29 JUNE 2026

Welcome!

Unlock your personalized experience.
Sign Up

ଅଷ୍ଟ୍ରେଲିଆଠାରୁ ପରାଜୟ ପରେ ମହିଳା ଟି-୨୦ ବିଶ୍ବକପ ସେମି ରେସରୁ ଭାରତ ବିଦା

Jun 28, 2026 - 23:18
ଅଷ୍ଟ୍ରେଲିଆଠାରୁ ପରାଜୟ ପରେ ମହିଳା ଟି-୨୦ ବିଶ୍ବକପ ସେମି ରେସରୁ ଭାରତ ବିଦା

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ବକପର ଗ୍ରୁପ୍ ପର୍ଯ୍ୟାୟରୁ ବିଦା ହେଲା ଭାରତ । ଟିମ୍ ଇଣ୍ଡିଆକୁ ୬ ଓ୍ବିକେଟରେ ପରାସ୍ତ କରି ସେମିରେ ନିଜର ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ । ଭାରତର ପରାଜୟ ସହିତ ଦକ୍ଷିଣ ଆଫ୍ରିକା ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛି । ଏହି ସମୟରେ, ଅଷ୍ଟ୍ରେଲିଆ ଗୋଟିଏ ବି ମ୍ୟାଚ୍ ହାରିବା ବିନା ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଛି ।

ଆଜିର ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିବାବେଳେ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟରେ ୧୭୦ ରନ କରିଥିଲା । ଦଳ ପକ୍ଷରୁ ସ୍ମୃତି ମାନ୍ଧନା ୩୮ ରନ କରିଥିବାବେଳେ ସେଫାଳି ବର୍ମା ୩୪ ରନ କରିଥିଲେ । ପରେ ଅଧିନାୟକ ହରମନପ୍ରୀତ କୌର ୫୬ ରନର ପାଳି ଖେଳିଥିଲେ । ଜେମିମା ମଧ୍ୟ ୩୪ ରନ କରିଥିବାବେଳେ ଦିପ୍ତି ୪ ରନ କରିବାରେ ସକ୍ଷମ ହୋଇଥିଲେ । 

ଅଷ୍ଟ୍ରେଲିଆ ଆଗରେ ୧୭୧ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଗୋଟିଏ ଓଭର ପୂର୍ବରୁ ଏହାକୁ ହାସଲ କରି ନେଇଛି । ୬ ଓ୍ବିକେଟରେ ମ୍ୟାଚ୍ ଜିତି ନେଇଛି କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ପେରୀ ଏବଂ ଗାର୍ଡନର ଯୋଡ଼ି ଦମଦାରବ୍ୟାଟିଂ କରିଥିଲେ । ୫୬ ଏବଂ ୫୩ ରନର ଲେଖାଏଁ ବ୍ୟକ୍ତିଗତ ସ୍କୋର କରିଥିଲେ । ଯଦିଓ ଭାରତ ପ୍ରଥମରୁ ଦମଦାର ବୋଲିଂ କରିଥିଲା ତଥାପି ଏହି ଯୋଡ଼ି ଭାରତୀୟ ଦଳକୁ ନିରାଶ କରିଥିଲେ । 

ଏହାସହ ପଢ଼ନ୍ତୁ : ଆୟାର୍ଲାଣ୍ଡଠାରୁ ୦-୨ରେ ସିରିଜ୍ ହାରିଲା ଭାରତ