Cyclone Akvan Intensifies: ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅକ୍ୱାନ୍’; ଘଣ୍ଟାକୁ ୮ କିମି ବେଗରେ ଗତି, ଓଡ଼ିଶା ଉପକୂଳ ପାଇଁ ସତର୍କତା

Nov 18, 2026 - 18:53
Cyclone Akvan Intensifies: ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅକ୍ୱାନ୍’; ଘଣ୍ଟାକୁ ୮ କିମି ବେଗରେ ଗତି, ଓଡ଼ିଶା ଉପକୂଳ ପାଇଁ ସତର୍କତା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅକ୍ୱାନ୍' ଏବେ ଭୀଷଣ ବାତ୍ୟାରେ ପରିଣତ ହୋଇଛି।

ନଭେମ୍ବର ୧୮ ତାରିଖ ସକାଳ ୫ଟା ୩୦ ମିନିଟ୍ରେ ଏହା ଭୀଷଣ ବାତ୍ୟାର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଆଇଏମ୍ଡିର ନଭେମ୍ବର ୧୮ ତାରିଖ ଅପରାହ୍ଣ ୩ଟାର ବୁଲେଟିନ୍ ଅନୁସାରେ, ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଅଗ୍ରସର ହେଉଥିଲା।

Advertisment ଗୋପାଳପୁରରୁ ୬୯୦ କିମି ଦୂରରେ ବାତ୍ୟା ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ଣ ୧୧ଟା ୩୦ ମିନିଟ୍ ସୁଦ୍ଧା ବାତ୍ୟାର କେନ୍ଦ୍ରସ୍ଥଳ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଓ ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ରହିଥିଲା।

ସେହି ସମୟରେ ବାତ୍ୟାର ସ୍ଥିତି ଥିଲା— • କଳିଙ୍ଗପଟନମ୍ଠାରୁ ୬୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ। • ଗୋପାଳପୁରଠାରୁ ୬୯୦ କିଲୋମିଟର ଦକ୍ଷିଣରେ। • ପୁରୀଠାରୁ ୭୫୦ କିଲୋମିଟର ଦକ୍ଷିଣରେ। • ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ୫୪୦ କିଲୋମିଟର ଦକ୍ଷିଣପୂର୍ବରେ।

Advertisment ୨୦ରେ ଉପକୂଳ ଅତିକ୍ରମ କରିପାରେ ଆଇଏମ୍ଡିର ଆକଳନ ଅନୁସାରେ, ବାତ୍ୟା 'ଅକ୍ୱାନ୍' ଆଗକୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ।

ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ନରସାପୁର ଓ ପୁରୀ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ, ୟାନମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଉପକୂଳ ଅତିକ୍ରମ ସମୟରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ।

ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ତେବେ ବାତ୍ୟାର ଗତିପଥ ଏବଂ ତୀବ୍ରତା ସମ୍ପର୍କରେ ଆଗାମୀ ବୁଲେଟିନ୍ରେ ପରିବର୍ତ୍ତନ ହୋଇପାରେ।

ଓଡ଼ିଶାରେ ଅତି ପ୍ରବଳ ବର୍ଷା ଆଶଙ୍କା ବାତ୍ୟା ପ୍ରଭାବରେ ନଭେମ୍ବର ୧୯ ଓ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ସହ ବିଚ୍ଛିନ୍ନ ସ୍ଥାନରେ ୨୧ ସେଣ୍ଟିମିଟର କିମ୍ବା ତାହାଠାରୁ ଅଧିକ ବର୍ଷା ହୋଇପାରେ।

ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଓଡ଼ିଶା ଉପକୂଳରେ ନଭେମ୍ବର ୧୯ରୁ ୨୦ ତାରିଖ ମଧ୍ୟାହ୍ନ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବାର ସମ୍ଭାବନା ରହିଛି।

ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ବିପଦପୂର୍ଣ୍ଣ ସମୁଦ୍ର ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ସମସ୍ତ ବନ୍ଦରରେ ଦୂରବର୍ତ୍ତୀ ସତର୍କ ସଙ୍କେତ ନମ୍ବର ୨ ଜାରି ରଖିବାକୁ କୁହାଯାଇଛି।

ବାତ୍ୟା ପ୍ରଭାବରେ ଗଛ ଉପୁଡ଼ିବା, ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେବା, ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ସମସ୍ୟା ଦେଖାଦେଇପାରେ।

ତେଣୁ ଉପକୂଳବର୍ତ୍ତୀ ଓ ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ପ୍ରଶାସନର ପରାମର୍ଶ ଅନୁସରଣ କରିବାକୁ କୁହାଯାଇଛି।

ଭୀଷଣ ବାତ୍ୟାରେ ପରିଣତ ହେଲା 'ଅକ୍ ୱାନ୍'..

ଘଣ୍ଟା ପ୍ରତି ୮ କି.ମି ବେଗରେ ଆଗକୁ ଅଗ୍ରସର..

କଳିଙ୍ଗପଟନମ୍ ଠାରୁ ୫୭୦ କି.ମି ଦୂରରେ କେନ୍ଦ୍ରୀଭୂତ..

ଗୋପାଳପୁରରୁ ୬୬୦ ଓ ପୁରୀରୁ ୭୨୦ କି.ମି ଦୂରରେ କେନ୍ଦ୍ରୀଭୂତ..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)