Murder: ଆମେରିକାରେ ଭାରତୀୟ ବଂଶୋଦ୍ଭବ ନର୍ସଙ୍କୁ ନିର୍ମମ ହତ୍ୟା

Oct 23, 2026 - 13:01
Murder: ଆମେରିକାରେ ଭାରତୀୟ ବଂଶୋଦ୍ଭବ ନର୍ସଙ୍କୁ ନିର୍ମମ ହତ୍ୟା

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଜଣେ ୩୦ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ନର୍ସ ଜାସମିନ୍ ଗିଲଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ଶବକୁ ଜାଳି ପୋତି ଦିଆଯାଇଥିବା ଏକ ଭୟାବହ ଘଟଣା ସାମ୍ନାକୁ ଆସିଛି।

ଏହି ସାଂଘାତିକ ହତ୍ୟାକାଣ୍ଡ ଅଭିଯୋଗରେ ସାକ୍ରାମେଣ୍ଟୋ କାଉଣ୍ଟି ଶେରିଫ୍ କାର୍ଯ୍ୟାଳୟ ପୁଲିସ ମୃତକଙ୍କ ସ୍ୱାମୀ ଗୁରିନ୍ଦର ଗିଲ୍ (୨୮) କୁ ଗିରଫ କରିଛି।

Advertisment ଘଟଣା ଅନୁସାରେ, ଗତ ଅକ୍ଟୋବର ୪ ତାରିଖରେ ଜାସମିନ୍ ନିଖୋଜ ଥିବା ନେଇ ତାଙ୍କ ସମ୍ପର୍କୀୟ ଭାଇ ପୁଲିସରେ ଅଭିଯୋଗ କରିଥିଲେ।

ତଦନ୍ତ ସମୟରେ ଅଭିଯୁକ୍ତ ସ୍ୱାମୀ ଗୁରିନ୍ଦର ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରି କହିଥିଲା ଯେ, ତାଙ୍କ ସ୍ତ୍ରୀ ଘର ବାହାରୁ ଚିଠି ଆଣିବାକୁ ଯାଇଥିବା ବେଳେ ଆମେରିକାର ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ (ଆଇସିଇ) ଏଜେଣ୍ଟମାନେ ତାଙ୍କୁ ଗିରଫ କରି ନେଇଯାଇଛନ୍ତି।

ପୋତାଯାଇଥିବା କଙ୍କାଳ ଉଦ୍ଧାର ତେବେ ପୁଲିସ ସମ୍ପୃକ୍ତ ଏଜେନ୍ସି ସହ ଯୋଗାଯୋଗ କରିବା ପରେ ଏପରି କୌଣସି ଗିରଫଦାରୀ ହୋଇନଥିବା ସ୍ପଷ୍ଟ ହୋଇଥିଲା, ଯାହା ପରେ ଗୁରିନ୍ଦରର ବୟାନ ଉପରେ ପୁଲିସର ସନ୍ଦେହ ବୃଦ୍ଧି ପାଇଥିଲା।

ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବା ସହ ପୁଲିସ ଦମ୍ପତିଙ୍କ ଘରଠାରୁ ପ୍ରାୟ ୭୦ ମାଇଲ୍ ଦୂର ଏଲ୍ ଡୋରାଡୋ କାଉଣ୍ଟିରୁ ଅକ୍ଟୋବର ୧୪ ରେ ପୋଡ଼ିଯାଇଥିବା ଏବଂ ମାଟିତଳେ ପୋତାଯାଇଥିବା ମାନବ କଙ୍କାଳ ଉଦ୍ଧାର କରିଥିଲା।

ପରବର୍ତ୍ତୀ ସମୟରେ ତାହା ଜାସମିନଙ୍କର ବୋଲି ଚିହ୍ନଟ କରାଯାଇଥିଲା।

ପୁଲିସ ସୂଚନା ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଏବଂ ସେମାନଙ୍କର ୮ ମାସର ଶିଶୁପୁତ୍ରର କଷ୍ଟଡିକୁ ନେଇ କୋର୍ଟରେ ବିବାଦ ଚାଲିଥିଲା।

ଅଧିକ ତଦନ୍ତ ଜାରି ରହିଛି ମୂଳ ଭାରତୀୟ ବଂଶୋଦ୍ଭବ ଜାସମିନ୍ ନିଜ ମା''ଙ୍କ ଭଳି ଜଣେ ପେଷାଦାର ରେଜିଷ୍ଟର୍ଡ ନର୍ସ ଭାବେ କାର୍ଯ୍ୟ କରୁଥିଲେ।

ତାଙ୍କ ମା'' ଏବେ ବି ଭାରତରେ ରହୁଛନ୍ତି।

ମୃତଦେହକୁ ଭାରତରେ ଥିବା ମା''ଙ୍କ ନିକଟକୁ ପଠାଇବା ଏବଂ ୮ ମାସର ନିଷ୍ପାପ ଶିଶୁର ଭବିଷ୍ୟତ ସୁରକ୍ଷା ପାଇଁ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନ ଜରିଆରେ ୨୧,୦୦୦ ଡଲାରରୁ ଅଧିକ ଆର୍ଥିକ ସହାୟତା ସଂଗୃହିତ ହୋଇସାରିଛି।

ପୁଲିସ ଅଭିଯୁକ୍ତ ଗୁରିନ୍ଦରକୁ ବିନା ଜାମିନରେ ଜେଲକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

K Annamalai: ସିଜେପିକୁ କେବେବି ସମର୍ଥନ କରିବେ ନାହିଁ: ବିବାଦ ପରେ ସ୍ପଷ୍ଟୀକରଣ ରଖିଲେ ଆନ୍ନାମଲାଇ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)