Crime Branch office: କ୍ରାଇମ୍ ବ୍ରାଞ୍ଚ୍ ଅଫିସରେ ଇନ୍ସପେକ୍ଟରଙ୍କ ଦ୍ବାରା ଦୁଷ୍କର୍ମର ଶିକାର ନାବାଳିକା
ଗୋଆ: ଗୋଆ ରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି।
ଉତ୍ତର ଗୋଆ କ୍ରାଇମ ବ୍ରାଞ୍ଚ୍ କାର୍ଯ୍ୟାଳୟ ଭିତରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଜଣେ ପୁଲିସ ଇନ୍ସପେକ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏହି ଅପରାଧ ଘଟାଇବାରେ ଜଣେ ମହିଳା ସହଯୋଗ କରିଥିବା ମଧ୍ୟ ଜଣାପଡ଼ିଛି।
ଏହି ଘଟଣାରେ ପୁଲିସ ପୋକ୍ସୋ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଅଧୀନରେ ପୁଲିସ ଇନ୍ସପେକ୍ଟର ବିକାଶ ଦେକର ଏବଂ ତାଙ୍କ ସହଯୋଗୀ ରଞ୍ଜିନୀ ପଲେକରଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଡିଜିପି ଆଲୋକ କୁମାର ଶନିବାର କହିଛନ୍ତି ଯେ, ମହିଳାଙ୍କ ପ୍ରତି ଅସଦାଚରଣ ଓ ଯୌନ ଅପରାଧ ବିରୋଧରେ ପୁଲିସ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି।
ଅଭିଯୁକ୍ତ ପୁଲିସ ଅଧିକାରୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଆଇନଗତ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ଜୁଲାଇ ୨୫ ଏବଂ ଅକ୍ଟୋବର ୨୭ ତାରିଖରେ ରିବନ୍ଦରସ୍ଥିତ କ୍ରାଇମ ବ୍ରାଞ୍ଚ୍ କାର୍ଯ୍ୟାଳୟରେ ଏହି ଘଟଣା ଘଟିଥିଲା।
Advertisment ୩୦ ବର୍ଷର ନିଷ୍ଠାପର ସେବା ପରେ ନେଲେ ଅବସର, ତଥାପି ମିଳିଲାନି ସରକାରୀ ସ୍ୱୀକୃତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
