Let blood donation: ‘ରକ୍ତଦାନ ଆମର ନୈତିକ ଦାୟିତ୍ବ ହେଉ’
"ଭୁବନେଶ୍ବର: ମଣିଷ ଶରୀରରେ ଯେଉଁ ରକ୍ତ କାରଖାନାଟି ରହିଛି, ତାହା ଦୁନିଆର ଅନ୍ୟ କୌଣସି ସ୍ଥାନରେ ନାହିଁ।
ରକ୍ତ ଦରକାର ପଡ଼ିଲେ ରକ୍ତଦାତା ହିଁ କେବଳ ଜୀବନ ବଞ୍ଚାଇ ପାରିବେ।
ରକ୍ତଦାନ ପରେ ରକ୍ତଦାତାଙ୍କର କୌଣସି କ୍ଷତି ହୁଏ ନାହିଁ, ବରଂ ଯେଉଁ ଲୋକ ରକ୍ତ ଗ୍ରହଣ କରିବେ ତାଙ୍କର ଜୀବନ ବଞ୍ଚିବା ସହିତ ରକ୍ତଦାତାଙ୍କ ଶରୀରରେ ନୂଆ ରକ୍ତ ସୃଷ୍ଟି ହୁଏ।
ସବୁ ମଣିଷଙ୍କ ରକ୍ତର ରଙ୍ଗ ସମାନ।
ମଣିଷ ମନରୁ ଅହଙ୍କାରକୁ ହଟାଇବା ପାଇଁ ଈଶ୍ବର ଆମ ସମସ୍ତଙ୍କୁ ଗୋଟିଏ ରଙ୍ଗରେ ଯୋଡ଼ିଛନ୍ତି।
ତେଣୁ ରକ୍ତଦାନ ଆମର ନୈତିକ ଦାୟିତ୍ବ ହେଉ ବୋଲି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।Advertisment Annual celebration: "କୋଠଘର ଆମ ସାହିତ୍ୟ ପରିବାର"ର ବାର୍ଷିକ ଉତ୍ସବ ରେଡ୍କ୍ରସ୍ ଭବନରେ ବିଶ୍ବ ରକ୍ତଦାତା ଦିବସ ପାଳନ ପରିପ୍ରେକ୍ଷୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ରକ୍ତଦାନ କରିବାକୁ କେବଳ ଯୁବକମାନେ ନୁହେଁ, ସମସ୍ତ ସୁସ୍ଥ ବ୍ୟକ୍ତି ଆଗ୍ରହୀ ହେବା ଉଚିତ।
ବୟସ ଯୌବନର ମାପକାଠି ନୁହେଁ।
ପ୍ରବଳ ଇଚ୍ଛାଶକ୍ତି ଥିବା ମଣିଷ ହିଁ ଯୁବକ।
ଏଥିସହିତ ରାଜ୍ୟ ବ୍ୟାପୀ ରକ୍ତଗ୍ରହଣ ଲାଗି ଆବଶ୍ୟକ ଭିତ୍ତିଭୂମିର ଉନ୍ନତି ସରକାରୀ ସ୍ତରରେ ଉଦ୍ୟମ ହେଉ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ।
ମୁଖ୍ୟବକ୍ତା ଆଇଆର୍ସିଏସ୍-ଓଏସ୍ବି କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ସୁଦର୍ଶନ ନାୟକ ରକ୍ତଦାନ ହେଉଛି ତ୍ୟାଗ, ତପସ୍ୟା ଓ ମାନବିକତାର ପ୍ରତୀକ।
ଯିଏ ଅନ୍ୟ ପାଇଁ ରକ୍ତ ଦିଏ, ସେ ସମାଜ ପାଇଁ କ"ଣ କରିନପାରେ। "ଆମ ଓଡ଼ିଶା" ଭଳି ଅନୁଷ୍ଠାନ ରାଜ୍ୟରେ ରକ୍ତଦାନ ନେଇ ନବଜାଗରଣ ସୃଷ୍ଟି କରିପାରିଛି ବୋଲି କହିଥିଲେ।
Football League: ଓଡ଼ିଶା ମହିଳା ଫୁଟ୍ବଲ୍ ଲିଗ୍: ନିତା ଫୁଟ୍ବଲ୍ ଏକାଡେମୀ ବିଜେତା ସମ୍ମାନିତ ଅତିଥି ଆଇଆର୍ସିଏସ୍-ଓଏସ୍ବି କାର୍ଯ୍ୟନିର୍ବାହୀ କମିଟିର ଉପସଭାପତି ଡ.
ସାବରମତୀ କହିଲେ, ପ୍ରତ୍ୟେକ ରକ୍ତଦାତା ଜଣେ ଜଣେ ସଂଗ୍ରାମୀ।
ପ୍ରତ୍ୟେକ ଜୀବନ ବଞ୍ଚାଇବା ଲାଗି ରକ୍ତଦାତାମାନେ ସଂଗ୍ରାମ ଜାରି ରଖିବା ଜରୁରି।
ରକ୍ତଦାନ ନେଇ ଜନମାନସରେ ରହିଥିବା ଭୟ ଦୂର କରିବାକୁ ସେ ଆହ୍ବାନ ଦେଇଥିଲେ।
ସମ୍ମାନିତ ଅତିଥି ସ୍ବୟଂପ୍ରକାଶ ବରାଳ ରାଜ୍ୟର ଆବଶ୍ୟକତା ଅନୁଯାୟୀ ରକ୍ତଦାନ କରିବାକୁ ଉପସ୍ଥିତ ସ୍ବେଚ୍ଛାସେବୀଙ୍କୁ ପରାମର୍ଶ ଦେଇଥିଲେ।
ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦର ଯୁଗ୍ମ ନିର୍ଦ୍ଦେଶକ ଦେବାଶିଷ ମିଶ୍ର ରକ୍ତଦାନ ଭଳି ଏକ ସୁସ୍ଥ ପରମ୍ପରାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କହିଥିଲେ।
ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ୪୦ରୁ ଅଧିକ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଗୁଲଶନ୍ କୁମାର ଦାଶ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଆର୍ସିଆର୍ବିସିର ମେଡିକାଲ୍ ଅଫିସର୍ ଦେବୀପ୍ରସାଦ ରଥ ସ୍ବାଗତ ଭାଷଣ ଦେଇଥିଲେ।
ଆଇଆର୍ସିଏସ୍-ଓଏସ୍ବିର ସମ୍ପାଦକ ଗଣେଶ ଚନ୍ଦ୍ର ପାତ୍ର ଉଦ୍ଯାପନୀ ଅଭିଭାଷଣ ଦେଇଥିଲେ।
ଆର୍ସିଆର୍ବିସିର ନିର୍ଦ୍ଦେଶକ ପ୍ରସନ୍ନ କୁମାର ଦାଶ ଧନ୍ୟବାଦ ଦେଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।