Trump Warns To Iran: ଚୁକ୍ତି ନହେଲେ ଆମେରିକା ସବୁ ଧ୍ବଂସ କରିଦେବ: ଇରାନକୁ ଧ୍ୱଂସ କରିବାକୁ ପୁଣି ଧମକ ଦେଲେ ଟ୍ରମ୍ପ
"ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନକୁ ଧମକ ଦେଇଛନ୍ତି।
ସେ କହିଛନ୍ତି, ଇରାନ ସହିତ ଚୁକ୍ତି ନହେଲେ ଆମେରିକା ସବୁ ଧ୍ବଂସ କରିଦେବ।
ତେହେରାନର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ନଷ୍ଟ କରିବାର କ୍ଷମତା ୱାସିଂଟନ ରଖିଛି।
ଆମେ ଯେକୌଣସି ମତେ ଜିତିବୁ।
ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ଆମେ ଆଲୋଚନାମୂଳକ ସମାଧାନ ଚାହୁଁଛୁ।Advertisment ଆମେ ଚାହିଁଲେ ସେମାନଙ୍କର ସବୁ ପ୍ଲାଣ୍ଟ ନଷ୍ଟ କରିଦେବୁ: ଟମ୍ପ ସେ କହିଛନ୍ତି,ମୁଁ ଆପୋଷ ବୁଝାମଣା କରିବାକୁ ପସନ୍ଦ କରିବି କାରଣ ମୁଁ ୯ କୋଟି ୧୦ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବାକୁ ଚାହୁଁନାହିଁ।
ଆମେ ଗୋଟିଏ ଘଣ୍ଟା ମଧ୍ୟରେ ସେମାନଙ୍କର ଯୋଗାଯୋଗ ସେତୁ ଭାଙ୍ଗି ପାରିବୁ।
ଆମେ ସେମାନଙ୍କର ବିଦ୍ୟୁତ ଯୋଗାଣ ବନ୍ଦ କରିପାରିବୁ।
ସେମାନେ ତିଆରି କରିଥିବା ସମସ୍ତ ବଡ଼ ପ୍ଲାଣ୍ଟକୁ ନଷ୍ଟ କରିପାରିବାର କ୍ଷମତା ଆମର ରହିଛି।
ସେମାନଙ୍କ ପାଖରେ ଏସବୁକୁ ପୁଣି ନିର୍ମାଣ ପାଇଁ ଏବେ ଆଉ ଟଙ୍କା ନାହିଁ।
ଆମେରିକା କିଛି ଘଣ୍ଟା ମଧ୍ୟରେ ଇରାନର ବିଦ୍ୟୁତ୍ ଏବଂ ବିଦ୍ୟୁତ୍ ଉତ୍ପାଦନ ସୁବିଧାଗୁଡ଼ିକୁ ନଷ୍ଟ କରିପାରିବ।
ଆମେ ଚାହିଁଲେ ସେମାନଙ୍କର ସବୁ ପ୍ଲାଣ୍ଟ ନଷ୍ଟ କରିଦେବୁ।
ସେମାନେ ଏହା ଜାଣିଛନ୍ତି ବୋଲି ଟମ୍ପ କହିଛନ୍ତି।
China Storm: ଚୀନ୍ରେ ପ୍ରାକୃତିକ ବିପର୍ଯ୍ୟୟ: ହୁବେଇରେ ଝଡ଼ ଏବଂ ବଜ୍ରପାତରେ ୮ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।