Mamata Banerjee: ଇଣ୍ଡିମେଣ୍ଟର ନଭେମ୍ବର ୧ ପ୍ରତିବାଦ କାର୍ଯ୍ୟକ୍ରମକୁ ମମତାଙ୍କ ସମର୍ଥନ
ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡି ମେଣ୍ଟ ରାଲିକୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମର୍ଥନ କରିଛନ୍ତି ।
ଭୋଟ୍ ଚୋରିକୁ ବିରୋଧ କରି ଏବଂ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡିମେଣ୍ଟ ଏହି ଆନ୍ଦୋଳନ କରୁଛି ।
Advertisment Mob Violence: ପ୍ରେମ ବ୍ୟାପାରକୁ ନେଇ ଗୁଜରାଟରେ ଭିଡ଼ ହିଂସା; ଯୁବକଙ୍କୁ ଗଛରେ ବାନ୍ଧି ପିଟିପିଟି ମାରିଦେଲେ ଏକ୍ସରେ ଏକ ପୋଷ୍ଟ୍ କରି ମମତା ଛାତ୍ରଛାତ୍ରୀ, ଯୁବବର୍ଗ, ମହିଳା , ଶ୍ରମିକ ଏବଂ ନାଗରିକ ସମାଜର ଅନ୍ୟ ସଦସ୍ୟମାନଙ୍କୁ ଏହି ଆନ୍ଦୋଳନରେ ଯୋଗ ଦେବାପାଇଁ ଅନୁରୋଧ କରିଛନ୍ତି ।
ମମତା କହିଛନ୍ତି, ଯେଉଁଠି ଭୋଟ ବିପଦରେ ସେଠି ନିରବତା ଏକ ବିକଳ୍ପ ନୁହେଁ ।
ଲୋକମାନଙ୍କୁ ସେ ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା ପାଇଁ ଏକାଠି ଠିଆହେବାକୁ ଅନୁରୋଧ କରିଛନ୍ତି ।
ମମତା ଇଭିଏମ୍, ଭୋଟର୍ ଡାଟା, ଭୋଟର ତାଲିକା ଏବଂ ଗଣତି ପ୍ରକ୍ରିୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ସେ ମଧ୍ୟ କହିଛନ୍ତି ଯେ ବିରୋଧୀ ମେଣ୍ଟ ନିର୍ବାଚନ ଅନିୟମିତତା ବିରୋଧରେ ଏକଜୁଟ୍ ହେବାର ଆବଶ୍ୟକତା ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
