Metro: ମେଟ୍ରୋ ରେଳରେ ଆମେରିକାକୁ ଟପିବ ଭାରତ: ଚୀନ ପଛକୁ ଦ୍ବିତୀୟ ସ୍ଥାନରେ ରହିବ

Sep 07, 2026 - 19:26
Metro: ମେଟ୍ରୋ ରେଳରେ ଆମେରିକାକୁ ଟପିବ ଭାରତ: ଚୀନ ପଛକୁ ଦ୍ବିତୀୟ ସ୍ଥାନରେ ରହିବ

"ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଭାରତରେ ମେଟ୍ରୋରେଳ ନେଟ୍‌ୱର୍କରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି।

ଖୁବ୍‌ଶୀଘ୍ର ଏହା ଆମେରିକାକୁ ଅତିକ୍ରମ କରି ବିଶ୍ବର ଦ୍ବିତୀୟ ବୃହତ୍‌ ନେଟୱର୍କ ହେବାକୁ ଯାଉଛି।

ଆସନ୍ତା ଦୁଇ ବର୍ଷରେ ଭାରତ ଏହି ଉପଲବ୍ଧି ହାସଲ କରିବାକୁ ଯାଉଛି ବୋଲି ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି।

ଆମେରିକାରେ ବର୍ତ୍ତମାନ ୧୩୮୬ କିଲୋମିଟରର ମେଟ୍ରୋ ରେଳ ନେଟ୍‌ୱର୍କ ରହିଛି।

ଭାରତରେ ତାହା ୧୧୭୦ କିମି ଅଛି।

ଆମେରିକାଠାରୁ ଭାରତ ଆଉ ମାତ୍ର ୨୧୬ କିମି ପଛରେ ରହିଛି।

ଆସନ୍ତା ଦୁଇ ବର୍ଷରେ ଆମେ ଆମେରିକାକୁ ଅତିକ୍ରମ କରିବା ସହ ଚୀନ ପଛକୁ ଦ୍ବିତୀୟ ସ୍ଥାନରେ ରହିବା ବୋଲି ସେ ଆଶା ପ୍ରକଟ କରିଛନ୍ତି।Advertisment ଆହୁରି ପଢ଼ନ୍ତୁ: Smartwatch: ସ୍ମାର୍ଟୱାଚ୍‌ର ସ୍ୱାସ୍ଥ୍ୟ ତଥ୍ୟ କେତେ ସଠିକ୍?

ଜାଣନ୍ତୁ ସତ୍ୟ କ"ଣ...

୧୯୮୪ରେ ଭାରତରେ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହୋଇଥିଲା।

୨୦୧୪ ସୁଦ୍ଧା ମାତ୍ର ପାଞ୍ଚଟି ସହରରେ ୨୪୫ କିମିର ମେଟ୍ରୋ ନେଟ୍‌ୱର୍କ ରହିଥିଲା।

ତାପରଠାରୁ ଏହି ନେଟ୍‌ୱର୍କ ଦ୍ରୁତ ଗତିରେ ବିସ୍ତାର ହୋଇଛି।

ବର୍ତ୍ତମାନ ୨୬ଟି ସହରରେ ୧୧୭୦ କିମିର ନେଟ୍‌ୱର୍କ ରହିଛି।

ଅର୍ଥାତ ଏକ ଦଶନ୍ଧି ମଧ୍ୟରେ ମେଟ୍ରୋ ରେଳ ନେଟୱର୍କରେ ଚାରି ଗୁଣା ବୃଦ୍ଧି ହୋଇଛି।

ବର୍ତ୍ତମାନ ଭାରତ ହେଉଛି ବିଶ୍ବର ତୃତୀୟ ବଡ଼ ମେଟ୍ରୋ ନେଟ୍‌ୱର୍କ।

୨୦୧୪ ପରେ ୩.୪୪ ଲକ୍ଷ କୋଟି ଟଙ୍କା ନିବେଶର ୧୦୫୧ କିଲୋମିଟର ବିଶିଷ୍ଟ ୩୮ଟି ମେଟ୍ରୋ‌ ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଥିଲା।

୨୦୧୩-୧୪ରେ ମେ‌ଟ୍ରୋ ପାଇଁ ବାର୍ଷିକ ବଜେଟ୍‌ ୫୭୯୮ କୋଟି ଟଙ୍କା ଥିଲା।

୨୦୨୫-୨୬ରେ ତାହା ୨୯,୫୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)