Men's Health: ପୁରୁଷମାନେ କାହିଁକି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଜରୁରୀ? ଜାଣନ୍ତୁ ଏହାର ଗୁରୁତ୍ୱ
ଅଧିକାଂଶ ପୁରୁଷ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପଛଘୁଞ୍ଚା ଦିଅନ୍ତି।
ଅନେକ ସମୟରେ ଲକ୍ଷଣ ଏତେ ଗମ୍ଭୀର ହୋଇଯାଏ ଯେ ତାହା ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ, ଆଉ ସେତେବେଳେ ଯାଇ ସେମାନେ ଡାକ୍ତରଙ୍କ ପାଖକୁ ଯାଆନ୍ତି।
କାର୍ଯ୍ୟବ୍ୟସ୍ତତା, ପରିବାରର ଦାୟିତ୍ୱ, ରୋଗ ଚିହ୍ନଟ ହେବାର ଭୟ, ସଚେତନତାର ଅଭାବ ଓ 'ଶାରୀରିକ ଭାବେ ଫିଟ୍ ଦେଖାଗଲେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ' ବୋଲି ଭାବିବା ଏହି ଅଭ୍ୟାସ ପଛର ମୁଖ୍ୟ କାରଣ।
କିନ୍ତୁ ଡାକ୍ତରୀ ପରାମର୍ଶରେ ବିଳମ୍ବ କଲେ ଭିତରେ ଥିବା ରୋଗ ନୀରବରେ ବଢ଼ିଚାଲେ, ଯାହା ପରବର୍ତ୍ତୀ ସମୟରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼େ।
Advertisment ଆହୁରି ପଢ଼ନ୍ତୁ: ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ଛତ୍ରପୁରରେ ସାମୂହିକ ଶପଥ ପାଠ ଛୋଟ ଲକ୍ଷଣକୁ ଅଣଦେଖା କରିବାର ଅଭ୍ୟାସ ଶାରଦାକେୟାର ହେଲ୍ଥସିଟିର ଇଣ୍ଟରନାଲ୍ ମେଡିସିନ୍ ନିର୍ଦ୍ଦେଶକ ଡାକ୍ତର ଚିରାଗ ଟଣ୍ଡନଙ୍କ ମତରେ, ଅନେକ ପୁରୁଷ ଭାବନ୍ତି ଯେ ସେମାନେ ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟାକୁ ନିଜେ ସମ୍ଭାଳି ପାରିବେ।
ଲଗାତାର ଥକ୍କାପଣ, ବାରମ୍ବାର ମୁଣ୍ଡବିନ୍ଧା, ଏସିଡିଟି, ଅକାରଣରେ ଓଜନ ପରିବର୍ତ୍ତନ, ନିଦ୍ରାହୀନତା ବା ଶରୀରରେ ବାରମ୍ବାର ଯନ୍ତ୍ରଣା ଭଳି ଲକ୍ଷଣକୁ ପ୍ରାୟତଃ କାମର ଚାପ କିମ୍ବା ବୟସ ବଢ଼ିବାର ପ୍ରଭାବ ବୋଲି ଭାବି ନିଆଯାଏ।
ଡାକ୍ତରଙ୍କୁ ଦେଖାଇବା ବଦଳରେ ଅନେକ ନିଜ ଇଚ୍ଛାରେ ଔଷଧ ଖାଇଦିଅନ୍ତି।
ଏହା ବ୍ୟତୀତ ସାମାଜିକ ମାନସିକତା ମଧ୍ୟ ଏକ ବଡ଼ ବାଧକ ସାଜିଥାଏ।
ବିଶେଷକରି ଯୌନ ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ, ପରିସ୍ରା ଜନିତ ସମସ୍ୟା ବା ପ୍ରଜନନ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବାକୁ ପୁରୁଷମାନେ ସଂକୋଚ କରନ୍ତି।
ଡାକ୍ତରଙ୍କ ସାହାଯ୍ୟ ନେବାକୁ ଅନେକେ 'ଦୁର୍ବଳତା' ବୋଲି ଭାବନ୍ତି।
ନୀରବରେ ବଢ଼ୁଥିବା ଗମ୍ଭୀର ବିପଦ ପ୍ରାଥମିକ ଲକ୍ଷଣକୁ ଅଣଦେଖା କରିବା ଅତ୍ୟନ୍ତ ବିପଦଜନକ ହୋଇପାରେ: ହୃଦ୍ରୋଗ ଓ ମଧୁମେହ: ଉଚ୍ଚ ରକ୍ତଚାପ, ମଧୁମେହ ଓ ଉଚ୍ଚ କୋଲେଷ୍ଟ୍ରଲ୍ ଭଳି ରୋଗ ବର୍ଷ ବର୍ଷ ଧରି ବିନା କୌଣସି ଲକ୍ଷଣରେ ଶରୀର ଭିତରେ ରହିପାରେ।
ନିୟମିତ ଯାଞ୍ଚ ନ କଲେ ଏହା ହୃଦ୍ଘାତ, ଷ୍ଟ୍ରୋକ୍ ଏବଂ କିଡନୀ ଖରାପ ହେବାର ଆଶଙ୍କା ବଢ଼ାଇଥାଏ।
ସେହିପରି ନିଶ୍ୱାସ ନେବାରେ କଷ୍ଟ, ଛାତିରେ ଅସ୍ୱସ୍ତି ବା ଅକାରଣରେ ଝାଳ ବୋହିବାକୁ କେବେବି ହାଲୁକା ଭାବେ ନେବା ଉଚିତ ନୁହେଁ।
କ୍ୟାନ୍ସରର ସଙ୍କେତ: ପରିସ୍ରା ଅଭ୍ୟାସରେ ପରିବର୍ତ୍ତନ, ପରିସ୍ରାରେ ରକ୍ତ ପଡ଼ିବା, ଲଗାତାର ପେଟ ଖରାପ ରହିବା, ହଠାତ୍ ଓଜନ କମିବା ଏବଂ ନ ଶୁଖୁଥିବା ଘା' ଆଦି ପ୍ରୋଷ୍ଟେଟ୍, କିଡନୀ ବା ପାଚନ ତନ୍ତ୍ର କ୍ୟାନ୍ସରର ସଙ୍କେତ ହୋଇପାରେ।
ପ୍ରାରମ୍ଭିକ ଅବସ୍ଥାରେ ଧରାପଡ଼ିଲେ ଏହାର ଚିକିତ୍ସା ସହଜ ହୁଏ।
ମାନସିକ ସ୍ୱାସ୍ଥ୍ୟ: ଲଗାତାର ଚିଡ଼ଚିଡ଼ାପଣ, ଚିନ୍ତା, ମନ ଦୁଃଖ ରହିବା, କୌଣସି କାମରେ ଆଗ୍ରହ ନ ଲାଗିବା ଏବଂ ଏକାଗ୍ରତା ଅଭାବ ମାନସିକ ଚାପ ବା ଅବସାଦର ଲକ୍ଷଣ ହୋଇପାରେ।
ଏହାକୁ ଚାପି ରଖିବା ଦ୍ୱାରା ବ୍ୟକ୍ତିଗତ ସମ୍ପର୍କ ଓ କାର୍ଯ୍ୟଦକ୍ଷତା ପ୍ରଭାବିତ ହୁଏ।
ସୁସ୍ଥ ରହିବେ କିପରି କେବଳ ଅସୁସ୍ଥ ହେଲେ ନୁହେଁ, ବରଂ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ପୁରୁଷମାନେ ନିଜ ବୟସ ଓ ପାରିବାରିକ ଇତିହାସ ଅନୁସାରେ ନିୟମିତ ରକ୍ତଚାପ, ରକ୍ତ ଶର୍କରା, କୋଲେଷ୍ଟ୍ରଲ୍ ଏବଂ ଆବଶ୍ୟକ ସ୍ଥଳେ କ୍ୟାନ୍ସର ସ୍କ୍ରିନିଂ କରାଇବା ଉଚିତ।
ଏହା ସହିତ ସନ୍ତୁଳିତ ଆହାର, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ, ମଦ୍ୟପାନ ଓ ତମାଖୁ ବର୍ଜନ ଏବଂ ଚାପମୁକ୍ତ ଜୀବନଶୈଳୀ ଆପଣାଇବା ଜରୁରୀ।
ଆହୁରି ପଢ଼ନ୍ତୁ: ଡିସେମ୍ବର ୧ରୁ ଲାଗୁ ହେବ ନୂତନ ନିୟମ: ଜାଣନ୍ତୁ କ'ଣ କ'ଣ ପରିବର୍ତ୍ତନ ହେବାକୁ ଯାଉଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
