Doubtful car accident କାର୍‌ ଓଲଟିଲା, ପୁଲିସକୁ ଦେଖି ଦୌଡ଼ି ପଳାଇଲେ ୪ ଆହତ

Jun 10, 2026 - 19:12
Doubtful car accident କାର୍‌ ଓଲଟିଲା, ପୁଲିସକୁ ଦେଖି ଦୌଡ଼ି ପଳାଇଲେ ୪ ଆହତ

"ସୁନ୍ଦରଗଡ଼:  ସଦରଥାନା ବଡ଼ମାଲ ନିକଟରେ ଏକ କାର୍ ଭାରସାମ୍ଯ ହରାଇ ଓଲଟି ପଡ଼ିଛି।

ଏଥିରେ ବସିଥିବା ଚାରି ଜଣ ଆହତ ହୋଇଛନ୍ତି।

ତେବେ ଖବର ପାଇ ପୁଲିସ ପହଞ୍ଚିବା ବେଳେ ପୁଲିସକୁ ଦେଖି ଆହତ ବ୍ୟକ୍ତିମାନେ ଦୌଡ଼ି ପଳାଇଥିବା ଘଟଣାକୁ ନେଇ ଅଞ୍ଚଳରେ ବେସ୍‌ ଚର୍ଚ୍ଚା ‌ଧରିଛି।

Advertisment ସୂଚନାନୁସାରେ, କାର(ଓଡି ୦୫ଏମ୍- ୫୭୭୭) ଟି କରମଡିହି- ସବଡେଗା ରାସ୍ତାରେ ଯାଉଥିବାବେଳେ ବଡ଼ମାଲ ନିକଟରେ ଭାରସାମ୍ଯ ହରାଇ କାରଟି ଓଲଟି ପଡ଼ିଛି।

ଦୁର୍ଘଟଣାର ସୂଚନା ପାଇ ୧୧୨ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୁଲିସକୁ ଦେଖି ଆହତ ବ୍ଯକ୍ତିମାନେ  ପାଖ ଜଙ୍ଗଲକୁ ଦୌଡ଼ି ପଳାଇଯାଇଥିଲେ।

ସେମାନେ କୌଣସି ସନ୍ଦିଗ୍ଧ କାରବାର କିମ୍ବାନ ନିଶାଗ୍ରସ୍ତ ଥାଇପାରନ୍ତି ବୋଲି ଆଲୋଚନା ହେଉଛି।

ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେବେ କାରରୁ କଣ ମିଳିଛି, ଆହତ ଯୁବକମାନେ ପୁଲିସକୁ ଦେଖି କାହିଁକି ଦୌଡ଼ି ପଳାଇଗଲେ, ସେ ସମ୍ପର୍କରେ କିଛି ଜଣାପଡ଼ିନି।"