Major Mishap Near Bali Jatra Ground: ବାଲିଯାତ୍ରା ପଡ଼ିଆ ନିକଟରେ ଅଘଟଣ, ମହାନଦୀରେ ବୁଡ଼ି ଯୁବକ ନିଖୋଜ
ବାଲିଯାତ୍ରା ତଳ ପଡ଼ିଆ ନିକଟ ମହାନଦୀରେ ଅଘଟଣ।
ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି।
ନିଖୋଜ ଯୁବକଙ୍କ ନାଁ ଶଙ୍କର ମିସ୍ତ୍ରୀ।
ସେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି।
ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
Advertisment ସୂଚନା ଅନୁସାରେ, ଶଙ୍କର ମିସ୍ତ୍ରୀ ଶୌଚ ହେବା ପାଇଁ ମହାନଦୀ କୂଳକୁ ଯାଇଥିଲେ।
ଏହି ସମୟରେ କୌଣସି କାରଣରୁ ସେ ନଦୀରେ ବୁଡ଼ି ଯାଇଥିଲେ।
ପରେ ସେ ନିଖୋଜ ହୋଇଯାଇଥିବା ଖବର ମିଳିଥିଲା।
ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଟିମ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।
ଏହି ଅଭିଯାନରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ସାମିଲ ହୋଇଥିବା ବେଳେ ଓଡ୍ରାଫ୍ର ଗୋଟିଏ ଟିମ୍ ମଧ୍ୟ ନିୟୋଜିତ ହୋଇଛି।
Advertisment ବର୍ତ୍ତମାନ ମହାନଦୀରେ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି।
ମହାନଦୀରେ ଭାସିଗଲେ ଯୁବକ ବାଲିଯାତ୍ରା ପଡ଼ିଆ ନିକଟ ମହାନଦୀରେ ଭାସିଗଲେ ଯୁବକ ଗାଧୋଇବା ବେଳେ ଭାସିଗଲେ ଯୁବକ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମର ଖୋଜାଖୋଜି ଜାରି ନିଖୋଜ ଯୁବକ ଜଣଙ୍କ ପଶ୍ଚିମବଙ୍ଗର ବୋଲି ସୂଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
