Mayurbhanj: ମୟୂରଭଞ୍ଜକୁ ବାର୍ଷିକ ୩୦୦ କୋଟି ଅନୁଦାନ: ବଦଳୁନି ଆଦିବାସୀଙ୍କ ଭାଗ୍ୟ
ବଟକୃଷ୍ଣ ବିହାରୀ
ବାରିପଦା: ସରକାର ପରେ ସରକାର ବଦଳୁଛି। ମାତ୍ର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ଭାଗ୍ୟ ବଦଳୁନି। ଆଦିବାସୀଙ୍କ ବିକାଶ ପାଇଁ ଜିଲ୍ଲାକୁ ବାର୍ଷିକ ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁଦାନ ଆସୁଛି। ତଥାପି ଶତାଧିକ ଗାଁକୁ ରାସ୍ତା ନାହିଁ। ବିଦ୍ୟୁତ୍ ସେବା ସାତ ସପନ ପାଲଟିଥିବା ବେଳେ ପାନୀୟଜଳ ପାଇଁ ଚୁଆ, ପୋଖରୀ ହିଁ ଭରସା। ଅନେକ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନି। ସ୍ବାସ୍ଥ୍ୟସେବା ବିଷୟରେ ନ କହିବା ଭଲ। ସୂଚନା ଅନୁସାରେ, ୨୯ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ମୟୂରଭଞ୍ଜ ଜିଲ୍ଲାରେ ପାଖାପାଖି ୬୦ ପ୍ରତିଶତ ଜନଜାତି ସମ୍ପ୍ରଦାୟର। ସେମାନଙ୍କ ବିକାଶ ନିମନ୍ତେ ବିଭିନ୍ନ ଯୋଜନାରେ ସରକାର କୋଟିକୋଟି ଟଙ୍କା ଯୋଗାଇ ଦେଉଛନ୍ତି। ୩ ବର୍ଷ ପୂର୍ବେ ଜିଲ୍ଲାର ୨୧୧ଟି ଗାଁକୁ ଭଲ ରାସ୍ତା ଓ ୧୩୫୦ ଗାଁକୁ ବିଦ୍ୟୁତ୍ ସଂଯୋଗ ନଥିଲା। ଏହାମଧ୍ୟରେ ୭୭ ଗାଁକୁ ରାସ୍ତା ନିର୍ମାଣ ହୋଇସାରିଛି। ଆଉ ୧୩୫୦ ଗାଁ ମଧ୍ୟରୁ ୫୯୨ ଗାଁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ।
Odisha Flood: ତିନି ଦିନ ଜଳବନ୍ଦୀ ଗ୍ରାମବାସୀଙ୍କୁ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଇ ଚର୍ଚ୍ଚାରେ ଯୁବକ ସଂଘ
ବିଶୋଇ ବ୍ଳକ୍ ଡୁଙ୍ଗୁରୁସାହି ହେଉ କି ବାରିପଦା ବ୍ଲକ୍ ଶାଳବଣି ଗାଁ କିମ୍ବା କପ୍ତିପଦା ବ୍ଲକ୍ର ସାଗରସାହି; ଏମିତି ବହୁ ଆଦିବାସୀ ଗାଁରେ ବିକାଶ ଅପହଞ୍ଚ। ବିଶୋଇ ବ୍ଲକ୍ ଡୁଙ୍ଗୁରୁସାହିରେ ୩୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ସାହିକୁ ଭଲ ରାସ୍ତାଟିଏ ନାହିଁ। ସାହିବାସିନ୍ଦା ଭଙ୍ଗାଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଗାଁର ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ମିଳୁନି। କାହାର ଦେହ ଖରାପ ହେଲେ ଭଗବାନଙ୍କୁ ଡାକିବା ଛଡ଼ା ଅନ୍ୟ ଉପାୟ ନାହିଁ। ଗାଁ ନାଁ ଶୁଣିଲେ ଆମ୍ବୁଲାନ୍ସ ନେବାକୁ ଡ୍ରାଇଇର ରୋକ୍ଠୋକ୍ ମନାକରି ଦେଉଥିବା ଗ୍ରାମବାସୀ କହିଛନ୍ତି। ଯଶିପୁର, ଉଦଳା, କପ୍ତିପଦା, ଠାକୁରମୁଣ୍ଡା, ସାରସକଣା, ବିଶୋଇ, ବାଙ୍ଗିରିପୋଷି, ମୋରଡ଼ା ଆଦି ବ୍ଲକ୍ର ବହୁ ଆଦିବାସୀ ଗାଁକୁ ରାସ୍ତା ନଥିବାବେଳେ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ସରକାରୀ ତଥ୍ୟ କହୁଛି, ୧୩୫ଟି ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଉନାହିଁ। ଆଉ ୭୫୮ ଗାଁକୁ ବିଜୁଳି ସଂଯୋଗ ହୋଇପାରି ନାହିଁ।
Petrol export: ପେଟ୍ରୋଲ ରପ୍ତାନି ଶୁଳ୍କ ହଟିଲା, ଡିଜେଲ ଓ ବିମାନ ଇନ୍ଧନ ଉପରେ ଟିକସ ବୃଦ୍ଧି
ଆଦିବାସୀଙ୍କ ବିକାଶ ନିମନ୍ତେ ବାରିପଦା, କପ୍ତିପଦା, ରାଇରଙ୍ଗପୁର ଓ କରଞ୍ଜିଆରେ ଆଇଟିଡିଏ ରହିଛି। ବାରିପଦାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରହିଛି। ମୋରଡ଼ାରେ ଲୋଧା ଉନ୍ନୟନ ସଂସ୍ଥା ଏବଂ ଯଶିପୁରରେ ମାଙ୍କଡ଼ିଆ ଉନ୍ନୟନ ସଂସ୍ଥା ରହିଛି। ଏହି ସବୁ ସଂସ୍ଥା ଜରିଆରେ ବର୍ଷକୁ ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁଦାନ ଆସୁଛି। ଏହାବାଦ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ପ୍ରତି ପଞ୍ଚାୟତକୁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦିଆଯାଉଛି। କିନ୍ତୁ ବିକାଶ ହେଉନି।
ରାସ୍ତା ନଥିବା ଗାଁରେ ସରକାରୀ ବାବୁଙ୍କ ପାଦ ପଡୁନାହିଁ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ୍ଙ୍କୁ ଦାୟିତ୍ୱ ଦେଇ ବିଡିଓମାନେ ଅଚିନ୍ତାରେ ବସି ଯାଉଛନ୍ତି। ଶିକ୍ଷା ଓ ସଚେତନତା ଅଭାବରୁ ଲୋକେ ସରକାରୀ ଯୋଜନା ସମ୍ପର୍କରେ ଜାଣିପାରୁ ନାହାନ୍ତି। କାମ ଧନ୍ଦା ମିଳୁନି। ଲୋକଙ୍କୁ ଜଙ୍ଗଲ ଉପରେ ନିର୍ଭର କରିବାକୁ ପଡୁଛି। ଏନେଇ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ କହିଛନ୍ତିି, ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
