MI-17 helicopter crashes: ‘ଏମ୍ଆଇ-୧୭’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ପାଇଲଟଙ୍କ ସହ ୨୦ଯବାନଙ୍କ ମୃତ୍ୟୁ ଆଶଙ୍କା
"ମୁଜାଫରାବାଦ: ପାକିସ୍ତାନ ଅଧୀକୃତ କାଶ୍ମୀର (ପିଓକେ) ର ମୁଜାଫରାବାଦ ନିକଟସ୍ଥ ନୀଲମ୍ ଘାଟିରେ ପାକିସ୍ତାନ ସେନାର ଏକ "ଏମଆଇ-୧୭" ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ପାଇଲଟଙ୍କ ସମେତ ପ୍ରାୟ ୨୦ ଜଣ ଯବାନ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।
ପାକିସ୍ତାନ ସେନାର ଗଣମାଧ୍ୟମ ଶାଖା ''ଆଇଏସପିଆର୍'' ଏବଂ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହେଲିକପ୍ଟରଟି ଉଡ଼ାଣ ଭରିବା ସମୟରେ ହଠାତ୍ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇ କ୍ରାସ୍ ହୋଇଯାଇଥିଲା।
ଘଟଣାସ୍ଥଳକୁ ତୁରନ୍ତ ଉଦ୍ଧାରକାରୀ ଦଳ ପଠାଯାଇଥିଲେ ମଧ୍ୟ ହେଲିକପ୍ଟରରେ ଥିବା କୌଣସି ବି ସଦସ୍ୟ ଜୀବିତ ବଞ୍ଚିନଥିବା ସାମରିକ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।
ପିଓକେରେ ଚାଲିଥିବା ବ୍ୟାପକ ସାଧାରଣ ଆନ୍ଦୋଳନ ଓ ହିଂସାତ୍ମକ ପରିସ୍ଥିତି ଉପରେ ଆକାଶମାର୍ଗରୁ ନଜର ରଖିବା ପାଇଁ ପାକିସ୍ତାନ ସେନା ପକ୍ଷରୁ ଏହି ହେଲିକପ୍ଟରଗୁଡ଼ିକୁ ସେଠାରେ ମୁତୟନ କରାଯାଇଥିଲା।Advertisment ଖୁବଶୀଘ୍ର ପୁରଣ ହେବ ଆୟକର ନିରୀକ୍ଷକ ପାଇଁ ଖାଲି ଥିବା ପଦବି; ଶୀଘ୍ର କରନ୍ତୁ ଆବେଦନ ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ଦିନ ମଧ୍ୟରେ ପାକିସ୍ତାନ ସେନାର ଏହା ଦ୍ୱିତୀୟ ବଡ଼ ହେଲିକପ୍ଟର ଦୁର୍ଘଟଣା।
ଏହା ପୂର୍ବରୁ ବାଲୁଚିସ୍ତାନ ଅଞ୍ଚଳରେ ମଧ୍ୟ ସେନାର ଆଉ ଏକ ହେଲିକପ୍ଟର କ୍ରାସ୍ ହୋଇଥିଲା।
ବର୍ତ୍ତମାନ ପର୍ଯ୍ୟନ୍ତ ସେନା ପକ୍ଷରୁ ମୃତକଙ୍କ ସଠିକ୍ ସଂଖ୍ୟା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, ମାତ୍ର ସୂତ୍ର ଅନୁଯାୟୀ ଏହି ରୁଷ-ନିର୍ମିତ ହେଲିକପ୍ଟରରେ ପ୍ରାୟ ୨୦ ଜଣ ସୈନ୍ୟ ଯାତ୍ରା କରୁଥିଲେ।
ସମଗ୍ର ପାକିସ୍ତାନ ଏବଂ ପିଓକେରେ ଉପୁଜିଥିବା ଆଭ୍ୟନ୍ତରୀଣ ସୁରକ୍ଷା ସଙ୍କଟ ଓ ସାମରିକ ଗତିବିଧି ମଧ୍ୟରେ ସେନାର ଏଭଳି ଦୁର୍ଘଟଣା ପାକିସ୍ତାନ ପ୍ରତିରକ୍ଷା ବିଭାଗ ପାଇଁ ଏକ ବଡ଼ ଶକ୍ତ ଧକ୍କା ସାବ୍ୟସ୍ତ ହୋଇଛି।
"