Bali Jatra Festival Odisha : ଆଜିଠୁ ଜମିବ କଟକ ବାଲିଯାତ୍ରା ମହାମେଳା, ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

Nov 24, 2026 - 09:18
Bali Jatra Festival Odisha : ଆଜିଠୁ ଜମିବ କଟକ ବାଲିଯାତ୍ରା ମହାମେଳା, ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା।

ମହାନଦୀ କୂଳରେ ଜମିବ ଆଠ ଦିନିଆ ମହାମେଳା।

ଅପରାହ୍ଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରିବେ ଏହାର ଶୁଭ ଉଦ୍ ଘାଟନ।

କଟକର ପ୍ରସିଦ୍ଧ ଦହିବରା ଖାଇବେ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ପାଇଁ ହେବ ସ୍ୱତନ୍ତ୍ର ଦହିବରା ବ୍ୟବସ୍ଥା।

Advertisment ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦହିବରା ବ୍ୟବସାୟୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ।

ଏହାସହ ଓରମାସରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀଙ୍କ ସହ ରାଷ୍ଟ୍ରପତିଙ୍କ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ରହିଛି।

ମହିଳା ଉଦ୍ୟୋଗୀଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି।

ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ଉପର ଓ ତଳ ପଡ଼ିଆ।

ସରିଛି ସାଜସଜ୍ଜା, ପ୍ରସ୍ତୁତ ହୋଇଛି ଅସ୍ଥାୟୀ ଷ୍ଟଲ୍, ମୁଖ୍ୟ ଗେଟ୍ ଓ ସୁରକ୍ଷା ବ୍ୟାରିକେଡ୍।

ମେଳାକୁ ଆହୁରି ଆକର୍ଷଣୀୟ କରିବାକୁ ପହଞ୍ଚୁଛି ବିଭିନ୍ନ ଦୋଳି ଓ ରାଇଡ୍।

ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳ, ବିଦ୍ୟୁତ୍ , ପରିମଳ ଓ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାକୁ ଦିଆଯାଇଛି ଗୁରୁତ୍ୱ।

Advertisment ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ସହ ବାଲିଯାତ୍ରାର ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା କରିଛି ପୋଲିସ।

ପୋଲିସ ଡିଜି ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ମେଳା ପଡ଼ିଆକୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ ଓ ୪୦୦ ଅଧିକାରୀ।

ରହିବ ୩୮ଟି ୱାଚ୍ ଟାୱାର।

ସୁରକ୍ଷା ନଜରରେ ୧୨୦୦ ସିସିଟିଭି ସହ ୧୦୦ଟି ଏଆଇ କ୍ୟାମେରା ଲଗାଯାଇଛି।

ସ୍ୱତନ୍ତ୍ର ବୋଟ୍ ଯାତ୍ରାରେ ବାଲିଯାତ୍ରା ପଡ଼ିଆରେ ପହଞ୍ଚିବେ ରାଷ୍ଟ୍ରପତି।

ସିଲଭର ସିଟି ବୋଟ୍ କ୍ଲବ୍ ରୁ 'କଳିଙ୍ଗ ତରଙ୍ଗିଣୀ' ବୋଟ୍ ରେ ଆସି କଟକ ଇନ୍ କଟକରେ ପହଞ୍ଚିବେ।

ଏହାପରେ ବୈଷ୍ଣବ ପାଣି ମଞ୍ଚରେ ବାଲିଯାତ୍ରାର ଶୁଭାରମ୍ଭ କରିବେ।

ଆଜିଠୁ ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ ଏହି ଐତିହାସିକ ମେଳା।

ଐତିହ୍ୟ, ପରମ୍ପରା ଓ ମନୋରଞ୍ଜନର ମହାସମାଗମକୁ ନେଇ ଉତ୍ସବମୁଖର ହେବ ରୂପାର ସହର କଟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)