Mass Shooting: ଦକ୍ଷିଣ ଆଫ୍ରିକାରେ ୨୪ ଘଣ୍ଟାରେ ୨ ଗଣଗୁଳିକାଣ୍ଡ, ୧୭ ମୃତ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ପୃଥକ୍ ଗଣଗୁଳିକାଣ୍ଡ ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି।
ପିଟରମାରିଜବର୍ଗରେ ଗୁଳିମାଡ଼ ହୋଇଥିବା ଏକ ଗାଡ଼ିରୁ ୮ ଜଣଙ୍କ ମୃତଦେହ ମିଳିଥିବାବେଳେ ପ୍ରିଟୋରିଆର ଜେଫ୍ସଭିଲ୍ଲେ ଅଞ୍ଚଳର ଏକ ଛୋଟ କୁଡ଼ିଆ ଘରୁ ଅନ୍ୟ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ପୁଲିସ ଉଭୟ ଘଟଣାର ତଦନ୍ତ କରୁଛି।
Advertisment ଛୋଟ କୁଡ଼ିଆ ଘରେ ଘଟିଛି ଗୁଳିକାଣ୍ଡ ପ୍ରଥମ ଘଟଣାରେ ପିଟରମାରିଜବର୍ଗର ସୁଇଟ୍ୱାଟର୍ ଅଞ୍ଚଳରେ ଏକ ଗାଡ଼ି ଭିତରୁ ୮ ଜଣଙ୍କ ମୃତଦେହ ମିଳିଛି।
ଏହି ଘଟଣାରେ ପୁଲିସ କୌଣସି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିପାରି ନାହିଁ।
ଦ୍ୱିତୀୟ ଗୁଳିକାଣ୍ଡଟି ଜେଫ୍ସଭିଲ୍ଲେ ଅଞ୍ଚଳର ଏକ ଛୋଟ କୁଡ଼ିଆ ଘରେ ଘଟିଛି।
ସେଠାରୁ ୯ ଜଣଙ୍କ ମୃତଦେହ ମିଳିଛି।
ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି।
ଦୁଇଟି ଘଟଣା ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ, ପୁଲିସ ତାହାର ତଦନ୍ତ କରୁଛି।
Tamil Nadu: ବିବାହର ୧୪ ବର୍ଷ ପରେ ଅଲଗା ହେଲେ ତାମିଲନାଡ଼ୁ ମନ୍ତ୍ରୀ ଓ ତାଙ୍କ ପତ୍ନୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
