Herbal Anti-Cancer Formula: ଓଡ଼ିଶା ମାଟିରେ କ୍ୟାନସର ବିରୋଧୀ ରାମବାଣ, ଜଡିବୁଟିରେ ଭଲ ହେଉଛି କର୍କଟ

Jul 07, 2026 - 13:14
Herbal Anti-Cancer Formula: ଓଡ଼ିଶା ମାଟିରେ କ୍ୟାନସର ବିରୋଧୀ ରାମବାଣ, ଜଡିବୁଟିରେ ଭଲ ହେଉଛି କର୍କଟ

ଜଡିବୁଟିରେ ଭଲ ହେବ କ୍ୟାନସର। କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା। ଓଡ଼ିଶା ଗନ୍ଧମାର୍ଦ୍ଦନ ପାହାଡ଼ରୁ ମିଳିଛି କର୍କଟ ରୋଗର ସଞ୍ଜୀବନୀ। ଯାହା କ୍ୟାନ୍ସର ରୋଗୀଙ୍କ ପାଇଁ ଆଶୀର୍ବାଦ ହୋଇପାରେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗବେଷକମାନେ ୫ ଔଷଧୀୟ ଗଛରୁ ପ୍ରସ୍ତୁତ କରିଛନ୍ତି ‘ପଲିହର୍ବାଲ ଆଣ୍ଟିକ୍ୟାନ୍ସର ଫର୍ମୁଲେସନ୍’। 

ଯାହାର ଆନିମଲ୍ ଟ୍ରାଏଲ୍ ସଫଳ ହୋଇଛି। ଏବେ ମାନବ ଶରୀର ଉପରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଚାଲିଛି ପ୍ରସ୍ତୁତି। ଏହାର ସଫଳ କ୍ଲିନିକାଲ୍ ଟ୍ରାଏଲ୍ ପରେ ହିଁ ଏହାର ପ୍ରଭାବ ଓ ସୁରକ୍ଷା ନେଇ ନିଷ୍କର୍ଷ ଆସିବ। ୨୦୧୯ ମସିହାରୁ ବୈଦ୍ୟମାନଙ୍କ ପରାମର୍ଶ କ୍ରମେ ପ୍ରାୟ ୫୦ ପ୍ରକାରର ଔଷଧୀୟ ଉଦ୍ଭିଦରୁ ଗବେଷଣା ଆରମ୍ଭ କରିଛନ୍ତି। 

ସେଥିରୁ ୫ଟି ସ୍ୱତନ୍ତ୍ର ଗଛରୁ ପ୍ରସ୍ତୁତ ହୋଇଛି 'ପଲିହର୍ବାଲ ଆଣ୍ଟିକ୍ୟାନ୍ସର ଫର୍ମୁଲେସନ୍'। ଏହାକୁ ଆନିମଲ୍ ଟ୍ରାଏଲ୍ କରାଯାଇ ଶତ ପ୍ରତିଶତ ସଫଳତା ମିଳିଛି। ପ୍ରଥମେ ମୂଷା ଦେହରେ କ୍ୟାନ୍ସର ସେଲ୍ ଇଞ୍ଜେକ୍ଟ କରି ଟ୍ୟୁମର ସୃଷ୍ଟି କରାଯାଇଥିଲା। ଆଉ ହର୍ବାଲ ଫର୍ମୁଲା ଦ୍ୱାରା ପ୍ରାୟ ୩୫ ଦିନର ଚିକିତ୍ସା ପରେ ଟ୍ୟୁମରଟି ସମ୍ପୂର୍ଣ୍ଣ ଭଲ ହୋଇଯାଇଛି। କେମୋଥେରାପି ଭଳି ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।