Malabar gold diwali: ମାଲାବାରରେ ଦୀପାବଳି, ଧନ୍‌ତେରସ୍‌ ଅଫର

Oct 29, 2026 - 20:55
Malabar gold diwali: ମାଲାବାରରେ ଦୀପାବଳି, ଧନ୍‌ତେରସ୍‌ ଅଫର

ଭୁବନେଶ୍ବର: ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ ପକ୍ଷରୁ ଦୀପାବଳି ଓ ଧନ୍‌ତେରସ୍‌ ଅଫର ଘୋଷଣା କରାଯାଇଛି।

ଏହି ଅଫର ନଭେମ୍ବର ୧୫ ପର୍ଯ୍ୟନ୍ତ ବୈଧ ରହିବ।

ଏଥି ସହିତ ମାଲାବାର ପକ୍ଷରୁ ଆ‌ର୍ଟିଷ୍ଟ୍ରି ସୋ ମଧ୍ୟ ଆରମ୍ଭ କରାଯାଇଛି ଯାହା ନଭେମ୍ବର ୮ ପର୍ଯ୍ୟନ୍ତ ଚାଲିବ।

ରାଜନୈତିକ ବ୍ୟକ୍ତିତ୍ବ ତଥା ଅଭିନେତ୍ରୀ ଶ୍ରୀମୟୀ ମିଶ୍ର ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ଏହି ସୋ'ରେ ହାତତିଆରି ଅଳଙ୍କାରର ବ୍ୟାପକ ପାରମ୍ପରିକ ଓ ସମସାମୟିକ ଡିଜାଇନ୍‌ ପ୍ରଦର୍ଶିତ କରାଯିବ।

Advertisment ସୋ'ରେ ମାଲାବାରର ଏରା, ପ୍ରେସିଆ, ଏଥ୍‌ନିକ୍ସ, ମନହରି, ଚିତ୍ରାଙ୍ଗୀ, ଜୌଲ ଭଳି କଲେକ୍ସନକୁ ସାମିଲ କରାଯାଇଛି।

ମାଲାବାର ପକ୍ଷରୁ ଘୋଷଣା କରାଯାଇଥିବା ଦୀପାବଳି ଓ ଧନ୍‌ତେରସ୍‌ ଅଫରରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରି ଉପରେ ୩୦% ପର୍ଯ୍ୟନ୍ତ, ହୀରା ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ, ଇରା ଓ ପ୍ରେସିଆ କଲେକ୍ସନର ଗହଣା ଉପରେ ୩୦% ପର୍ଯ୍ୟନ୍ତ ଓ ରୁପା ଗହଣାର ଗଢ଼ା ମଜୁରି ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ।

ଗ୍ରାହକମାନେ ଧନ‌ତେରସ୍‌ରେ କିଣିବାକୁ ଚାହୁଥିବା ଗହଣା ପାଇଁ ତାହାର ୧୦% ମୂଲ୍ୟ ଦେଇ ଆଗୁଆ ବୁକିଂ କରିପାରିବେ।

Diwali Skincare Tips: ଦୀପାବଳିରେ ତ୍ୱଚାରେ ଆଣନ୍ତୁ ଚମକ, ଜାଣନ୍ତୁ ତ୍ୱଚାକୁ ଫେଷ୍ଟିଭ୍-ରେଡି କରିବାର ଉପାୟ ବୁକିଂ ମୂଲ୍ୟ ଓ ଧନତେରସ୍‌ ଦିନ ସୁନା ଦର ମଧ୍ୟରୁ ଯାହା କମ୍‌ ଥିବ ସେହି ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଗହଣା ମିଳିବ ବୋଲି ମାଲାବାର ପକ୍ଷରୁ କୁହାଯାଇଛି।

ପ୍ରତି ଅଗ୍ରିମ ବୁକିଂ ଉପରେ ମାଗଣାରେ ରୁପା କଏନ ପ୍ରଦାନ କରାଯିବ।

କମ୍ପାନି ପକ୍ଷରୁ ଏକ ସ୍ବତନ୍ତ୍ର ଦୀପାବଳି କଲେକ୍ସନ ମଧ୍ୟ ଉନ୍ମୋଚନ କରାଯାଇଛି।

ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌ ପି ଅହମ୍ମଦ କହିଛନ୍ତି, ଆମ ଗହଣା ସହ ଗ୍ରାହକମାନେ ଆଲୋକିତ ଅନୁଭବ କରନ୍ତୁ ବୋଲି ଆମେ ଚାହୁଛୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)