29 JUNE 2026

Welcome!

Unlock your personalized experience.
Sign Up

Dead Body: ସ୍ପେନରୁ ଆସିଲା ଓଡ଼ିଆ ଯୁବ ଇଞ୍ଜିନିୟରଙ୍କ ମରଶରୀର

Jun 28, 2026 - 23:56
Dead Body: ସ୍ପେନରୁ ଆସିଲା ଓଡ଼ିଆ ଯୁବ ଇଞ୍ଜିନିୟରଙ୍କ ମରଶରୀର

ଭୁବନେଶ୍ବର: ସ୍ପେନରେ ମୃତ ଓଡିଆ ଯୁବ ଇଞ୍ଜିନିୟର ଦେବାଶିଷ ପ୍ରିୟଦର୍ଶୀ ସାହୁଙ୍କ ମରଶରୀର ଆଜି ତାଙ୍କ ବାସଭବନରେ ପହଞ୍ଚିଛି।  ଦେବାଶିଷଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ସ୍ପେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ କରିଥିଲେ। ସ୍ପେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଶ୍ରୀ ପଣ୍ଡା ଏକ ପତ୍ର ଲେଖି ନିବେଦନ କରିଥିଲେ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଅବସ୍ଥାପିତ କଟକଜିଲ୍ଲା ସାଲେପୁର ଅନ୍ତର୍ଗତ ଭଟିମୁଣ୍ଡା ଗ୍ରାମର ହୃଷୀକେଶ ସାହୁଙ୍କ ବଡ଼ ପୁଅ ଦେବାଶିଷ ଆଇବିଏମ୍‌ର କୋଲକତା କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ୨ ସପ୍ତାହ ପ୍ରଶିକ୍ଷଣ ପାଇଁ ଚଳିତ ମାସ ୧୪ ତାରିଖରେ ସ୍ପେନ ଗସ୍ତ କରିଥିଲେ। ହଠାତ ୧୬ ତାରିଖରେ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଖବର କମ୍ପାନି କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ଦେବାଶିଷଙ୍କ ଅନ୍ତିମ ସଂସ୍କାର ପାଇଁ ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ ଅନୁରୋଧ କରିଥିଲେ। ଅନୁରୋଧକ୍ରମେ, ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଦେବାଶିଷଙ୍କ ମରଶରୀର ସ୍ୱଦେଶ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ।

ଲାଓସରେ ଫସିଛନ୍ତି ୧୭ ଓଡ଼ିଆ ଶ୍ରମିକ; ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଆଜି ମରଶରୀର ଭୁବନେଶ୍ୱର ବାସଭବନରେ ପହଞ୍ଚିବା ପରେ ସାଂସଦ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ବିଜେପି ମହଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡ଼ାଇ ଅନ୍ତିମ ଦର୍ଶନ କରିବା ସହ ଶୋକଶଂତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି| ଦୂତାବାସର ତ୍ଵରିତ ପଦକ୍ଷେପ ପାଇଁ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି| ଶ୍ରୀ ପଣ୍ଡାଙ୍କ ଉଦ୍ୟମ ଓ ସହଯୋଗ ପାଇଁ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି।