Annual celebration: ‘କୋଠଘର ଆମ ସାହିତ୍ୟ ପରିବାର’ର ବାର୍ଷିକ ଉତ୍ସବ

Jun 15, 2026 - 07:15
Annual celebration: ‘କୋଠଘର ଆମ ସାହିତ୍ୟ ପରିବାର’ର ବାର୍ଷିକ ଉତ୍ସବ

"ଭୁବନେଶ୍ୱର: "କୋଠଘର ଆମ ସାହିତ୍ୟ ପରିବାର"ର ଅଷ୍ଟମ ବାର୍ଷିକ ଉତ୍ସବ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି।

ମିସନ ଶକ୍ତିର  ଯୁଗ୍ମ ସଚିବ ମମତା ବାରିକଙ୍କ  ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ସ୍ତମ୍ଭକାର ଦାଶ ବେନହୁର, ସାହିତ୍ୟ ଏକାଡେମିର ସଚିବ ଚନ୍ଦ୍ରଶେଖର ହୋତା, ସାହିତ୍ୟିକା ହିରଣ୍ମୟୀ ମିଶ୍ର, କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।Advertisment Iran-US peace: ଇରାନ-ଆମେରିକା ଶାନ୍ତିଚୁକ୍ତି: କଠୋରପନ୍ଥୀଙ୍କ ଜୋର୍‌ଦାର ବିରୋଧ ଅନୁଷ୍ଠାନର ସଭାପତି ପ୍ରଦୀପ୍ତ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ପ୍ରଥମ ଅଧିବେଶନରେ ଅତିଥି ଭାବେ କବି ସୂର୍ଯ୍ୟ ମିଶ୍ର, ଲେଖକ ଜ୍ଞାନଚାନ୍ଦ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଲୀନା ଶତପଥୀ ଓ କମଳଲୋଚନ ବେହେରାଙ୍କ ସଂଯୋଜନାରେ  ୧୨ଜଣ ଯୁବ କବି କବିତା ପାଠ କରିଥିଲେ।

ଉତ୍ସବରେ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କ ଭଜନ ପରିବେଷଣ ପରିବେଶକୁ ଉତ୍ସବ ମୁଖର କରିଦେଇଥିଲା।

ଏହି ଅବସରରେ ୯ ଜଣ ପ୍ରତିଷ୍ଠିତ ଲେଖକଙ୍କୁ "କୋଠଘର ସମ୍ମାନ" ପ୍ରଦାନ  କରାଯାଇଥିଲା।

ଅନୁଷ୍ଠାନର ସମ୍ପାଦିକା ଅମ୍ବିକା ସ୍ୱାଇଁ ସମ୍ପାଦକୀୟ  ବିବରଣୀ  ପାଠ କରିଥିଲେ।

ଏଥିସହିତ ୧୨ଜଣ ଲେଖକଙ୍କ ପୁସ୍ତକ ଲୋକାର୍ପିତ ହୋଇଥିଲା।

Iran-US peace: ଇରାନ-ଆମେରିକା ଶାନ୍ତିଚୁକ୍ତି: କଠୋରପନ୍ଥୀଙ୍କ ଜୋର୍‌ଦାର ବିରୋଧ ଲେଖିକା କାନନବାଳା ପଟ୍ଟନାୟଙ୍କ ସଭାତିତ୍ବରେ ଆୟୋଜିତ ଦ୍ୱିତୀୟ ଅଧିବେଶନରେ ସାହିତ୍ୟିକା ଶକୁନ୍ତଳା ବଳିଆରସିଂହ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ।

କବି ପୂର୍ଣ୍ଣାନନ୍ଦ ମହାନ୍ତି, ରାଜଲକ୍ଷ୍ମୀ ତ୍ରିପାଠୀ, ନିନାଦିନୀ ମହାନ୍ତି, ସଂଯୁକ୍ତା ପରିଡ଼ା ଏହାର ସଂଯୋଜନା କରିଥିଲେ।

ପରିଚାଳନା ସମ୍ପାଦକ ପ୍ରତାପ ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ।

ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ।

କାର୍ଯ୍ୟକାରୀ ସମ୍ପାଦକ ଜୟନାରାୟଣ ନନ୍ଦ ଧନ୍ୟବାଦ ଦେଇଥିଲେ।

ଅନୁଷ୍ଠାନର ସହ ସମ୍ପାଦକ ଅରୁଣ କୁମାର ମହାନ୍ତି, ପ୍ରଭାତ କୁମାର ଦାଶ, ସ୍ୱାତିବାଳା ମହାପାତ୍ର, ଅମିତା କର, ଭାରତୀ ପରିଡ଼ା, ରାଜଶ୍ରୀ ନନ୍ଦ, ଆଶାଲତା ଦୀକ୍ଷିତ, ନମିତା ମହାନ୍ତି, ଅରୁଣା କର, ଗୀତାଞ୍ଜଳି ମହାନ୍ତି, ସଂଯୁକ୍ତା ସାହୁ, ଅଜିତ୍ ପାଣିଗ୍ରାହୀ, ମାନସ ରଞ୍ଜନ ସାହୁ, ପ୍ରଭାତ କୁମାର ବେହେରା, କେତନ ରଣା, ପ୍ରୀତିରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।