Late-Night Sword Attack: ରାଜଧାନୀରେ ପୁଣି ହଣାକଟା, ବିଳମ୍ୱିତ ରାତିରେ ବୁଲିଲା ତେଲେଙ୍ଗା କଟୁରୀ

Jul 07, 2026 - 10:39
Late-Night Sword Attack: ରାଜଧାନୀରେ ପୁଣି ହଣାକଟା, ବିଳମ୍ୱିତ ରାତିରେ ବୁଲିଲା ତେଲେଙ୍ଗା କଟୁରୀ

ରାଜଧାନୀ ଭୁବନେଶ୍ୱରରେ ପୁଣି ହଣାକଟା। ବିଳମ୍ୱିତ ରାତିରେ ବୁଲିଲା ତେଲେଙ୍ଗା କଟୁରୀ। ଦୋକାନ ବନ୍ଦ୍ କରି ଘରକୁ ଫେରୁଥିବା ବେଳେ ଦୋକାନୀଙ୍କୁ ଆକ୍ରମଣ କଲେ ଦୃର୍ବୁତ୍ତ। ଆହତ ଯୁବକ ହେଲେ ଉଦୟ କିରଣ। 

ଘଟଣାରେ ଜଣେ ମହିଳାଙ୍କୁ ମଧ୍ୟ ଖଣ୍ଡା ଚୋଟ ବାଜିଛି। ଲହୁଲୁହାଣ ହୋଇଥିବା ଦୁଇଜଣ କ୍ୟାପିଟଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରାମୁଲୁ ନାମକ ଯୁବକ ହାଣିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପହଞ୍ଚି ଲକ୍ଷ୍ମୀସାଗର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।