍ୟପଟେ ଦୋକାନୀ ମାନସ ବେହେରାଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି।

ଗାଁରେ ଉତ୍ତେଜନା ଜାରି ରହିଥିବାରୁ ଦୁଇ ସେକ୍ସନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)