Post-Mortem Report Raises Questions: IIC ଙ୍କ ମୃତ୍ୟୁ: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜଣାପଡ଼ିଲା କେମିତି ହୋଇଥିଲା ମୃତ୍ୟୁ

Jul 07, 2026 - 11:18
Post-Mortem Report Raises Questions: IIC ଙ୍କ ମୃତ୍ୟୁ: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜଣାପଡ଼ିଲା କେମିତି ହୋଇଥିଲା ମୃତ୍ୟୁ

କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଡମ ରିପୋର୍ଟ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ଯୋଗୁଁ ବିୟୁଟି ମହାନ୍ତିଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ଯାହାକୁ ନେଇ ଆଇଆଇସିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ। 

କିଭଳି ସ୍ଥିତିରେ ଶ୍ବାସରୁଦ୍ଧ ହେଲେ । ଥାନା ପରିସରରେ ଥିବା ରେଷ୍ଟରୁମରୁ ତାଙ୍କର ମୃତଦେହ ମିଳିଥିବା ବେଳେ କିଭଳି ସ୍ଥିତିରେ ତାଙ୍କର ଶ୍ବାସରୁଦ୍ଧ ହେଲା ସେ ନେଇ ପ୍ରଶ୍ନ ଉଠିଛି। ଚାଉଳିଆଗଞ୍ଜ ପୁଲିସ ମାମଲାର ତଦନ୍ତ କରୁଥିବା ବେଳେ ବିୟୁଟି ମହାନ୍ତିଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।