Man Allegedly Attacks ମାଲକାନଗିରିରେ ନିଶାଶକ୍ତ ବ୍ୟକ୍ତିଙ୍କ ଆକ୍ରମଣରେ ୩ ବର୍ଷର ଝିଅ ଓ ପଡ଼ୋଶୀ ମହିଳା ଗୁରୁତର

Oct 30, 2026 - 22:32
Man Allegedly Attacks ମାଲକାନଗିରିରେ ନିଶାଶକ୍ତ ବ୍ୟକ୍ତିଙ୍କ ଆକ୍ରମଣରେ ୩ ବର୍ଷର ଝିଅ ଓ ପଡ଼ୋଶୀ ମହିଳା ଗୁରୁତର

ମାଲକାନଗିରି : ଜଣେ ମଦ୍ୟପ ନିଶାଶକ୍ତ ଅବସ୍ଥାରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିଜର ଝିଅ ଓ ପଡ଼ୋଶୀ ଘରର ମହିଳାଙ୍କୁ ଆକ୍ରମଣ କରିଛି।

ଆକ୍ରମଣରେ ଦୁହେଁ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Advertisment Monkey Attack: ମାଙ୍କଡ଼ଙ୍କ ଉତ୍ପାତରେ ଅତିଷ୍ଠ କି?

ଏହି ଗନ୍ଧରେ ଛୁ ମାରିବେ ମାଙ୍କଡ଼!

ଘଟଣା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ ତାମସା ଗ୍ରାମପଞ୍ଚାୟତର ଆର ଓ କଲୋନୀରେ ବାସ କରୁଥିବା ଆଇତା କବାସି(୨୪) ନାମକ ବ୍ୟକ୍ତି ମଦ୍ୟପାନ କରି ନିଜ ୩ ବର୍ଷର କୁନି ଝିଅ ସହିତ ପଡ଼ୋଶୀ ଘରର ଜଣେ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ବାରମ୍ବାର ଆଘାତ କରିଥିଲେ।

ଝିଅ ଦେବେ କବାସି (୩) ଏବଂ ପଡ଼ୋଶୀ ଘରର ନାନ୍ଦା କବାସିଙ୍କ ସ୍ତ୍ରୀ ମୁନ୍ନି କବାସୀ ଗୁରୁତର ଆହତ ହୋଇଛନ୍ତି।

ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି।

ତେବେ ମୁନ୍ନି କାବାସୀଙ୍କ ସ୍ବାମୀ ନାନ୍ଦା କବାସିଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)