Loot: ପୁଅ ମୁଣ୍ଡରେ ବନ୍ଧୁକ ଲଗେଇ ନଗଦ ଟଙ୍କା ଓ ଗହଣା ଲୁଟିନେଲେ ଦୁର୍ବୃତ୍ତ

Nov 24, 2026 - 09:13
Loot: ପୁଅ ମୁଣ୍ଡରେ ବନ୍ଧୁକ ଲଗେଇ ନଗଦ ଟଙ୍କା ଓ ଗହଣା ଲୁଟିନେଲେ ଦୁର୍ବୃତ୍ତ

ସୋର: ବାଲେଶ୍ବର ଜିଲ୍ଲା ଅନନ୍ତପୁର ଥାନା ବାଳଙ୍ଗ ଗ୍ରାମରେ ଗତକାଲି ରାତିରେ ପୁଅ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତ ମାନେ ନଗଦ ଟଙ୍କା ସମେତ ୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟିନେଇଥିବା ଜଣାପଡିଛି।

Advertisment ଘଟଣା ସ୍ଥଳରେ ପୁଲିସର ତଦନ୍ତ ଆରମ୍ଭ ସୂଚନା ଅନୁସାରେ,ଏହି ଗ୍ରାମର ସୁଶ୍ରୀ ସଂଗୀତା ପଲେଇଙ୍କ ଘରେ ଗତକାଲି ରାତିରେ ୫ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ହଠାତ ପଶିଥିଲେ।

ପରେ ଘରେ ଥିବା ତାଙ୍କ ୮ ବର୍ଷର ପୁଅ ସୁଶାନ୍ତ ମୁଣ୍ଡରେ ବନ୍ଧୁକ ରଖି ଭୟଭୀତ କରିବା ସହ ସୁଶ୍ରୀ ଓ ତାଙ୍କ ବାପାଙ୍କୁ ବାନ୍ଧି ଘର ଗଡ଼ରେଜରେ ଥିବା ନଗଦ ୫୦ ହଜାର ଟଙ୍କା ଓ ୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ କରି ଫେରାର ହୋଇଯାଇଥିଲେ।

ଏନେଇ ସୁଶ୍ରୀ ଅନନ୍ତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ତେବେ ଏଯାବତ୍ ପୁଲିସ୍ ଦୁର୍ବୃତ୍ତମାନଙ୍କ ଟେର୍ ପାଇନି।

Kartika Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା: ସୁଖ, ଶାନ୍ତି ଓ ସମୃଦ୍ଧି କାମନା କଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)