Literature: କବିତା ସତରେ, ମୁଁ କୋଉଠି?: କବି ଶୈଳଜ ରବିଙ୍କ କଲମରୁ ନିଃସୃତ...

Nov 18, 2026 - 18:52
Literature: କବିତା ସତରେ, ମୁଁ କୋଉଠି?: କବି ଶୈଳଜ ରବିଙ୍କ କଲମରୁ ନିଃସୃତ...

ସତରେ, ମୁଁ କୋଉଠି? poem Photograph: (internet) ଶୈଳଜ ରବି ପୂଜା ବଜାରରେ ପୁରୀଘାଟ ପରି ଏଠି ବି ପୃଥୁଳା ପୂଜା ବିଶେଷାଙ୍କମାନଙ୍କରେ ପ୍ରବଳ ଭିଡ଼ ସଚିତ୍ର ପୃଷ୍ଠାମାନଙ୍କରେ କାନଫଟା କୋଳାହଳ।

Advertisment ଆହୁରି ପଢ଼ନ୍ତୁ- 🔴Cyclone Akvan: ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା 'ଅକଭାନ', ନଭେମ୍ବର ୨୨ ପର୍ଯ୍ୟନ୍ତ ଅଧିକାରୀ, କର୍ମଚାରୀଙ୍କ ଛୁଟି ବାତିଲ୍, ଓଡ଼ିଶା-ଆନ୍ଧ୍ର ଉପକୂଳରେ ବାତ୍ୟା ଛୁଇଁବ ସ୍ଥଳଭାଗ!

ସତରେ, ଏ ପୂଜା ବଜାରରେ ମୁଁ ଖୋଜି ପାଏନା ମୋତେ ନିଜକୁ ଦେବୀଗଡ଼ା ରେ କି କୋଉ ପତ୍ରିକାର କୋଉ ପୃଷ୍ଠାରେ!

ଜାଣେନା, ବିସର୍ଜନ ହେବି କି ଡଷ୍ଟବିନ୍‌ରେ ପଡ଼ିବି କି ସାଇତା ହେବି ସେଲ୍‌ଫରେ!

ଜାଣେନା, ମୁଁ ସୁଅ ମୁହଁର ପତର କି ସୁଅ କାଟୁଥିବା ପଥର ପତର କି ପଥର ଅସ୍ଥିର କି ସୁସ୍ଥିର!

ଆହୁରି ପଢ଼ନ୍ତୁ- Elderly Woman Found Dead ଗାଁ ପାଖ ନାଳରୁ ବୃଦ୍ଧାଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ ରଥଯାତ୍ରା ଭିଡ଼ରେ ରଥଦଉଡ଼ି ଟାଣିଲାବେଳେ ମୁଁ ଭାବେ ମୁଁ ଚାଳକ ଠେଲାପେଲାରେ ଅସ୍ଥିର ପାଦ ଭାବେ ମୁଁ ଚାଳିତ ସ୍ଥିର ଚକାଡୋଳା ଉପରେ ଆଖି ପଡ଼ିଗଲେ ମୁଁ ଭାବେ ମୁଁ ଅସଙ୍ଗ ମୁଁ ଅବିଚଳିତ।

ସତରେ, ଏ ପୂଜା ଭିଡ଼ରେ ମୁଁ ଜାଣିପାରୁନି ମୁଁ କୋଉଠି!

ଆରଣ୍ୟ ଅକ୍ଷର ର ସନ୍ଦିଗ୍‌ଧ ଭିଡ଼ ଭିତରେ ନା ଅସତ୍ତା, ଅ-କ୍ଷର ନିଜ ଭିତରେ!

ମୋ: ୯୪୩୯୦୬୩୩୧୦ ଅଧିକ ଦେଖନ୍ତୁ-

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)