CRPF Jawan Found Dead: କୀଟନାଶକ ପିଇ ଜୀବନ ହାରିଦେଲେ CRPF ଯବାନ, କାହିଁକି ନେଲେ ଏଭଳି ଚରମ ନିଷ୍ପତ୍ତି?

Jul 07, 2026 - 11:18
CRPF Jawan Found Dead: କୀଟନାଶକ ପିଇ ଜୀବନ ହାରିଦେଲେ CRPF ଯବାନ, କାହିଁକି ନେଲେ ଏଭଳି ଚରମ ନିଷ୍ପତ୍ତି?

କୀଟନାଶକ ପିଇ ଜୀବନ ହାରିଲେ ସିଆରପିଏଫ ଯବାନ। ମୃତ ଯବାନ ବାଲିଗୁଡା ନୂଆସାହିର ଅଶୋକ କୁମାର ବେହେରା। ପାରିବାରିକ କଳହ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେ ଜମ୍ମୁ କାଶ୍ମୀର ଶ୍ରୀନଗରରେ ପୋଷ୍ଟିଂ ଥିବା ଜଣାପଡିଛି। 

ଗତକାଲି ଯବାନ ଜଣକ ନିଜ ଘରେ ଶୋଇଥିବା ବେଳେ ସକାଳୁ ନଉଠିବାରୁ ସାଙ୍ଗ ସାଥି ପୋଲିସକୁ ଜଣାଇଥିଲେ। ପୋଲିସ କବାଟ ଭାଙ୍ଗି ଯବାନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଯବାନଙ୍କ ମୃତ୍ୟୁ ହୋଇଛି। ପୋଲିସ ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।